ETV Bharat / business

ବିଶ୍ବର ପଞ୍ଚମ ବୃହତ ଅର୍ଥନୀତି ହେଲା ଭାରତ, ପଛରେ ପଡିଲା ବ୍ରିଟେନ

author img

By

Published : Sep 3, 2022, 12:10 PM IST

ବ୍ରିଟେନକୁ ପଛରେ ପକାଇ ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତି ହେଲା ଭାରତ । ପ୍ରଥମ ସ୍ଥାନରେ ଆମେରିକା ରହିଛି । ଏହା ପଛକୁ ଚୀନ, ଜାପାନ ଏବଂ ଜର୍ମାନୀ ରହିଛି । ଅଧିକ ପଢନ୍ତୁ

ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତି ଭାରତ, ପଛରେ ପଡିଲା ବ୍ରିଟେନ

ଲଣ୍ଡନ: ସୁଦୃଢ ହେଉଛି ଭାରତୀୟ ଅର୍ଥବ୍ୟବସ୍ଥା । ବିଶ୍ବର ପଞ୍ଚମ ବୃହତ ଅର୍ଥନୀତି ଭାବେ ପରିଚୟ ହାସଲ କରିଛି ଭାରତ । Bloomberg ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ବ୍ରିଟେନକୁ ପଛରେ ପକାଇ ବିଶ୍ବରେ ଭାରତ ୫ମ ବୃହତ ଅର୍ଥନୀତିର ଦେଶ (India surpasses UK) ହୋଇଛି । ୨୦୨୧ ବର୍ଷର ଶେଷ ତ୍ରୟୋମାସରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ବ୍ରିଟେନ ଠାରୁ ଅଧିକ ରହିଛି । ଏହି ଦୃଷ୍ଟିରୁ ଭାରତ ବିଶ୍ବର ପଞ୍ଚମ ସର୍ବବୃହତ ଅର୍ଥନୀତି ହୋଇଥିବାବେଳେ, ବ୍ରିଟେନ ଏବେ ଷଷ୍ଠ ସ୍ଥାନକୁ ଖସି ଆସିଛି । ପ୍ରଥମ ସ୍ଥାନରେ ଆମେରିକା ରହିଛି । ଏହା ପଛକୁ ଚୀନ, ଜାପାନ ଏବଂ ଜର୍ମାନୀ ରହିଛି । ଆମେରିକୀୟ ଡଲାର ଆଧାରରେ ଏହି ହିସାବ କରାଯାଇଛି ।

ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ପୂର୍ବାନୁମାନ କରିଛି ଯେ, ବାର୍ଷିକ ଅନୁପାତରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ବ୍ରିଟେନକୁ ଅତିକ୍ରମ କରିବ । ବଡକଥା ହେଉଛି, ଏକ ଦଶନ୍ଧି ପୂର୍ବରୁ ବୃହତ୍ ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତ ୧୧ତମ ସ୍ଥାନରେ ରହିଥିଲା । ହେଲେ ସମ୍ପ୍ରତି ଦେଶ ଦ୍ରୁତ ଅଭିବୃଦ୍ଧି ହାସଲ କରି ବ୍ରିଟେନକୁ ପଛରେ ପକାଇଛି ଏବଂ ଟପ୍ ୫ ଅର୍ଥନୀତି ମଧ୍ୟରେ ସ୍ଥାନ ପାଇଛି । ଚଳିତ ବର୍ଷ ଭାରତ ଅର୍ଥନୀତିରେ ୭ ପ୍ରତିଶତ ଅଭିବୃଦ୍ଧି ଘଟିବ ବୋଲି ପୂର୍ବାନୁମାନ କରାଯାଉଛି । ମାର୍ଚ୍ଚ କ୍ବାର୍ଟରରେ ଭାରତର ଅର୍ଥନୀତିର ଆକାର ୮୫୪.୭ ବିଲିୟନ ଡଲାର ରହିଛି । ଯେତେବେଳେ କି ସମାନ ଅବଧିରେ ବ୍ରିଟେନର ୮୧୬ ବିଲିୟନ ରହିଛି । ଆଇଏମଏଫ ଡାଟାବେସ ଏବଂ ବ୍ଲୁମବର୍ଗ ଟର୍ମିନାଲରେ ବିନିମୟ ହାର ଆଧାରରେ ଏହି ହିସାବ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ବଢୁଛି GST ସଂଗ୍ରହ, ସୁଧୁରୁଛି ଅର୍ଥନୀତି

ତେବେ ଅନ୍ତର୍ଜାତୀୟ ରାଙ୍କିଙ୍ଗରେ ବ୍ରିଟେନ ସ୍ଥାନ ତଳକୁ ଖସିବା ଦେଶର ନୂଆ ପ୍ରଧାନମନ୍ତ୍ରୀଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବାକୁ ଯାଉଛି । ଆସନ୍ତା ସୋମବାର ଦିନ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ଲାଗି ଅନୁଷ୍ଠିତ ନିର୍ବାଚନୀ ଫଳାଫଳ ଘୋଷଣା ହେବ । ତେବେ ଲିଜ୍ ଟ୍ରସ୍ ପୂର୍ବତନ ଚାନ୍ସସେଲର ଋଷି ସୁନକଙ୍କୁ ହରାଇବେ ବୋଲି ଆଶା କରାଯାଉଛି । ଅନ୍ୟପଟେ ଭାରତରେ ଅଗଷ୍ଟ ୨୦୨୨ରେ ୧ ଲକ୍ଷ ୪୩ ହଜାର ୬୧୨ କୋଟି ଟଙ୍କା ଜିଏସଟି ରାଜସ୍ବ ସଂଗ୍ରହ ହୋଇଛି । ୨୦୨୧ ଅଗଷ୍ଟ ମାସରେ ସଂଗୃହିତ ରାଜସ୍ବ ତୁଳନାରେ ଅଗଷ୍ଟ ୨୦୨୨ରେ ୨୮% ଜିଏସଟି ରାଜସ୍ବ ଆଦାୟ ହୋଇଛି । ଲଗାତାର ୬ ମାସ ପର୍ଯ୍ୟନ୍ତ ମାସିକ ଜିଏସଟି ରାଜସ୍ବ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କା ଟପିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.