ETV Bharat / city

ବିଜେଡିରେ ମିଶିଲେ 2019 ନିର୍ବାଚନର କଂଗ୍ରେସ ବିଧାୟକ ପ୍ରାର୍ଥୀ ମାନସ ଦାସ ପଟ୍ଟନାୟକ

author img

By

Published : Oct 21, 2020, 7:36 PM IST

ବାଲେଶ୍ବର ସଦର ନିର୍ବାଚନ ଯେତିକି ପାଖେଇ ଆସୁଛି ତାର ଉଷ୍ଣତା ବଢିବାରେ ଲାଗିଛି । 2019 ନିର୍ବାଚନର କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇଥିବା ମାନସ ଦାସ ପଟ୍ଟନାୟକ ଆଜି କଂଗ୍ରେସ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

ବିଜେଡିରେ 2019 ନିର୍ବାଚନର କଂଗ୍ରେସ ବିଧାୟକ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ

ବାଲେଶ୍ବର: ଜମୁଛି ବାଲେଶ୍ଵର ସଦର ଉପନିର୍ବାଚନ। ପ୍ରାର୍ଥୀମାନେ ଏବେ ପ୍ରଚାର ମୈଦାନରେ। ଏହି ସମୟ ଭିତରେ ବିଭିନ୍ନ ଦଳରେ ଚାଲିଛି ମିଶ୍ରଣ ପର୍ବ। କଂଗ୍ରେସ ଦଳର 2019 ନିର୍ବାଚନରେ ସଦର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ମାନସ ଦାସ ପଟ୍ଟନାୟକ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି।

ଗତ ନିର୍ବାଚନରେ ମାନସ 20 ହଜାର ଭୋଟ ପାଇଥିବା ବେଳେ ଚଳିତ ଉପନିର୍ବାଚନରେ ଦଳ ତାଙ୍କୁ ଟିକେଟ ଯାଚିଥିଲା ବୋଲି ସେ କହିଛନ୍ତି। ମାତ୍ର କଂଗ୍ରେସ ର ସଂଗଠନ ସୁଦୃଢ଼ ନଥିବାରୁ ସେ ନିର୍ବାଚନ ମୈଦାନକୁ ଆସି ନଥିଲେ ବୋଲି କହିଛନ୍ତି। ଅନେକ କିଛି କାର୍ଯ୍ୟ ବାଲେଶ୍ୱରରେ କରିବା ପାଇଁ ଇଚ୍ଛା ରଖିଥିବା ବେଳେ କଂଗ୍ରେସ ସହ ରହି ସେସବୁ କରିହେବ ନାହିଁ ବୋଲି ସେ କହିବା ସହ ବିଜେଡିର ବିକାଶ ତାଙ୍କୁ ପ୍ରଭାବିତ କରିଥିବା ସେ କହିଛନ୍ତି। ଏହାସହ କଂଗ୍ରେସ ପ୍ରତି ତାଙ୍କର କୌଣସି ନୈରାଶ୍ୟ ଭାବ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।

ଅନ୍ୟପଟେ ବିଜେଡିର ପ୍ରଚାର ଓ ମିଶ୍ରଣ ଦେଖିବା ପରେ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ବିଜୟ ସୁନିଶ୍ଚିତ ବୋଲି ଦଳ ଆଶା ପୋଷଣ କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.