ETV Bharat / city

ଶିକ୍ଷକଙ୍କ ବଦଳି ନେଇ ବିଇଓଙ୍କୁ ମାଡ଼ ! - ସୋର ବ୍ଲକରେ ବିଇଓଙ୍କୁ ମାଡ

ବାଲେଶ୍ବର ସୋର ବ୍ଲକରେ ଶିକ୍ଷକଙ୍କୁ ବଦଳିକୁ ନେଇ ବିଇଓ (BEO)ଙ୍କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଶିକ୍ଷକଙ୍କ ବଦଳି ନେଇ ବିଇଓଙ୍କୁ ମାଡ଼ !
ଶିକ୍ଷକଙ୍କ ବଦଳି ନେଇ ବିଇଓଙ୍କୁ ମାଡ଼ !
author img

By

Published : Sep 12, 2022, 11:00 PM IST

ବାଲେଶ୍ବର: ଜିଲ୍ଲା ସୋର ବ୍ଲକ ଶିକ୍ଷା ଅଧିକାରୀ (BEO)ଙ୍କୁ ଗ୍ରାମବାସୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସ୍କୁଲ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବା ପ୍ରତିବାଦରେ ଏମିତି ମାଡ଼ ମରାଯାଇଥିବା କୁହାଯାଉଛି । ତେବେ ସୋର ଥାନାରେ ଏନେଇ ବିଇଓ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ସୋର ବ୍ଲକ ତେଣ୍ଟେଇ ଭିକାରୀ ଚରଣ ନୋଡାଲ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଜୟ ବିଶ୍ବାଳଙ୍କ ଅନ୍ୟତ୍ର ବଦଳି ହୋଇଥିଲା । ମାତ୍ର କିଛି ଅଭିଭାବକଙ୍କ ଅଭିଯୋଗ ଅନୁସାରେ ସମ୍ପୃକ୍ତ ଶିକ୍ଷକ ପାଠ ପଢ଼ାନ୍ତି ନାହିଁ ଏବଂ 5T ରୂପାନ୍ତର କାର୍ଯ୍ୟରେ ବ୍ୟାପକ ହେରଫେର ସାଙ୍ଗକୁ ଅନୁସୂଚିତ ଜାତି ଓ ଅନୁସୂଚିତା ଜନଜାତି ଅର୍ଥ ହଡପ ଭଳି କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ବିଜୟ ବିଶ୍ବାଳ ଭଲ ପାଠ ପଢ଼ାଉଥିବା କିଛି ଅଭିଭାବକ ସମର୍ଥନ କରିଛନ୍ତି ।

ଶିକ୍ଷକଙ୍କ ବଦଳି ନେଇ ବିଇଓଙ୍କୁ ମାଡ଼ !

ଏହା ବି ପଢନ୍ତୁ- ଉଦାହରଣ ସାଜିଲେ ବିଧାୟକ, ସ୍କୁଲ ପରିଭ୍ରମଣ ବେଳେ କଲେ ଶୌଚାଳୟ ସଫେଇ

ଏମିତି ଅଭିଭାବକଙ୍କ ମଧ୍ୟରେ ଦୁଇଗୋଷ୍ଠୀ ହୋଇ ସ୍କୁଲ ସମ୍ମୁଖରେ ପ୍ରତିବାଦ ସ୍ବରୂପ ଧାରଣା ଦିଆଯାଇଥିଲା । ଯାହାଦ୍ବାରା ଆଜି ବିଦ୍ୟାଳୟରେ ପାଠପଢା ବାଧାପ୍ରାପ୍ତ ହୋଇଥିଲା । ଏହାରି ଭିତରେ ସୋର ବ୍ଳକରେ ଆଜି ମିଳିତ ଜନ ଶୁଣାଣି ଶିବିର ଚାଲିଥିବା ବେଳେ ସେଠାରେ ବ୍ଲକ ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ଜେନା ଉପସ୍ଥିତ ଥିଲେ । ସେଠାରୁ ଫେରିବା ବେଳେ ସ୍କୁଲର ଏମିତି ବ୍ୟବସ୍ଥାକୁ ନେଇ କିଛି ଗ୍ରାମବାସୀ ବ୍ଲକ ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ଜେନାଙ୍କୁ ମାଡ଼ ମାରିଥିଲେ।

ଗ୍ରାମବାସୀଙ୍କ ମାଡରେ ବ୍ଲକ ଶିକ୍ଷା ଅଧିକାରୀ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୋର ଥାନାରେ ବିଇଓ ଅଭିଯୋଗ କରିଥିବା ବେଳେ ବିଇଓଙ୍କ ବିରୋଧରେ ମଧ୍ୟ ଏକ ଅଭିଯୋଗ କରାଯାଇଛି। ତେଣ୍ଟେଇ ସରପଞ୍ଚଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏହି ଘଟଣା ରାଜନୈତିକ ଆକ୍ରୋଶ ବୋଲି ଜଣାପଡିଛି।

ଏ ନେଇ ବିଇଓ ସୁଧାଂଶୁ ଶେଖର ଜେନା କହିଛନ୍ତି, " ତେଣ୍ଟେଇ ଭିକାରୀ ଚରଣ ନୋଡାଲ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଜୟ ବିଶ୍ବାଳଙ୍କୁ ନେଇ ଏକ ଯାଞ୍ଚ କରାଯାଇଥିଲା । ସେ ଠିକ ଭାବରେ ତାଙ୍କ କାର୍ଯ୍ୟ ସମ୍ପାଦନା କରୁନଥିଲେ । ତେବେ ତାଙ୍କ ବଦଳି ନେଇ ମୋତେ ନିର୍ଦ୍ଦେଶ ଆସିଥିଲା । ଏହାକୁ ନେଇ କିଛି ଲୋକ ମୋତେ ମାଡ଼ ମାରିଥିଲେ । ମାଡ଼ ମାରିବା ସେମାନେ କହୁଥିଲେ ବିଜୟ ବିଶ୍ବାଳ ଆମକୁ ପଠାଇଛି । ଆମେ ତୁମକୁ ଏଠି ମାରିଦେଇ ଯିବୁ ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.