ବାଲେଶ୍ଵର: ସୋର ପୋଲିସ ହାତରେ ଧରାପଡିଲେ 5 ଲୁଟେରା । ଗିରଫ ଅଭିଯୁକ୍ତମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ସୂଚନା ମିଳିଛି।
ଅଭିଯୁକ୍ତମାନେ ବିଦୁ ଛକ ନିକଟରୁ ଜଣେ ଗହଣା ଦୋକାନୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତମାନେ ସନାତନ ଦାସ, ରତିକାନ୍ତ ଦାସ, ଚିନ୍ମୟ ଦାସ, ଜିତେନ୍ଦ୍ର ଦାସ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ