ETV Bharat / business

କେମିତି ଶୀଘ୍ର ଋଣମୁକ୍ତ ହେବେ ? ପଢନ୍ତୁ ଏହି ଟିପ୍ସ - ଛୋଟ ଲୋନ ପରିଶୋଧ କରିବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ

ଲୋନ ନେଇଥିଲେ ଏହାକୁ ଯଥାଶୀଘ୍ର ପରିଶୋଧ କରିବା ଦିଗରେ ଧ୍ୟାନ ଦେବା ଜରୁରୀ । କାରଣ ଋଣ ମଣିଷକୁ ଆର୍ଥିକ ଅନ୍ଧକାର ମଧ୍ୟକୁ ଠେଲି ଦିଏ । ଏପରିକି ଅନେକ ବ୍ୟକ୍ତି ଲୋନ ସୁଝି ନପାରି ଆତ୍ମହତ୍ୟା କରୁଥିବାର ଦେଖାଯାଏ । ତେଣୁ ଶୀଘ୍ର ଋଣମୁକ୍ତ ହେବା ପାଇଁ ନିମ୍ନୋଲିଖିତ ଟିପ୍ସଗୁଡିକୁ ଅନୁପାଳନ କରନ୍ତୁ । ଅଧିକ ପଢନ୍ତୁ

କେମିତି ଶୀଘ୍ର ଋଣମୁକ୍ତ ହେବେ ? ପଢନ୍ତୁ ଏହି ଟିପ୍ସ

author img

By

Published : Nov 22, 2022, 4:22 PM IST

ହାଇଦ୍ରାବାଦ: ଅତ୍ୟଧିକ ଋଣଗ୍ରସ୍ତ ଥିଲେ ଏଥିରୁ ଶୀଘ୍ର ମୁକୁଳିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ । ଅନେକ ଲୋକ ଋଣ ବୋଝ ସହିନପାରି ଆତ୍ମହତ୍ୟା କରୁଥିବାର ଦେଖାଯାଏ । ଏଥିପାଇଁ ଲୋନ ନେବା ପରଠାରୁ ଏହାର ଯଥାସମ୍ଭବ ପରିଶୋଧ ଉପରେ ଧ୍ୟାନ ଦିଅନ୍ତୁ । ଯଦି ଅଧିକ ଋଣ କରିଛନ୍ତି ତାହାହେଲେ ସର୍ବପ୍ରଥମେ ନିଜର କ୍ରେଡିଟ କାର୍ଡ ବନ୍ଦ କିମ୍ବା ଫ୍ରିଜ୍ କରିବା ଆବଶ୍ୟକ । ଯେ ପର୍ଯ୍ୟନ୍ତ ଆପଣ ପୁରୁଣା ଲୋନ ପରିଶୋଧ ନକରିଛନ୍ତି ସେତେପର୍ଯ୍ୟନ୍ତ ଯେକୌଣସି ପରିସ୍ଥିତିରେ ନୂଆ ଲୋନ ନିଅନ୍ତୁ ନାହିଁ । ପୂର୍ବରୁ ଲୋନ ପାଇବାରେ ଅନେକ ଜଟିଳତା ଥିଲା । ମାତ୍ର ଡିଜିଟାଲାଇଜେସନ ଯୋଗୁଁ ଆଜିକାଲି ଖୁବ୍ ସହଜରେ ଲୋନ ମିଳିଯାଉଛି । ଅତ୍ୟାବଶ୍ୟକ ନଥିଲେ ଆପଣ କୌଣସି ଲୋନ ପ୍ରଲୋଭନର ଶିକାର ହୁଅନ୍ତୁ ନାହିଁ ।

ଆଜିକାଲି କୌଣସି ସାମଗ୍ରୀ କ୍ରୟ ପାଇଁ ନଗଦ ରାଶିର ଆବଶ୍ୟକତା ପଡୁନାହିଁ । କାରଣ ବ୍ରିକେତା EMI(equated monthly installment)ରେ ସାମଗ୍ରୀ ବିକ୍ରୟ ସୁବିଧା ପ୍ରଦାନ କରୁଛନ୍ତି । ସାଧରଣତଃ ପାର୍ବଣ ସମୟରେ ଏହିଭଳି ଅନେକ ଅଫର ମିଳିଥାଏ । ଅଧିକାଂଶ ଗ୍ରାହକ ଏହି ଅଫର ଲୋଭରେ ଅଯଥା ସାମଗ୍ରୀ କ୍ରୟ କରୁଥିବାର ଦେଖାଯାଏ । ଏହାଦ୍ବାରା ଆପଣ ଋଣ ଜାଲରେ ଛନ୍ଦି ହୋଇଯାଇଥାନ୍ତି । ତେଣୁ ଭବିଷ୍ୟତର ଆର୍ଥିକ ସଙ୍କଟରୁ ବର୍ତ୍ତିବା ପାଇଁ ଏହିଭଳି ଲୋନରୁ ଦୂରେଇ ରୁହନ୍ତୁ ।

ପର୍ବପର୍ବାଣି ସମୟରେ କେତେ ଟଙ୍କା ବ୍ୟୟ କରିବେ ତାହା ପୂର୍ବରୁ ଆକଳନ କରନ୍ତୁ । ଆପଣ କେତେ ଲୋନ କରିଛନ୍ତି, ତାହାର ଅବଧି ଏବଂ ପ୍ରତି ଲୋନରେ କେତେ ସୁଧ ଦେଉଛନ୍ତି ତାହା ବିଚାର କରନ୍ତୁ । ଏହାସହିତ ବ୍ୟକ୍ତିଗତ ଏବଂ Buy Now Pay Later (ଏବେ ନିଅନ୍ତୁ, ପରେ ଦିଅନ୍ତୁ) ଲୋନ ଆଦିର ତାଲିକା ବନାନ୍ତୁ । ସ୍ପଷ୍ଟତା ପାଇଁ ଗୋଟିଏ ସ୍ଥାନରେ ପୁରୁଣା ଲୋନ ଓ ନୂଆ ଲୋନ ଲେଖି ରଖନ୍ତୁ । ଏହାପରେ ଆପଣ ନିଜର ବଳକା ଆୟରୁ କେମିତି ଏହି ଲୋନ ପରିଶୋଧ କରିବେ ସେନେଇ ଯୋଜନା ପ୍ରସ୍ତୁତ କରନ୍ତୁ ।

ପ୍ରଥମେ କେଉଁ ଲୋନ ସୁଝିବା ଉଚିତ୍ ତାହା ଜାଣିବା ସବୁଠୁ ଗୁରୁତ୍ବପୂର୍ଣ୍ଣ । ଅଧିକ ସୁଧପ୍ରଦାନ କରୁଥିବା ଲୋନକୁ ଯଥାଶୀଘ୍ର ବନ୍ଦ କରିବାକୁ ଚେଷ୍ଟା କରନ୍ତୁ । ନଚେତ୍ ଆପଣଙ୍କ ସଞ୍ଚୟ ଅଧା ରାଶି ଏଥିରେ ଶେଷ ହୋଇଯିବ । ସେହିପରି ଛୋଟ ଛୋଟ ଲୋନ ପରିଶୋଧ କରିବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଏହାସହିତ ସମୟ ପୂର୍ବରୁ ଏହି ଛୋଟ ଲୋନ ବନ୍ଦ କରିବାକୁ କେତେ ଜରିମାନା ଦେବାକୁ ପଡିବ ତାହା ଯାଞ୍ଚ କରନ୍ତୁ ।

ଏହାମଧ୍ୟ ପଢନ୍ତୁ: ନିଜର ଘରଟିଏ ପାଇଁ ଯୋଜନା କରୁଛନ୍ତି ? କ୍ରେଡିଟ ସ୍କୋର ଉପରେ ଧ୍ୟାନ ଦିଅନ୍ତୁ

କମ୍ ରିଟର୍ଣ୍ଣ ପ୍ରଦାନକାରୀ ପଲିସିଗୁଡିକରେ ନିବେଶ କରିବା ଲାଭଦାୟକ ନୁହେଁ । ୧୬ ପ୍ରତିଶତ ସୁଧହାରରେ ଲୋନ ନେଇ ୮ ପ୍ରତିଶତ ସୁଧ ପ୍ରଦାନକାରୀ ପ୍ଲାନରେ ନିବେଶ କରିବା ବୁଦ୍ଧିମାନର କାମ ନୁହେଁ । ଯଦି ସମ୍ଭବ ହେଉଛି ତାହାହେଲେ ଫିକ୍ସ ଡିପୋଜିଟ ଓ ଇନ୍ୟୁରାନ୍ସ ପଲିସିଗୁଡିକରୁ ଲୋନ ନିଅନ୍ତୁ । ଏଥିରେ ସୁଧହାର କମ୍ ରହିଥାଏ । ଏହାସହିତ ସୁନା ବନ୍ଧକ ରଖି କମ୍ ସୁଧହାରର ଲୋନ ନିଆଯାଇପାରେ ।

ନିଜର ଆୟ ବୃଦ୍ଧି ପାଇଁ ଉପଯୁକ୍ତ ରାସ୍ତା ଆପଣାନ୍ତୁ । ଏହା ଆପଣଙ୍କୁ ଶୀଘ୍ର ଋଣମୁକ୍ତ କରିବାରେ ସହାୟକ ହୋଇଥାଏ । ଆୟ ଓ ବ୍ୟୟ ଅନୁପାତ ହ୍ରାସ କରିବା ଦିଗରେ ଉଦ୍ୟମ ପାଇଁ ନିଜ ପରିବାର ସହ ଆଲୋଚନା କରନ୍ତୁ । ହୋମ ଲୋନ ନେଇଥିଲେ ଏହାର EMI କମ୍ କରାଯାଇପାରିବ କି ନାହିଁ ତାହା ଜାଣିବାକୁ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ । ପର୍ବପର୍ବାଣିର ଖୁସି ସେତେବେଳେ ଦ୍ବିଗୁଣିତ ହୋଇଥାଏ ଯେତେବେଳେ ଏହିଭଳି ଉତ୍ସବ ସମୟରେ ନିଆଯାଇଥିବା ଲୋନ ଶୀଘ୍ର ପରିଶୋଧ ହୋଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.