ETV Bharat / city

କୋରୋନା ସନ୍ଦେହରେ ଭଡାଟିଆଙ୍କୁ ଘରକୁ ଛାଡିଲେନି ଘର ମାଲିକ - ବାଲେଶ୍ବର ନ୍ୟୁଜ

ଜଣେ ଭଡାଟିଆ କ୍ୟାନସର ରୋଗୀଙ୍କୁ କୋରୋନା ସନ୍ଦେହରେ ଘର ଭିତରକୁ ପଶିବା ପସେଇ ଦେଲେନି ଘର ମାଲିକ । ଅଧିକ ପଢନ୍ତୁ...

କୋରୋନା ସନ୍ଦେହରେ ଭଡାଟିଆଙ୍କୁ ଘରକୁ ଛାଡିଲେନି ଘର ମାଲିକ

author img

By

Published : Apr 17, 2020, 10:17 AM IST

Updated : Apr 17, 2020, 10:48 AM IST

ବାଲେଶ୍ବର: ସାରା ରାଜ୍ୟରେ କୋରୋନା ଆତଙ୍କ । ଭୟ ଏମିତି ଯେ, ହସ୍ପିଟାଲକୁ ଗଲା ମାତ୍ରେ କୋରୋନା ସନ୍ଦେହ କରି ଘରେ ପସେଇ ଦେଉନାହାଁନ୍ତି । ଏପରି ଏକ ଘଟଣା ବାଲେଶ୍ବର ଜିଲ୍ଲାରେ ଦେଖିବାକୁ ମିଳିଛି । ଜଣେ କ୍ୟାନ୍ସର ପୀଡିତ ପରିବାରକୁ ଭଡା ଘର ମାଲିକ ଘରେ ପୁରାଇ ଦେଇନଥିଲେ । ଫଳରେ କ୍ୟାନସର ପୀଡିତ ଓ ତାଙ୍କ ପରିବାର ଘର ବାହାରେ ବସି ରହିଲେ ।

କୋରୋନା ସନ୍ଦେହରେ ଭଡାଟିଆଙ୍କୁ ଘରକୁ ଛାଡିଲେନି ଘର ମାଲିକ

ସୂଚନାଯୋଗ୍ୟ, ସହଦେବଖୁଣ୍ଟା ଅଞ୍ଚଳର ଲୋକନାଥ ମନ୍ଦିର ନିକଟରେ ଏକ ଭଡା ଘରେ ରହୁଥିବା ସୁରେଶ କୁମାର ଶର୍ମା ଗଳା କର୍କଟ ରୋଗରେ ପୀଡିତ ଥିଲେ। ଚିକିତ୍ସା ପାଇଁ ଭୁବନେଶ୍ୱର ଯିବାକୁ ସେ ପ୍ରଶାସନର ଅନୁମତି ନେଇ ମଙ୍ଗଳବାର ଏମ୍ସ ହସ୍ପିଟାଲ ଯାଇଥିଲେ। ସେଠାରେ ଚିକିତ୍ସିତ ହେବାପରେ ସୁରେଶ ଗୁରୁବାର ରାତିରେ ବାଲେଶ୍ଵର ଫେରିଥିଲେ। ମାତ୍ର ଘର ମାଲିକ କୋରୋନା ସନ୍ଦେହ କରି ସେମାନଙ୍କୁ ଘରେ ପୁରାଇ ଦେଇନଥିଲେ ।

ଖବର ପାଇ ଜିଲ୍ଲାପ୍ରଶାସନ, ପୋଲିସ ଓ ଏକ ଡାକ୍ତରୀଦଳ ସେଠାରେ ପହଞ୍ଚିିଥିଲେ। ପରିବାରର ସମସ୍ତ ସଦସ୍ୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନେ ସୁସ୍ଥ ଥିବା ଜଣାପଡିଥିଲେ । ଏହାପରେ ଘରମାଲିକ ସେମାନଙ୍କୁ ଘରକୁ ପଶିବାକୁ ଅନୁମତି ଦେଇଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Apr 17, 2020, 10:48 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.