ETV Bharat / city

ପାଣିଘେରରେ ଥିବା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ବିଜେପି ନେତା - Bjp leader

ଲଗାଣ ବର୍ଷାରେ ବେହାଲ ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳ । ଲୋକମାନଙ୍କୁ ପ୍ରଶାସନିକ ସହାୟତା ନ ମିଳିବାରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ଯୁବମୋର୍ଚ୍ଚା ଉପସଭାପତି ମାନସ ଦତ୍ତ । ଅଧିକ ପଢନ୍ତୁ...

ପାଣିଘେରରେ ବସବାସ କରୁଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ବିଜେପି ନେତା

author img

By

Published : Sep 18, 2021, 7:17 AM IST

Updated : Sep 18, 2021, 9:19 AM IST

ବାଲେଶ୍ବର: ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ ଲୋକମାନେ ପାଣିଘେରରେ ଜୀବନ ଯାପନ କରୁଛନ୍ତି । ତେବେ ସେମାନେ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବା ବେଳେ ସେମାନଙ୍କ ନିକଟରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ମାନସ ଦତ୍ତ ।

ପାଣିଘେରରେ ବସବାସ କରୁଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ବିଜେପି ନେତା
ସେପଟେ ସହରର ଗଳାପୋଲ ସ୍ଥିତ ଗୌଡ଼ସାହିରେ ବନ୍ୟା ବିପନ୍ନଙ୍କୁ ଭେଟିବା ସହ ତାଙ୍କ ପାଇଁ କିଛି ଶୁଖିଲା ଖାଦ୍ୟର ବ୍ୟବସ୍ଥା କରି ବଣ୍ଟନ କରିଛନ୍ତି । ଜଳ ନିଷ୍କାସନ ପାଇଁ ସଠିକ ଡ୍ରେନେଜ ବ୍ୟବସ୍ଥାର ଅଭାବ ଏବଂ ପ୍ରଶାସନିକ ଉଦାସୀନତା ପାଇଁ ବାଲେଶ୍ୱର ଭଳି ଅଗ୍ରଣୀ ସହରର ତଳି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥିବା ନେଇ ସେ ଅଭିଯୋଗ କରିଛନ୍ତି । ମଣିଖମ୍ବ , ଗୋପାଳ ଗାଁ ସ୍ଥିତ ତଳସାହି ଠାରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ବର୍ଷା ପାଣି ଜମାଟ ହୋଇଯାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ପ୍ରପୀଡିତ ଲୋକ ମାନଙ୍କୁ ଉଦ୍ଧାର କରିବା ସହ ପ୍ରଶାସନ ପକ୍ଷରୁ ସହାୟତା ଦେବାକୁ ପ୍ରଶାସନ ନିକଟରେ ଶ୍ରୀ ଦତ୍ତ ଅନୁରୋଧ କରିଛିନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Sep 18, 2021, 9:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.