ବାଲେଶ୍ବର: ଏ ହେଉଛନ୍ତି ବାଲେଶ୍ଵର ସହରର ମଠସାହି ଅଞ୍ଚଳର ଅଜିତାନନ୍ଦ ଦେବଗୋସ୍ବାମୀ। ତବଲା ବଜାଇବାରେ ପୋଖତ । ଖାଲି ତବଲା ନୁହେଁ ବିଭିନ୍ନ ପ୍ରକାରର ଜିନିଷ ଯେପରିକି ଡବା, ଟେବୁଲ, ଚେୟାର, ହାତ, ପାଟି ଆଦିରେ ବଜାଇ ବାହାର କରନ୍ତି ବିଭିନ୍ନ ପ୍ରକାରର ସ୍ବର । ସଙ୍ଗୀତର ସ୍ବର ତାଙ୍କ କାନରେ ବାଜିଲେ ନାଚି ଉଠେ ତାଙ୍କ ହାତ। ତବଲାରୁ ଦିନ ଆରମ୍ଭ କରିଥାନ୍ତି ଅଜିତାନନ୍ଦ । ଏ ନିଶା ଆଜିର ନୁହେଁ 14 ବର୍ଷରୁ ତବଲା ପ୍ରତି ତାଙ୍କର ରହିଛି ସ୍ବତନ୍ତ୍ର ଆକର୍ଷଣ । ଯାହା ଦେଖିବା ପରେ ବାଲେଶ୍ଵରର ସାଇ ନୃତ୍ୟ ସଙ୍ଗୀତ ମହାବିଦ୍ୟାଳୟରେ ଭର୍ତ୍ତି କରାଇଥିଲେ ପରିବାର ଲୋକେ । 10 ବର୍ଷର କଠିନ ପରିଶ୍ରମ ଓ ଅଧ୍ୟବସାୟ ପରେ ସଙ୍ଗୀତ ବିଶାରଦ ଓ ସଙ୍ଗୀତ ଭାସ୍କର ଶିକ୍ଷା ଅର୍ଜନ କଲେ ସେ। ଖାଲି ଓଡିଶା ନୁହେଁ, ଚଣ୍ଡିଗଡ ଓ କୋଲକତାରେ ତବଲା ବାଦନ କଳା ମଧ୍ୟ ଶିକ୍ଷାଲାଭ କରିଥିଲେ। ନିଜ ତବଲା ତାଳରେ ମୁଗ୍ଧ ହୋଇଯାଆନ୍ତି ଦର୍ଶକ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ