ETV Bharat / city

ପୌର ଭୋଟ ଗଣତି ପାଇଁ ବାଲେଶ୍ବରରେ ପ୍ରସ୍ତୁତି ଶେଷ

author img

By

Published : Mar 25, 2022, 6:28 PM IST

ରାତିପାହିଲେ ପୌର ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହେବ । ଏଥିପାଇଁ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ । ଅଧିକ ପଢନ୍ତୁ

ପୌର ନିର୍ବାଚନ ଭୋଟ ଗଣତି ପାଇଁ ବାଲେଶ୍ବରରେ ପ୍ରସ୍ତୁତି ଶେଷ

ବାଲେଶ୍ବର: ସରିଲା ପୌର ନିର୍ବାଚନ । EVMରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ରାତିପାହିଲେ ଭୋଟ ଗଣତି ଆରମ୍ଭ ହେବ । ବାଲେଶ୍ଵର ଜିଲ୍ଲାର ବାଲେଶ୍ଵର, ଜଳେଶ୍ବର ଓ ସୋର ମ୍ୟୁନିସିପାଲିଟି ତଥା ରେମୁଣା ଓ ନୀଳଗିରି ଏନଏସିରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।

ଅନ୍ୟପଟେ ଭୋଟ ଗଣତି ନେଇ ବାଲେଶ୍ବର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବାଲେଶ୍ଵର ମ୍ୟୁନିସିପାଲିଟିର ଗଣତି ବ୍ୟବସ୍ଥା ଆଇଟିଆଇରେ ହୋଇଛି । ଗତକାଲି ଭୋଟ ଗ୍ରହଣ ପରେ ଇଭିଏମଗୁଡିକ ପ୍ରାର୍ଥୀ ଓ ସେମାନଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ଆସନ୍ତାକାଲି ଗଣତି ପାଇଁ 14 ଟି ଟେବୁଲ କରାଯାଇଛି । 7ଟି ଟେବୁଲ କାଉନସିଲର ଓ 7ଟି ଟେବୁଲ ଅଧ୍ୟକ୍ଷା ପ୍ରାର୍ଥୀଙ୍କ ଗଣତି ହେବ ।

ୱାର୍ଡ ଅନୁସାରେ ଟେବୁଲଗୁଡିକରେ ଗଣତି ହେବ, ଏକାସାଙ୍ଗରେ ଉଭୟ କାଉନସିଲର ଓ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ଭୋଟ ଗଣତି ହେବ । ଏଥିପାଇଁ ପ୍ରତି ଟେବୁଲରେ ଜଣେ କାଉଣ୍ଟି ସୁପରଭାଇଜର ଓ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ନିୟୋଜିତ ହୋଇଛନ୍ତି । ସେଣ୍ଟ୍ରାଲ ଟେବୁଲରେ ଜଣେ ଅଫିସରଙ୍କୁ ସହଯୋଗ ପାଇଁ ନିୟୋଜିତ କରାଯାଇ ଥିବାବେଳେ 4 ଜଣ ଷ୍ଟାଫ ଟାବୁଲେସନ କରିବା ପାଇଁ ନିୟୋଜିତ ଅଛନ୍ତି । ଡାଟା ଅପଲୋଡ଼ ପାଇଁ 4 ଜଣ ଓ ତାଲିକା ପ୍ରସ୍ତୁତ ପାଇଁ 4 ଜଣ ଷ୍ଟାଫଙ୍କୁ ନିୟୋଜିତ କରାଯାଇଛି । ଏଥିସହ ଦୁଇଜଣ ଷ୍ଟାଫଙ୍କୁ ଫଳାଫଳ ସହ ବିଜୟୀ ପ୍ରାର୍ଥୀଙ୍କ ଏକ୍ସେଲ ସିଟ ପ୍ରସ୍ତୁତ ପାଇଁ ନିୟୋଜିତ କରାଯାଇ ଥିବାବେଳେ ଏସବୁକୁ ତଦାରଖ କରିବା ପାଇଁ ଜଣେ ଅଫିସରଙ୍କୁ ଦାଇତ୍ୱ ଦିଆଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.