ETV Bharat / city

ବାଲେଶ୍ବରରେ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

author img

By

Published : Nov 17, 2020, 1:22 AM IST

ବାଲେଶ୍ବର ସହରରେ 2 ଜଣ ବ୍ୟବସାୟୀଙ୍କୁ ଆକ୍ରମଣ କରି ଟଙ୍କା ଓ ସୁନା ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ବାଲେଶ୍ବରରେ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ବାଲେଶ୍ବରରେ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ବର: ସହରରେ 2 ଜଣ ବ୍ୟବସାୟୀଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଆକ୍ରମଣ କରି ଦୁବୃର୍ତ୍ତମାନେ ବ୍ୟବସାୟୀଙ୍କ ପାଖରୁ ସୁନା ଗହଣା ଓ ଟଙ୍କା ଲୁଟିନେଇଛନ୍ତି । ଫୁଲାଡି ଛକ ନିକଟରେ ଘଟିଛି ଏପରି ଘଟଣା ।

ସୂଚନା ଅନୁଯାୟୀ ଫୁଲାଡି ଛକରେ ସୁନା ଗହଣା ଦୋକାନ କରିଥିବା ଦିଲ୍ଲୀପ କୁମାର ମିସ୍ତ୍ରୀ ଓ ରଡ଼ ସିମେଣ୍ଟ ଦୋକାନୀ ତପନ କୁମାର ପଣ୍ଡା ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ଫେରିବା ରାସ୍ତାରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଭୁଜାଲିରେ ଆକ୍ରମଣ କରି ସୁନା ଗହଣା ଓ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି ।

ଉଭୟଙ୍କ ମୁଣ୍ଡ ଓ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଗୁରୁତର ଅବସ୍ଥାରେ ଉଭୟ ଦୋକାନୀଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.