ETV Bharat / city

୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ବାଲେଶ୍ବର ବଇଁଚା RI

ଭିଜିଲାନ୍ସ ଜାଲରେ ବାଲେଶ୍ବର ସଦର ବ୍ଲକ ବଇଁଚା RI(Revenue Inspector) । ମୃତ୍ୟୁକାଳୀନ ସହାୟତା ଯୋଗାଇଦେବା ପାଇଁ ଲାଞ୍ଚ ନେଉଥିବା ସମୟରେ ଧରାପଡିଲେ । ଅଧିକ ପଢନ୍ତୁ

୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ବାଲେଶ୍ବର ବଇଁଚା RI
୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ବାଲେଶ୍ବର ବଇଁଚା RI
author img

By

Published : Aug 2, 2022, 4:20 PM IST

ବାଲେଶ୍ୱର: ଭିଜିଲାନ୍ସ ଜାଲରେ ବାଲେଶ୍ବର ସଦର ବ୍ଲକ ବଇଁଚା RI(Revenue Inspector) । ମୃତ୍ୟୁକାଳୀନ ସହାୟତା ଯୋଗାଇଦେବା ପାଇଁ ଲାଞ୍ଚ ନେଉଥିବା ସମୟରେ ଧରାପଡିଥିବା ସୂଚନା । କାଗଜପତ୍ର ବାବଦକୁ 30 ହଜାର ଟଙ୍କା ଲାଞ୍ଚ ଦାବି ରଖିଥିଲେ ଆରଆଇ ଜଣକ । ଦାବି ଅନୁସାରେ ପ୍ରଥମ ପର୍ଯ୍ୟାୟ ଟଙ୍କା ନେବା ସମୟରେ ଭିଜିଲାନ୍ସ ଜାଲରେ ଧରାପଡିଥିବା ସୂଚନା ।

୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ବାଲେଶ୍ବର ବଇଁଚା RI
ଖବର ଅନୁସାରେ, ପାଖରାବାଡ଼ ପଞ୍ଚାୟତ ନିଶ୍ଚିନ୍ଦା ଗ୍ରାମର ଦୀନବନ୍ଧୁ ବେହେରାଙ୍କ 3 ବର୍ଷର ପୁଅର ପୋଖରୀରେ ବୁଡି ଗତ ଅପ୍ରେଲ ମାସ 14 ତାରିଖରେ ମୃତ୍ୟୁ ଘଟିଥିଲା । ପୁଅର ମୃତ୍ୟୁକାଳୀନ ସହାୟତା ରାଶି ପାଇଁ ଦୀନବନ୍ଧୁ ବଇଁଚା ଆରଆଇଙ୍କ ନିକଟକୁ ଯାଇଥିଲେ । ଆରଆଇ ଡଲି ସେଠୀ କାଗଜପତ୍ର ବାବଦକୁ 30 ହଜାର ଟଙ୍କା ଦାବି କରିଥିଲେ । ପ୍ରଥମ ପର୍ଯ୍ୟାୟରେ 10 ହଜାର ଟଙ୍କା ମାଗିଥିଲେ । ଏହାକୁ ନେଇ ଦୀନବନ୍ଧୁ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆରଆଇଙ୍କ ଦାବି ମୁତାବକ ଦୀନବନ୍ଧୁ 10 ହଜାର ଟଙ୍କା ନେଇ ଅଫିସରେ ପହଞ୍ଚିଥିଲେ । ପୂର୍ବ ପ୍ରସ୍ତୁତ ଅନୁଯାୟୀ ଭିଜିଲାନ୍ସ ଆରଆଇଙ୍କୁ କାବୁ କରିଥିବା ଜଣାପଡିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.