ETV Bharat / city

ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ୫ ବର୍ଷର ଝିଅ, ସହଯୋଗ କଲେ ବଞ୍ଚିବ ଜୀବନ - ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ଶୁଭଲକ୍ଷ୍ମୀ

କୁନି ଶିଶୁଟି ଜୀବନ ସହିତ ସଂଗ୍ରାମ ଜାରି ରଖିଛି । ଟଙ୍କା ଖର୍ଚ୍ଚ କରିବା ପାଇଁ ନାହିଁ ଟଙ୍କା । ତେବେ ଶେଷ ଭରସା ପ୍ରଶାସନ । ଯଦି ପ୍ରଶାସନ ସହଯୋଗର ହାତ ବଢାଏ ତେବେ ଜୀବନ ବଞ୍ଚିପାରନ୍ତା । ଅଧିକ ପଢନ୍ତୁ

ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ୫ ବର୍ଷର ଝିଅ, ସହଯୋଗ କଲେ ବଞ୍ଚିବ ଜୀବନ

author img

By

Published : May 6, 2022, 4:41 PM IST

ବାଲେଶ୍ବର: ସତରେ ଭଗବାନ କେତେ ନିଷ୍ଠୁର । ବୟସ ମାତ୍ର 5 ବର୍ଷ । ଯେଉଁ ବୟସରେ ହସି ଖେଳି ବୁଲିବା କଥା ସେହି ବୟସରେ ମାରାତ୍ମକ ରୋଗରେ ପିଡିତ ହୋଇ କଷ୍ଟ ପାଉଛି । ଦୁନିଆକୁ ଭଲରେ ଦେଖିନଥିବା ଓ ପରିବାର କ’ଣ ବୁଝିବା ଆଗରୁ ଜୀବନ ସହିତ ସଂଗ୍ରାମ କରୁଛି ୫ ବର୍ଷର ଝିଅ ଶୁଭଲକ୍ଷ୍ମୀ । ହେଲେ ଅଭାବୀ ପରିବାର କୁନି ଝିଅର ରୋଗ ଭଲ କରିବାକୁ ଯୋଗାଡ କରିପାରୁନି ଟଙ୍କା ।

ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ୫ ବର୍ଷର ଝିଅ, ସହଯୋଗ କଲେ ବଞ୍ଚିବ ଜୀବନ

ବାଲେଶ୍ବର ସହର 10ନଂ ୱାର୍ଡ ଅଙ୍ଗାରଗଡ଼ିଆ ଅଞ୍ଚଳର ଦିନ ମଜୁରିଆ ସପନ ବିନ୍ଧାଣିଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ । ଝିଅ ଶୁଭଲକ୍ଷ୍ମୀ ଯାହାର ବୟସ ମାତ୍ର ପାଞ୍ଚ ବର୍ଷ। ସେ ଏବେ ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ଏବଂ ଏଥିସହ ତାଙ୍କ କାନ୍ଧ ପାଖରେ ମଧ୍ଯ ଏକ ଟ୍ୟୁମର ହୋଇଛି। ସପନ ହେଉଛନ୍ତି ଜଣେ ଦିନ ମଜୁରିଆ । ଗୋଟିଏ ଭଙ୍ଗା ଛପର ତଳେ 12 ଜଣ ଲୋକ ମୁଣ୍ଡ ଗୁଞ୍ଜିଥିବା ବେଳେ ଦିନେ ଖଟିବାକୁ ନଗଲେ ଓଳିଏ ଖାଇବା ସମ୍ଭବ ନୁହେଁ । ବ୍ରେନ ପାଖରେ ହୋଇଥିବା ଟ୍ୟୁମରଟି ମସ୍ତିଷ୍କର ଶିର ଶିର ସହ ଯୋଡି ଯାଇଛି। ଶୁଭଲକ୍ଷ୍ମୀଙ୍କ ପରିବାର କଟକ ବଡ଼ ଡାକ୍ତରଖାନାକୁ ବାରମ୍ବାର ଯିବା ପରେ ବି ସେଠାରେ ଅସ୍ତ୍ରୋପଚାର କରାଯାଇନଥିଲା। ତେଣୁ ସପନ ବିନ୍ଧାଣି ନିଜ ଝିଅର ଅସ୍ତ୍ରୋପଚାର ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବୀମା ଯୋଜନାରେ ଘରୋଇ ହସ୍ପିଟାଲ ଯାଇଥିଲେ। ମାତ୍ର ଝିଅର ବୟସ ପାଞ୍ଚ ବର୍ଷ ଏବେ ହୋଇଥିବାରୁ ଝିଅ ଶୁଭଲକ୍ଷ୍ମୀଙ୍କ ନାମ ରାସନ କାର୍ଡରେ ନଥିଲା ତେଣୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରୁ ଝିଅର ଅସ୍ତ୍ରୋପଚାର ମଧ୍ୟ ହୋଇପାରୁନାହିଁ।

ଗୋଟେପଟେ ସରକାରୀ ସୁବିଧା ପାଇବାରେ ପ୍ରଶାସନିକ ନିୟମ ଓ ଅନ୍ୟପଟେ ଗରିବୀର କଷଣ ଭିତରେ ଝିଅଟିର ଭବିଷ୍ୟତ ଚାପି ହୋଇଯାଉଥିବା ପରି ମନେ ହେଉଛି। ପାଞ୍ଚ ବର୍ଷ ବୟସରେ ଭଗବାନ ଏ କୁନି ଝିଅଟି ପାଇଁ ସତେ ଯେମିତି ନିଷ୍ଠୁର ପାଲଟି ଯାଇଛନ୍ତି । ଅସ୍ତ୍ରୋପଚାର ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକ ଥିବା ବେଳେ ପରିବାର ପାଖରେ ଦୁଇଓଳି ପାଇଁ ଖାଦ୍ୟ ନାହିଁ। ଏମିତି ପରିସ୍ଥିତି ଭିତରେ କୁନି ଝିଅଟିର ଅସ୍ତ୍ରୋପଚାର ଦିଗରେ ସରକାରୀ ସ୍ତରରେ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ସରକାର କୁନିଝିଅର ଚିକିତ୍ସା ପାଇଁ ସହାୟତା ହାତ ଯଦି ବଢାନ୍ତି କଷ୍ଟରୁ ମୁକ୍ତି ପାଇପାରନ୍ତେ ଶୁଭଲକ୍ଷ୍ମୀ ।

ବାଲେଶ୍ବରରୁ ଜୀବନ ଜ୍ୟୋତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.