ବାଲେଶ୍ବର: ବେପରୁଆ ଗାଡି ଚାଳନା ଯୋଗୁ ଶେଷରେ ଭାଙ୍ଗିଲା କାର ଓ ମାଡ଼ ଖାଇଲେ ଡ୍ରାଇଭର। ଏମିତି ଘଟଣା ଘଟିଛି ବାଲେଶ୍ଵର ସହଦେଵଖୁଣ୍ଟା ଥାନା ଅଞ୍ଚଳରେ।
ଏକ କାର ନୂଆବଜାରରୁ ଫାଣ୍ଡି ଛକ ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ବେଳେ କାରଟି ପ୍ରଥମେ ଇଲେକ୍ଟ୍ରୀ ଖୁଣ୍ଟ ଏବଂ ଅନ୍ନପୂର୍ଣ୍ଣା ଫାଷ୍ଟ ଫୁଡ୍ ଉପରକୁ ମାଡି ଯାଇଥିଲା । ଫଳରେ ଦୋକାନରେ ଥିବା ବିଭିନ୍ନ ଆସବାବପତ୍ର ନଷ୍ଟ ହୋଇଯୋଇଥିଲା ।
ଏହାକୁ ନେଇ ସ୍ଥାନୀୟ ଲୋକମାନେ ଉତ୍ତ୍ୟକ୍ତ ହୋଇ କାର ଡ୍ରାଇଭରଙ୍କୁ ନିଦ୍ଧୁମ ମାଡ଼ ମାରିବା ସହ କାରଟିକୁ ଭାଙ୍ଗିରୁଜି ପକାଇଥିଲେ । ପରେ ସହଦେବ ଖୁଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାଳକଙ୍କୁ ଉତ୍ତ୍ୟକ୍ତ ଲୋକଙ୍କଠାରୁ ଉଦ୍ଧାର କରିଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ