ETV Bharat / city

ସ୍କୁଲରେ ତାଲା, ଶୌଚାଳୟରେ ପିଲା; ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ - ମଠସାହି ମହାବୀର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଛୁଟି ପରେ ବିଦ୍ୟାଳୟ ଭିତରେ ପ୍ରଥମ ଶ୍ରେଣୀ ଛାତ୍ର । ଭିଡିଓ ଭାଇରାଲ । ଘଟଣାର ପ୍ରାଥମିକ ତଦନ୍ତ ପରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ । ବାଲେଶ୍ବର ମଠସାହି ମହାବୀର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ପ୍ରଥମ ଶ୍ରେଣୀ ଛାତ୍ର ବିଦ୍ୟାଳୟ ଛୁଟି ପରେ ଗେଟ ଭିତରେ ରହିଯିବାର ଭିଡିଓ ଭାଇରାଲ ହୋଇଛି । ତଦନ୍ତ ପରେ ସଦର ବିଇଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Sep 12, 2019, 6:51 PM IST

Updated : Sep 12, 2019, 7:41 PM IST

ବାଲେଶ୍ଵର: ଛୁଟି ପରେ ବିଦ୍ୟାଳୟ ଭିତରେ ପ୍ରଥମ ଶ୍ରେଣୀ ଛାତ୍ର । ଭିଡିଓ ଭାଇରାଲ । ଘଟଣାର ପ୍ରାଥମିକ ତଦନ୍ତ ପରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ । ବାଲେଶ୍ବର ମଠସାହି ମହାବୀର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ପ୍ରଥମ ଶ୍ରେଣୀ ଛାତ୍ର ବିଦ୍ୟାଳୟ ଛୁଟି ପରେ ଗେଟ ଭିତରେ ରହିଯିବାର ଭିଡିଓ ଭାଇରାଲ ହୋଇଛି । ତଦନ୍ତ ପରେ ସଦର ବିଇଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ।

ବିଦ୍ୟାଳୟ କର୍ମଚାରୀଙ୍କ ଖାମଖିଆଲି ଯୋଗୁଁ ପିଲାଟି ବିଦ୍ୟାଳୟ ଭିତରେ ରହିଯାଇଥିବା ଅଭିଯୋଗ ହୋଇଥିଲା । ପିଲାଟିର କାନ୍ଦ ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଉଦ୍ଧାର କରିଥିବା ଭାଇରଲ ଭିଡିଓରେ ଉଲ୍ଲେଖ ଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସେପଟେ ଏ ସମସ୍ତ ଅଭିଯୋଗକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସ୍କୁଲ ଛୁଟି ପରେ ପିଲାଟି ମଳ ତ୍ୟାଗ କରିବାକୁ ଯାଇଥିବାବେଳେ ରାସ୍ତାକୁ ଲାଗି ସ୍କୁଲଟି ଥିବାରୁ ପିଅନ ପିଲାଟିର ସୁରକ୍ଷା ନେଇ ଗେଟରେ ତାଲା ପକାଇ ନିକଟରେ ତାଙ୍କ ଘରକୁ ଯାଇଥିଲେ। ପିଅନ ଘରୁ ଆସିବା ଭିତରେ ପିଲାର କାନ୍ଦ ଶୁଣି ଲୋକେ ଏକଜୁଟ ହେବାରୁ ପିଲାକୁ ପିଅନ ଗେଟ ତାଲା ଖୋଲି ତାର ବାପାଙ୍କୁ ହସ୍ତାନ୍ତର କରିଥିଲେ। ଏହି ସବୁ ପଛରେ କିଛି ଖଳ ପ୍ରକୃତିର ଲୋକଙ୍କ ହାତ ରହିଥିବା ପ୍ରଧାନ ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ସହରର ମଠସାହି ମହାବୀର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ପ୍ରଥମ ଶ୍ରେଣୀ ଛାତ୍ର ସ୍କୁଲ ଛୁଟି ପରେ ଗେଟ ଭିତରେ ରହିଯିବା ଘଟଣାର ଭିଡିଓ ଭାଇରାଲ ହୋଇଛି। ସ୍କୁଲର କର୍ମଚାରୀଙ୍କ ଖାମଖିଆଲି ଯୋଗୁଁ ପିଲାଟି ସ୍କୁଲ ଭିତରେ ରହିଯାଇଥିବା ଅଭିଯୋଗ ହୋଇଥିଲା। ପିଲାଟିର କାନ୍ଦ ଶୁଣି ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ଉଦ୍ଧାର କରିଥିବା ଭାଇରଲ ଭିଡ଼ିଓରେ ଉଲ୍ଲେଖ ଥିଲା।
ଏ ସମସ୍ତ ଅଭିଯୋଗକୁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ସ୍କୁଲ ଛୁଟି ପରେ ପିଲାଟି ଝାଡା ଯାଇଥିବା ବେଳେ ରାସ୍ତାକୁ ଲାଗି ସ୍କୁଲଟି ଥିବାରୁ ପିଅନ ପିଲାଟିର ସୁରକ୍ଷା ନେଇ ଗେଟରେ ତାଲା ପକାଇ ନିକଟରେ ତାଙ୍କ ଘରକୁ ଯାଇଥିଲେ। ପିଅନ ଘରୁ ଆସିବା ଭିତରେ ପିଲାର କାନ୍ଦ ଶୁଣି ଲୋକମାନେ ଏକଜୁଟ ହେବାରୁ ପିଲାକୁ ପିଅନ ଗେଟ ତାଲା ଖୋଲି ତାର ବାପାଙ୍କୁ ହସ୍ତାନ୍ତର କରିଥିଲେ। ଏହି ସବୁ ପଛରେ କିଛି ଖଳ ପ୍ରକୃତିର ଲୋକଙ୍କ ହାତ ରହିଥିବା ପ୍ରଧାନ ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି।

ବାଇଟ- ଶାନ୍ତିପ୍ରତିମା ମହାପାତ୍ର(ପ୍ରଧାନ ଶିକ୍ଷୟିତ୍ରୀ)Conclusion:
Last Updated : Sep 12, 2019, 7:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.