ETV Bharat / business

ମିଳିବ ସରକାରୀ ଲାଭ, ତୁରନ୍ତ ସେଭିଂ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସହ ଆଧାରର ଲିଙ୍କ୍‌ କରନ୍ତୁ

author img

By ETV Bharat Odisha Team

Published : Nov 20, 2023, 6:34 AM IST

ସରକାରୀ ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି କି ? ତେବେ ତୁରନ୍ତ ନିଜ ସେଭିଂ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସହ ଆଧାରର ଲିଙ୍କ୍‌ କରନ୍ତୁ । ଆପଣ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମାଧ୍ୟମରେ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସହ ଆଧାରର ଲିଙ୍କ୍‌ କରିପାରିବେ । ଅଧିକ ପଢ଼ନ୍ତୁ

ବ୍ୟାଙ୍କ ଆକାଉଣ୍ଟ ସହ ଆଧାରର ଲିଙ୍କ କରନ୍ତୁ
ବ୍ୟାଙ୍କ ଆକାଉଣ୍ଟ ସହ ଆଧାରର ଲିଙ୍କ କରନ୍ତୁ

ହାଇଦ୍ରାବାଦ : ସରକାରୀ ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି କି । ତେବେ ତୁରନ୍ତ ନିଜ ସେଭିଂ ବ୍ୟାଙ୍କ୍‌ ଆକାଉଣ୍ଟ ସହ ଆଧାର ଲିଙ୍କ୍‌ କରନ୍ତୁ । କାରଣ ଏହା କାରିବା ଦ୍ୱାରା ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଉଠାଇ ପାରିବେ । ନିକଟରେ ବ୍ୟାଙ୍କ୍‌ ଆକାଉଣ୍ଟ ସହ ଆଧାର ଲିଙ୍କ୍‌ ନଥିବାରୁ ଅନେକ ଆକାଉଣ୍ଟଧାରୀ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇଛନ୍ତି ।

ସରକାରୀ ଯୋଜନାର ଲାଭ ଉଠାଇବାକୁ ଚାହୁଁଥିଲେ, ନିଜ ସେଭିଂ ବ୍ୟାଙ୍କ୍‌ ଆକାଉଣ୍ଟ ସହ ଆଧାରର ଲିଙ୍କ୍‌ କରନ୍ତୁ । ହିମାଚଲ ପ୍ରଦେଶ, କର୍ଣ୍ଣାଟକ ତଥା ଦେଶର ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀଙ୍କୁ 2022-23ର ଛାତ୍ରବୃତ୍ତି ମିଳିଛି । କିନ୍ତୁ ଏଠାରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟ ସହ ଆଧାରର ଲିଙ୍କ୍‌ ନଥିବାରୁ ସେମାନଙ୍କୁ ଛାତ୍ରବୃତ୍ତି ମିଳି ପାରିନାହିଁ । ସେଭଳି ବ୍ୟାଙ୍କ ଆକାଉଣ୍ଟ ସହ ଆଧାରର ଲିଙ୍କ ନଥିବାରୁ ଅନେକ ଲୋକ ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଇ ପାରୁନାହାନ୍ତି ।

କେମିତି କରିବେ ବ୍ୟାଙ୍କ ଆକାଉଣ୍ଟ ସହ ଆଧାରର ଲିଙ୍କ

ଆପଣ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ ସହ ଆଧାରର ଲିଙ୍କ କରିପାରିବେ । ଆକାଉଣ୍ଟ ଧାରକ ନିଜ ଏଟିଏମ (ATM) ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ ସହ ଆଧାରର ଲିଙ୍କ କରିପାରିବେ । ଏକ ଏସ୍‌ଏମ୍‌ଏସ (SMS) ମାଧ୍ୟମରେ ମଧ୍ୟ ବ୍ୟାଙ୍କ ଆକାଉଣ୍ଟ ସହ ଆଧାରର ଲିଙ୍କ୍‌ କରିପାରିବେ । ଏସ୍‌ଏମ୍‌ଏସ (SMS) ମାଧ୍ୟମରେ ଆଧାର ଲିଙ୍କ୍‌ କରିବା ଭାରି ସରଳ । କିନ୍ତୁ ସମସ୍ତ ବ୍ୟାଙ୍କ୍‌ ପକ୍ଷରୁ ସେ ସୁବିଧା ଦିଆଯାଉ ନାହିଁ । ଭିନ୍ନ ଭିନ୍ନ ବ୍ୟାଙ୍କର ନମ୍ବର ଓ ଏସ୍‌ଏମ୍‌ଏସ (SMS) ଫର୍ମାଟ ଅଲଗା ।

ଏହା ମଧ୍ୟ ପଢ଼ନ୍ତୁ.....ଜାଣନ୍ତୁ କେଉଁ ବ୍ୟାଙ୍କ ଦେଉଛି କମ୍ ସୁଧରେ ପର୍ସନାଲ ଲୋନ

କେମିତି ଚେକ୍ କରିବେ ବ୍ୟାଙ୍କ ଆକାଉଣ୍ଟ ସହ ଆଧାରର ଲିଙ୍କ

ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI)ର "myAadhaar" ପୋର୍ଟଲ ମାଧ୍ୟମରେ ଯେକୌଣସି ବ୍ୟକ୍ତି ଅତି ସହଜରେ ଲିଙ୍କ୍ କରିପାରିବେ । କେଉଁ ବ୍ୟାଙ୍କ ଖାତା ସହ ବ୍ୟକ୍ତିଙ୍କ ଆଧାର ଲିଙ୍କ ରହିଛି ? ରିର୍ଜଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI)ର ନିୟମ ଅନୁଯାଇ ଜଣେ ବ୍ୟକ୍ତି ଗୋଟିଏ ଥର ଗୋଟିଏ ହିଁ ବ୍ୟାଙ୍କ ଆକାଉଣ୍ଟକୁ ନିଜ ଆଧାର ସହ ଲିଙ୍କ କରିପାରିବେ । ଗୋଟିଏ ଆଧାରର କାର୍ଡ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ହୋଇପାରିବ । (UIDAI)ର "myAadhaar" ପୋର୍ଟଲରେ ଯାଇ ଲିଙ୍କ ଚେକ୍‌ ପାଇଁ ନିମ୍ନ ଲିଖିତ ପଦ୍ଧତି ଅନୁସରଣ କରନ୍ତୁ...

  • https://myaadhaar.uidai.gov.in/ ସାଇଟ୍‌କୁ ଯାଆନ୍ତୁ
  • ଏକ ଲିଙ୍କ୍‌ ଆସିବ ସେଥିରେ କ୍ଲିକ୍‌ କରନ୍ତୁ
  • ଏକ ନୁଆ ୱେବ ପେଜ ଖୋଲିବ
  • ସେଠି ନିଜର ଆଧାରର ନମ୍ବର ଭରିବା ପରେ ଆପଣଙ୍କ ପାଖକୁ ଏକ OTP ଆସିବ
  • OTP ଆସିବା ପରେ Log inରେ କ୍ଲିକ୍‌ କରନ୍ତୁ
  • ବ୍ୟାଙ୍କ୍‌ ସିଡିଂରେ କ୍ଲିକ୍‌ କଲେ ବ୍ୟାଙ୍କ ଆକାଉଣ୍ଟ ସହ ଆଧାରର ଲିଙ୍କ୍‌ ହୋଇଯିବ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.