ETV Bharat / city

ସାମ୍ବାଦିକଙ୍କୁ ଆକ୍ରୋଶମୂଳକ ଗିରଫ ! ମେଡିକାଲରେ ବେଡି ପକାଇଲା ପୋଲିସ

ବାଲେଶ୍ବର ଜିଲ୍ଲା ନୀଳଗିରି ପୋଲିସର ଦାଦାଗିରି । ସାମ୍ବାଦିକଙ୍କୁ ଆକ୍ରୋଶମୂଳକ ଭାବରେ ଗିରଫ କରି ପାଦରେ ବେଡ଼ି ପକାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ସାମ୍ବାଦିକଙ୍କୁ ଆକ୍ରୋଶମୂଳକ ଗିରଫ ଅଭିଯୋଗ, ମେଡିକାଲରେ ବେଡି ପକାଇଲା ପୋଲିସ

author img

By

Published : Apr 7, 2022, 3:41 PM IST

Updated : Apr 7, 2022, 4:22 PM IST

ବାଲେଶ୍ବର: ଜିଲ୍ଲା ନୀଳଗିରି ପୋଲିସର ଦାଦାଗିରି । ଏହି ଅଞ୍ଚଳର ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ପୋଲିସ ଗିରଫ କରିବା ଓ ଗୋଡ଼ରେ ବେଦୀ ପକାଇ ରଖିବା ଘଟଣାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ସାମ୍ବାଦିକମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କୁ ଭେଟିବା ସହ ଉପଯୁକ୍ତ ତଦନ୍ତ ପାଇଁ ଦାବି ହୋଇଛି ।

ମେଡିକାଲରେ ବେଡି ପକାଇଲା ପୋଲିସ

ସୂଚନା ଅନୁସାରେ, ଗତ ମଙ୍ଗଳବାର ରାତିରେ ସାମ୍ବାଦିକ ଲୋକନାଥ ଦଳେଇ ରାତିରେ ଘରକୁ ଫେରୁଥିବା ସମୟରେ ନିଳଗିରୀ ଥାନାର ଜଣେ କର୍ମଚାରୀ ତାଙ୍କ ଗାଡିକୁ ଧକ୍କା ଦେଇଥିଲେ । ଘଟଣା ସ୍ଥଳରେ ଉଭୟଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା । ଘଟଣା ସ୍ଥଳରୁ ସ୍ଥାନୀୟ ବାସିନ୍ଦା ମାନେ ଉଭୟକୁ ବୁଝା ସୁଝା କରି ସମାଧାନ କରିଥିଲା ବେଳେ ବୁଧବାର ସକାଳେ ହଠାତ ପୋଲିସ ଲୋକନାଥ ଦଳାଇଙ୍କୁ ଗିରଫ କରିବା ସହିତ ୧୨ଘଣ୍ଟା ଥାନାରେ ଅଟକ ରଖି ନାନାଦି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।

ତେବେ ସାମ୍ବାଦିକଙ୍କ ସାସ୍ଥ୍ୟବସ୍ଥା ଗମ୍ଭୀରଭାବେ ଖରାପ ହୋଇଥିବା ଯୋଗୁଁ ତାଙ୍କୁ ଗତକାଲି ରାତିରେ ବାଲେଶ୍ବର ଜିଲ୍ଲା ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ତାଙ୍କ ଗୋଡରେ ବେଡି ପକାଇ ରଖିବା ଘଟଣା ପୋଲିସର ଆକ୍ରୋଶକୁ ଆହୁରି ସ୍ପଷ୍ଟ କରୁଛି ।

ସାମ୍ବାଦିକମାନେ ଏସ୍ପିଙ୍କୁ ଭେଟି କଲେ ତଦନ୍ତ ଦାବି

ଏହି ଘଟଣାରେ ସାମ୍ବାଦିକମାନେ ଏସ୍ପିଙ୍କୁ ଭେଟି ଏ ନେଇ ତଦନ୍ତ ପାଇଁ ଦାବି କରିଛନ୍ତି । ଜଣେ ଡିଏସପିଙ୍କ ନେତୃତ୍ୱରେ ଏହି ମାମଲା ତଦନ୍ତ କରାଯିବ ବୋଲି ଏସ୍ପି କହିବା ସହ ବେଡି ଫିଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ପୋଲିସର ମାତ୍ରାଧିକ କ୍ଷମତା ଅପବ୍ୟବହାରକୁ ନେଇ ସବୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ କାର୍ଯ୍ୟନୁଷ୍ଠାନକୁ ଅପେକ୍ଷା କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Apr 7, 2022, 4:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.