ETV Bharat / city

ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ବାଲେଶ୍ୱର AIIMS OPD - ବାଲେଶ୍ୱରରେ ଆରମ୍ଭ ହେବ AIIMS OPD

ଜିଲ୍ଲାରେ AIIMS(ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ) ସେଟଲାଇଟ ସେଣ୍ଟର ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏନେଇ ଭିତ୍ତିଭୂମିଠାରୁ ଆରମ୍ଭ କରି ଡାକ୍ତର ନିଯୁକ୍ତ ଯାଏଁ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି । ଅଧିକ ପଢ଼ନ୍ତୁ

ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ବାଲେଶ୍ୱର AIIMS OPD

author img

By

Published : Apr 6, 2022, 6:31 PM IST

ବାଲେଶ୍ବର: ଜିଲ୍ଲାରେ AIIMS(ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ) ସେଟଲାଇଟ ସେଣ୍ଟର ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏନେଇ ଭିତ୍ତିଭୂମିଠାରୁ ଆରମ୍ଭ କରି ଡାକ୍ତର ନିଯୁକ୍ତ ଯାଏଁ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି । ଏଥିପାଇଁ ଆଜି AIIMS ନିର୍ଦ୍ଦେଶକ ଓ ସୁପରିଟେଣ୍ଡେଣ୍ଟଙ୍କ ସମେତ ଏକ ପ୍ରତିନିଧି ମଣ୍ଡଳ ବାଲେଶ୍ଵରରେ ପହଞ୍ଚି ସେଟଲାଇଟ ସେଣ୍ଟର ପରିଦର୍ଶନ କରିଛନ୍ତି । AIIMS OPD କୋଭିଡ୍‌ ପାଇଁ ବନ୍ଦ ରହିଥିବାବେଳେ ଆଗାମୀ ଦୁଇମାସ ମଧ୍ୟରେ ଏହାକୁ ଚାଲୁ କରାଯିବ ।

ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ବାଲେଶ୍ୱର AIIMS OPD

IPD ପାଇଁ ଦୁଇବର୍ଷ ସମୟ ଲାଗିପାରେ ବୋଲି AIIMS ନିର୍ଦ୍ଦେଶକ କହିଛନ୍ତି । ସପ୍ତାହରେ ଦୁଇଦିନ ଭୁବନେଶ୍ୱର AIIMSରୁ ଡାକ୍ତରମାନେ ଆସି ଏଠାରେ ରୋଗୀମାନଙ୍କୁ ସ୍ବାସ୍ଥ୍ୟ ଯାଞ୍ଚ କରିବେ । ଆବଶ୍ୟକ ସ୍ଥଳେ ରୋଗୀମାନଙ୍କୁ ଏଠାରୁ ଭୁବନେଶ୍ୱର AIIMS ସ୍ଥାନାନ୍ତର କରାଯିବ । ଏଠାରେ ସୁପର ସ୍ପେଶାଲିଟି ଡାକ୍ତର ପାଇଁ ବାଲେଶ୍ଵରବାସୀ ଦାବି କରିଥିଲେ । ତେବେ ରୋଗୀଙ୍କ ସଂଖ୍ୟା ବଢିଲେ ସେମିତି ଡାକ୍ତରମାନଙ୍କୁ ମାସକୁ ଥରେ କିମ୍ବା ଦୁଇମାସକୁ ଥରେ ବାଲେଶ୍ୱର ପଠାଯିବ ବୋଲି କୁହାଯାଇଛି ।

ଏହାସହ 90 ଜଣ ଡାକ୍ତରଙ୍କ ପାଇଁ ପ୍ରସ୍ତାବ ଯାଇଥିବା ବେଳେ 24 ଜଣ ଡାକ୍ତରଙ୍କ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ବାଲେଶ୍ୱରରୁ ମାତ୍ର ଦୁଇଜଣ ଏଥିପାଇଁ ଆବେଦନ କରିଥିବା ଜଣାପଡ଼ିଛି । ଏଥିପାଇଁ ଆଉଥରେ ବିଜ୍ଞପ୍ତି ପ୍ରକାଶ ପାଇବ । ଯେତେ ଶୀଘ୍ର ଡାକ୍ତରମାନେ ନିଯୁକ୍ତ ହେବେ ସେତେ ଶୀଘ୍ର AIIMS କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.