ETV Bharat / city

ବାଲେଶ୍ବରରେ ଦଲାଲ ମୁକ୍ତ ଅଭିଯାନ: 11 ଗିରଫ - ବାଲେଶ୍ବରରେ ଦଲାଲ ମୁକ୍ତ ଅଭିଯାନ

ବିଭିନ୍ନ ମେଡିକାଲ ଓ ଆରଟିଓ ପରିସରକୁ ଦଲାଲ ମୁକ୍ତ କରିବାକୁ ଚାଲିଥିବା ଅଭିଯାନରେ ବାଲେଶ୍ଵର ଟାଉନ ପୋଲିସ 11 ଜଣ ଦଲାଲଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 27, 2019, 4:10 PM IST

Updated : Sep 27, 2019, 8:35 PM IST

ବାଲେଶ୍ବର: ରାଜ୍ୟରେ ବିଭିନ୍ନ ମେଡିକାଲ ଓ ଆରଟିଓ ପରସରକୁ ଦଲାଲ ମୁକ୍ତ କରିବାକୁ ଚାଲିଥିବା ଅଭିଯାନରେ ବାଲେଶ୍ଵର ଟାଉନ ପୋଲିସ 8ଜଣ ଦଲାଲଙ୍କୁ ଗିରଫ କରିଛି । ଗୁରୁବାର ରାତିରେ 3ଜଣ ଓ ଆଜି ସକାଳେ ଅନ୍ୟ 3ଜଣ ଦଲାଲଙ୍କୁ ପୋଲିସ ମେଡିକାଲରୁ ଉଠାଇ ନେଇଛି । ସେହିପରି ଶିଳ୍ପାଞ୍ଚଳ ଥାନା ପକ୍ଷରୁ ଆରଟିଓ ଅଫିସରେ ଚଢ଼ାଉ କରି 5ଜଣ ଦଲାଲଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ପ୍ରଥମେ ଆରଟିଓ ଅଫିସରୁ 4 ଜଣ ଦଲାଲଙ୍କୁ ପୋଲିସ ଉଠାଇ ନେବାପରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ଦେଖିବାକୁ ମିଳିଥିଲା। ରେମୁଣା ଦୁର୍ଗାଦେବୀ ଅଞ୍ଚଳର ଜଣେ ଛାତ୍ରଙ୍କ ଠାରୁ ଡ୍ରାଇଭିଂ ଲାଇସେନ୍ସ କରାଇବା ନାଁରେ 660 ଟଙ୍କା ନେଇଥିବା ଜଣେ ଦଲାଲ ତାଙ୍କୁ ଅଧିକ ଟଙ୍କା ଦାବି କରି ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିବା ଅଭିଯୋଗ ହୋଇଛି। ଏହାସହ ଦଲାଲ ନିଜକୁ ପୋଲିସ ପରିଚୟ ଦେଇ ଛାତ୍ରଙ୍କୁ ଧମକ ଦେଇଥିବା ମଧ୍ୟ ଛାତ୍ର ଜଣକ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କ୍ରମେ ଦଲାଲଙ୍କୁ ପୋଲିସ ଗିରଫ କରିଛି।

ମେଡିକାଲ ଓ ଆରଟିଓରୁ ଦଲାଲ ଗିରଫ ହେଉଥିବା ବେଳେ ଆହୁରି ଅନେକ ଦଲାଲ ସକ୍ରିୟ ଥିବା ଜଣାପଡିଛି। ଅନ୍ୟପଟେ ଯେଉଁମାନେ ଦଲାଲଙ୍କୁ ଟଙ୍କା ଦେଇ ସାରିଛନ୍ତି, ସେମାନେ କିପରି ଡ୍ରାଇଭିଂ ଲାଇସେନ୍ସ ପାଇବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କଡାକଡି ଭାବେ କାର୍ଯ୍ୟକାରୀ ହେଉଥିବା ଦେଖିବାକୁ ମିଳିଛି। କିଛିଦିନ ତଳେ ମେଡିକାଲ ଓ ଆରଟିଓ ଦଲାଲମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କଡାକଡି ଭାବେ କାର୍ଯ୍ୟକାରୀ ହେଉଥିବା ଦେଖିବାକୁ ମିଳିଛି। ମେଡିକାଲ ଓ ଆରଟିଓ ଦଲାଲମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ବାଲେଶ୍ଵର ଟାଉନ ପୋଲିସ 6ଜଣ ଦଲାଲଙ୍କୁ ମେଡିକାଲରୁ ଟେକି ନେଇଥିବା ଜଣାପଡିଛି। ଗତକାଲି ରାତିରେ 3ଜଣ ଓ ଆଜି ସକାଳେ ଅନ୍ୟ 3ଜଣ ଦଲାଲଙ୍କୁ ପୋଲିସ ମେଡିକାଲରୁ ଉଠାଇ ନେଇଛି। ଏହି କାର୍ଯ୍ୟ ଆଗାମୀ ଦିନରେ ଜାରି ରହିବ ବୋଲି ଜଣାପଡିଛି।
ସେହିପରି ଶିଳ୍ପାଞ୍ଚଳ ଥାନା ପକ୍ଷରୁ ଆରଟିଓ ଅଫିସରେ ଚଢ଼ାଉ କରି 5ଦଲାଲଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ପ୍ରଥମେ ଆରଟିଓ ଅଫିସରୁ 4 ଜଣ ଦଲାଲଙ୍କୁ ପୋଲିସ ଟେକି ନେବାପରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନା ଦେଖିବାକୁ ମିଳିଥିଲା। ରେମୁଣା ଦୁର୍ଗାଦେବୀ ଅଞ୍ଚଳର ଜଣେ ଛାତ୍ରଙ୍କ ଠାରୁ ଡ୍ରାଇଭିଂ ଲାଇସେନ୍ସ କରାଇବା ନାଁରେ 660 ଟଙ୍କା ନେଇଥିବା ଜଣେ ଦଲାଲ ତାଙ୍କୁ ଅଧିକ ଟଙ୍କା ଦାବି କରି ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିବା ଅଭିଯୋଗ ହୋଇଛି। ଏହାସହ ଦଲାଲ ନିଜକୁ ପୋଲିସ ପରିଚୟ ଦେଇ ଛାତ୍ରଙ୍କୁ ଧମକ ଦେଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଛାତ୍ରଙ୍କ ଅଭିଯୋଗ ଅନୁସାରେ ଦଲାଲଙ୍କୁ ପୋଲିସ ଗିରଫ କରିଛି। ତେବେ ମେଡିକାଲରୁ 6 ଓ ଆରଟିଓରୁ 5ଜଣ ଦଲାଲ ଗିରଫ ହୋଇଥିବା ବେଳେ ଆହୁରି ଅନେକ ଦଲାଲ ସକ୍ରିୟ ଥିବା ଜଣାପଡିଛି। ଅନ୍ୟପଟେ ଯେଉଁମାନେ ଦଲାଲଙ୍କୁ ଟଙ୍କା ଦେଇ ସାରିଛନ୍ତି ସେମାନେ କେମିତି ଏବେ ଡ୍ରାଇଭିଂ ଲାଇସେନ୍ସ ପାଇବେ ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ।
ବାଇଟ1- ଦଲାଲ(ଚେକ ସାର୍ଟ, ବିନା ବୁମ)
ବାଇଟ2- ଅଭିଯୋଗକାରୀ ଛାତ୍ର(ଟି ଶାର୍ଟ, ବିନା ବୁମ)
ବାଇଟ3- ଅଭିଯୋଗକାରୀ ଛାତ୍ର(ବୁମ)Conclusion:
Last Updated : Sep 27, 2019, 8:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.