ବାଲେଶ୍ବର: ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବସ ଚଳାଚଳ ବନ୍ଦ ସାଙ୍ଗକୁ ସକାଳେ ଟ୍ରେନ ଚଳାଚଳ ବନ୍ଦ କରିବାକୁ ପ୍ରୟାସ କରିଥିଲେ ଆନ୍ଦୋଳନକାରୀ। ତେବେ 12 ଦଫା ଦାବି ନେଇ 10ଟି ଶ୍ରମିକ ସଙ୍ଗଠନ ସହରର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରି ବନ୍ଦକୁ ସଫଳ କରାଇଛନ୍ତି । ଏହାସହ ଜାତୀୟ ରାଜପଥରେ ମଧ୍ୟ ଚକ-ଅଖ ବନ୍ଦ ଥିଲା ।
ସେପଟେ ସରକାରୀ ଅଫିସ ସମ୍ମୁଖରେ ଧାରଣା ଦେଇ କର୍ମଚାରୀଙ୍କୁ ଭିତରକୁ ଛାଡିନଥିବାବେଳେ ଜିଲ୍ଲା ଦୌରାଜଜ ଗେଟ୍ ସମ୍ମୁଖରେ ଆନ୍ଦୋଳନକାରୀ ଧାରଣା ଦେଇଥିଲେ । ବିଚାରପତି, କୋର୍ଟ କର୍ମଚାରୀ ତଥା ଓକିଲମାନଙ୍କୁ ଭିତରକୁ ନଯିବାକୁ ମଧ୍ୟ ଅନୁରୋଧ କରିଥିବାର ଦେଖିବାକୁ ମିଳିଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ