ETV Bharat / city

ପୋଲିସ ଜାଲରେ ଡ଼କାୟତ ଗ୍ୟାଙ୍ଗ; ମାରଣାସ୍ତ୍ର ଓ ମୋବାଇଲ ଜବତ, 7 ଗିରଫ - ବାଲେଶ୍ବର ଖବର

ବାଲେଶ୍ଵର ସହଦେବଖୁଣ୍ଟା ମଡେଲ ଥାନା ପୋଲିସ ଚଢ଼ାଉ କରି ବଡଧରଣର ଡ଼କାୟତ ଗ୍ୟାଙ୍ଗକୁ କାବୁ କରିଛି। ଗ୍ୟାଙ୍ଗର 7 ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣରେ ମୋବାଇଲ ଫୋନ ସହ ମାରଣାସ୍ତ୍ର ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

ଡ଼କାୟତ ଗ୍ୟାଙ୍ଗ କାବୁ କଲା ପୋଲିସ, 7 ଗିରଫ
ଡ଼କାୟତ ଗ୍ୟାଙ୍ଗ କାବୁ କଲା ପୋଲିସ, 7 ଗିରଫ
author img

By

Published : Sep 8, 2021, 4:22 PM IST

ବାଲେଶ୍ଵର: ଡକାୟତ ଗ୍ୟାଙ୍ଗକୁ ଧରିଲା ପୋଲିସ । ବାଲେଶ୍ଵର ସହଦେବଖୁଣ୍ଟା ମଡେଲ ଥାନା ପୋଲିସ ଦ୍ବାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଏକ ଡ଼କାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଗ୍ୟାଙ୍ଗ ବିଭିନ୍ନ ଅଞ୍ଚଳରେ ଛିନତାଇ କରିବା ସହ ଲୋକଙ୍କ ପାଖରୁ ଡକାୟତି କରୁଥିଲେ। ଏହି ଡକାୟତ ଗ୍ୟାଙ୍ଗ ଖନ୍ତାପଡା, ସହଦେଵଖୁଣ୍ଟା, ସଦର, ଟାଉନ ଥାନାରେ ପୂର୍ବରୁ ମାମଲା ଥିବା ଜଣାପଡିଛି। ଗ୍ୟାଙ୍ଗର 7 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୬ ଟି ମୋବାଇଲ ୫ ଟି ବାଇକ୍, ଦୁଇଟି ଖଣ୍ଡା, ଟୟ ଗନ୍ , ଟାବଲେଟ ଓ ୫ ହଜାର ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ନାମରେ ୧୦ରୁ ଉର୍ଦ୍ଧ୍ଵ ଚୋରି ମାମଲାରେ ଏମାନଙ୍କ ସଂପୃକ୍ତି ରହିଛି।

ଡ଼କାୟତ ଗ୍ୟାଙ୍ଗ କାବୁ କଲା ପୋଲିସ, 7 ଗିରଫ

ଗତ 1 ତାରିଖ ରେମୁଣା ଗୋଲେଇ ସ୍ଥିତ ଆଇଡ଼ିଏଫସି ଫାଷ୍ଟ ବ୍ୟାଙ୍କର କର୍ମଚାରୀ ପ୍ରତାପ କୁମାର ବାରିକ ବ୍ୟାଙ୍କ କାମରେ ବୁଆଁଳ ଗ୍ରାମରୁ ଫେରୁଥିବା ବେଳେ ନହରପାଟଣା ପୋଲ ନିକଟରେ ତିନିଜଣ ଦୁର୍ବୃତ୍ତ ତାଙ୍କୁ ଭୁଜାଲି ଓ ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ମୋବାଇଲ ଫୋନ, ଟାଵଲେଟ, ପେନଡ୍ରାଇଭ ସହିତ ତିନି ହଜାର ଟଙ୍କା ଲୁଟି ନେଇଥିଲେ। ଏନେଇ ସେ ସହଦେଵଖୁଣ୍ଟା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଏହି ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଥିଲା। ଏହି ଗ୍ୟାଙ୍ଗ ଟ୍ରକ ଅଟକାଇ ଡକାୟତି କରିବା ସହ ଲୋକଙ୍କ ପକ୍ଷରୁ ଖେଳନା ବନ୍ଧୁକ ଦେଖାଇ ଲୁଟ କରୁଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ କହଁରାକୁଳ, କାଜିବାଗର ରବିନ୍ଦ୍ର ଜେନା ଓରଫ ରୁନା ଓ ବିପିନ ଜେନା , ସହଦେବଖୁଣ୍ଟା ଥାନାର ଚୁନଭାଟିରୁ ଅସିତ କମିଳା ଓରଫ ଟୁନା , ଦରଜୀପୋଖରୀ ଅଞ୍ଚଳରୁ ମଧୁସୂଦନ ପଟା ଓରଫ ମୁନ୍ନା, ରାଣୀପାଟଣା ଅଞ୍ଚଳରୁ ମାନସ କୁମାର ଜେନା ଓରଫ୍ ରାଜୁ ଓ ଆଦିତ୍ୟ ସେନାପତି ଓରଫ୍ ଗବର ଏବଂ ଟାଉନ ଥାନାର ଅନ୍ନପୂର୍ଣ୍ଣା ଗଳିରୁ ସେଖ୍ ରମଜାନ୍ ଓରଫ୍ ରାମୁ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.