ETV Bharat / city

ବାଲେଶ୍ବରରେ 4 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, 2 ଗିରଫ

ବାଲେଶ୍ବରରେ ବ୍ରାଉନ ସୁଗାର ଜବତ । ପାଖାପାଖି 4 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ସହଦେବଖୁଣ୍ଟା ଥାନା ପୋଲିସ । ଚାଲାଣ ବେଳେ 2 ଜଣ ଗିରଫ । ଗିରଫ ଦୁଇଜଣ ହେଲେ କୋଣାର୍କ ଅଞ୍ଚଳର ଦିଲ୍ଲୀପ କାଣ୍ଡି ଓ କଟକ ବକ୍ସି ବଜାର ଅଞ୍ଚଳର ସୁଜିତ ମିଶ୍ର ।

author img

By

Published : Sep 8, 2019, 7:17 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ବ୍ରାଉନସୁଗାର ଚାଲାଣ ବେଳେ 2 ଜଣ ଗିରଫ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ଥାନା ପୋଲିସ। ସେମାନଙ୍କ ନିକଟରୁ କାର ସହ ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପାଖାପାଖି 4 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ପୋଲିସ ସୂଚନା ଅନୁସାରେ, ଗତକାଲି(ଶନିବାର) ସନ୍ଧ୍ୟାରେ ସହରର ଅରଡ ବଜାରରୁ ବ୍ରାଉନସୁଗାର ନେଇ କୋଣାର୍କ ବାହାରିଥିଲେ ଦୁଇ ଅଭିଯୁକ୍ତ । ଏ ସମ୍ପର୍କରେ ଖବର ପାଇ ସହଦେବଖୁଣ୍ଟା ପୋଲିସ ହରିପୁର ଛକ ନିକଟରୁ ଅଭିଯୁକ୍ତଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ 40 ଗ୍ରାମର ବ୍ରାଉନସୁଗାର, 3ଟି ମୋବାଇଲ, ନଗଦ 4 ହଜାର ଟଙ୍କା ଓ ଏକ ହ୍ୟୁଣ୍ଡାଇ କାର ଜବତ କରିଛି ପୋଲିସ।

ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ କୋଣାର୍କ ଅଞ୍ଚଳର ଦିଲ୍ଲୀପ କାଣ୍ଡି ଓ କଟକ ବକ୍ସି ବଜାର ଅଞ୍ଚଳର ସୁଜିତ ମିଶ୍ର । ଗିରଫ ପରେ ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବ୍ରାଉନ ସୁଗର ଚାଲାଣ ବେଳେ 2 ଅଭିଯୁକ୍ତଙ୍କୁ ଗିରଫ କଲା ବାଲେଶ୍ଵର ସହଦେଵଖୁଣ୍ଟା ଥାନା ପୋଲିସ। ସେମାନଙ୍କ ନିକଟରୁ କାର ସହ ବ୍ରାଉନ ସୁଗାର ଜବତ ହୋଇଛି।

Body:ଅଭିଯୁକ୍ତମାନଙ୍କୁ କେମିତି ଗିରଫ କରାଗଲା ସେନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ କଥା କହିଥିଲା ପୋଲିସ। ପୋଲିସ୍ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ସହରର ଅରଡ଼ ବଜାରରୁ ବ୍ରାଉନସୁଗାର ନେଇ କୋଣାର୍କ ବାହାରିଥିଲେ ଦୁଇ ଅଭିଯୁକ୍ତ। ଏ ସମ୍ପର୍କରେ ଖବର ପାଇ ସହଦେଵଖୁଣ୍ଟା ପୋଲିସ ପେଟ୍ରୋଲିଂ ବେଳେ ଫୁଲାଡି ଛକ ନିକଟରୁ ଅଭିଯୁକ୍ତଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ 40 ଗ୍ରାମର ବ୍ରାଉନସୁଗାର, 3ଟି ମୋବାଇଲ, ନଗଦ 4 ହଜାର ଟଙ୍କା ଓ ଏକ ହ୍ୟୁଣ୍ଡାଇ କାର ଜବତ କରିଛି ପୋଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 4 ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି।

Conclusion:ତେବେ ଗିରଫ ଅଭିଯୁକ୍ତ କୋଣାର୍କ ଅଞ୍ଚଳର ଦିଲ୍ଲୀପ କାଣ୍ଡି ଓ କଟକ ବକ୍ସି ବଜାର ଅଞ୍ଚଳର କାର ଡ୍ରାଇଭର ସୁଜିତ ମିଶ୍ରଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
ବାଇଟ- ତପନ କୁମାର ପଟ୍ଟନାୟକ(ଅତିରିକ୍ତ ଏସପି)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.