ETV Bharat / business

SIP Investments: ବ୍ୟବସ୍ଥିତ ବିନିଯୋଗ ଯୋଜନା ସହ ଭବିଷ୍ୟତ କରନ୍ତୁ ସୁରକ୍ଷିତ - ଷ୍ଟକ ଟ୍ରେଡିଂ ପ୍ଲାର୍ଟଫର୍ମ ଜେରୋଧା

ଭବିଷ୍ୟତର ଲକ୍ଷ୍ୟ ହାସଲ ପାଇଁ ଏବେ ଠାରୁ SIPରେ ନିବେଶ କରିବା ଆରମ୍ଭ କରନ୍ତୁ । ପର୍ଯ୍ୟାୟକ୍ରମେ ନିଜର ନିବେଶ ରାଶି ବୃଦ୍ଧି କରନ୍ତୁ । ଯାହାଫଳରେ କିଛି ବର୍ଷ ପରେ ଆପଣ ସହଜରେ ବିଳାସପୂର୍ଣ୍ଣ ଗାଡି, ନିଜର ଘର, ବିଦେଶ ଭ୍ରମଣ ଭଳି ଅନେକ ସ୍ବପ୍ନ ପୂରଣ କରିପାରିବେ । ଅଧିକ ପଢନ୍ତୁ

SIP investments: ବ୍ୟବସ୍ଥିତ ବିନିଯୋଗ ଯୋଜନା ସହ ଭବିଷ୍ୟତ କରନ୍ତୁ ସୁରକ୍ଷିତ

author img

By

Published : Dec 9, 2022, 1:51 PM IST

ହାଇଦ୍ରାବାଦ: ଆଧୁନିକ ଜୀବନଶୈଳୀ ଓ ଭବିଷ୍ୟତର ବର୍ଦ୍ଧିତ ଖର୍ଚ୍ଚ ବହନ ପାଇଁ ଗୋଟିଏ ମାତ୍ର ଆର୍ଥିକ ଲକ୍ଷ୍ୟ(financial goal) ଯଥେଷ୍ଟ ନୁହେଁ । ଆର୍ଥିକ ଦୃଷ୍ଟିକୋଣରୁ ସୁରକ୍ଷିତ ଭବିଷ୍ୟତ ପାଇଁ ଜଣେ ବ୍ୟକ୍ତିଙ୍କୁ ଅନେକ ଗୁଡିଏ ଲକ୍ଷ୍ୟ ନିର୍ଦ୍ଧାରିତ କରି ଏହି ଅନୁସାରେ ନିବେଶ କରିବା ଉଚିତ୍ । ପ୍ରତ୍ୟେକ ଲକ୍ଷ୍ୟକୁ ହାସଲ କରିବାକୁ ସମୟ ସମୟରେ ଏକ ନିଶ୍ଚିତ ପରିମାଣର ରାଶି ନିବେଶ କରିବା ଆବଶ୍ୟକ । କହିବାକୁ ଗଲେ ନିଜର ମାସିକ ଆୟରୁ ଏକ ଛୋଟ ଅଂଶ ସଞ୍ଚୟ କରିବା ଅଭ୍ୟାସରେ ପରିଣତ କରାନ୍ତୁ । ଏଥିପାଇଁ ବ୍ୟବସ୍ଥିତ ବିନିଯୋଗ ଯୋଜନା(SIP)ରେ ନିବେଶ ସର୍ବୋକୃଷ୍ଟ ବିକଳ୍ପ ଅଟେ ।

ଅଧିକାଂଶ ଲୋକେ ଦୀର୍ଘ ସମୟ ଯାଏଁ ଗୋଟିଏ SIP(systematic investment plan)ରେ ସମାନ ପରିମାଣର ରାଶି ନିବେଶ କରିଥାନ୍ତି । ଏପରିକି ଯଦି ତାଙ୍କର ଆୟ ବଢେ, ସେହି ହିସାବରେ ସେମାନେ ନିବେଶ ରାଶି ବୃଦ୍ଧି କରନ୍ତି ନାହିଁ । ଏପରି କରିବା ଦ୍ବାରା ଭବିଷ୍ୟତରେ ଦରଦାମ୍ ବୃଦ୍ଧିର ମୁକାବିଲା କରିବାରେ ତାଙ୍କୁ କଷ୍ଟକର ହୋଇପାରେ ଓ ଅନେକ ସ୍ବପ୍ନ ତ୍ୟାଗ କରିବାକୁ ହୁଏ । ତେଣୁ ପର୍ଯ୍ୟାୟକ୍ରମେ SIPରେ କିଛି ପ୍ରତିଶତ ନିବେଶ ବୃଦ୍ଧି କରିବା ଦିଗରେ ପ୍ରୟାସ କରିବା ଜରୁରୀ । ଯାହାକୁ 'top up' କୁହାଯାଏ ।

ନିକଟରେ ଏକ ଅଗ୍ରଣୀ କାର୍ କମ୍ପାନୀର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ମନ୍ତବ୍ୟ ଦେଇଥିଲେ ଯେ, ସମ୍ପ୍ରତି ବିଳାସପୂର୍ଣ୍ଣ କାର୍ କିଣିବା ଅପେକ୍ଷା SIPକୁ ଅଧିକ ପ୍ରଧାନ୍ୟ ଦିଆଯାଉଛି ।'' ଏହା ହିଁ ହେଉଛି SIPର ବିଶେଷତ୍ବ । ଦୀର୍ଘକାଳୀନ ଆର୍ଥିକ ଲକ୍ଷ୍ୟ ହାସଲ କରିବାକୁ ହେଲେ ନିୟମିତ ରୂପେ ନିବେଶ ବୃଦ୍ଧି କରି SIPକୁ ସୁଦୃଢ କରିବା ଜରୁରୀ । ଏଥିରୁ ସ୍ଥାୟୀ ରିଟର୍ଣ୍ଣ ମିଳିଥାଏ । ଯାହାଦ୍ବାରା ଆପଣ କୌଣସି ଚାପ ବିନା ସହଜରେ ବିଳାସପୂର୍ଣ୍ଣ କାର, ନିଜର ଘର କିଣିପାରିବା ସହ ବିଦେଶୀ ଭ୍ରମଣ ଯୋଜନା କରିପାରିବେ ।

ଏହି ନିବେଶ ସମ୍ପର୍କରେ ଷ୍ଟକ ଟ୍ରେଡିଂ ପ୍ଲାର୍ଟଫର୍ମ ଜେରୋଧା(Zarodha)ର ସହପ୍ରତିଷ୍ଠାତା ନୀତିନ କମାଥ କହିଛନ୍ତି, ''କୌଣସି ଦାମୀ ବସ୍ତୁ(ଯାହାର ମୂଲ୍ୟ ସମୟ ସହ ହ୍ରାସ ପାଉଥିବ) କିଣିବା ପାଇଁ ଲୋନ ନେବା ବଦଳରେ ଆପଣ ଏକ ଛୋଟ ରାଶି ଧୀରେ ଧୀରେ ନିବେଶ କରନ୍ତୁ । ଚକ୍ରବୃଦ୍ଧି ସୁଧ ସହ ଏହି ନିବେଶ ରାଶି ବୃଦ୍ଧି କରନ୍ତୁ ଏବଂ ନିଜର ଇପ୍‌ସିତ ବସ୍ତୁ କିଣନ୍ତୁ । ତେବେ SIP ନିବେଶ ପାଇଁ ଏକ ସୁଦୃଢ ଯୋଜନା ରହିବା ଆବଶ୍ୟକ । ଯେତେବେଳେ ଆପଣ SIP ଆକାଉଣ୍ଟ ଖୋଲୁଛନ୍ତି, ସେତେବେଳେ ଏକ ନିର୍ଦ୍ଦିଷ୍ଟ ଅବଧି ପରେ କେତେ ପ୍ରତିଶତ ନିବେଶ ବୃଦ୍ଧି କରିପାରିବେ ତାହା ଜାଣନ୍ତୁ । ଏହାବ୍ୟତୀତ ପ୍ରତିଥର ନିଜର ନିବେଶ ବୃଦ୍ଧି ପାଇଁ ଏକ ନୂଆ ଏସଆଇପି ଆକାଉଣ୍ଟ ଖୋଲି ପାରିବେ । ସମୟକ୍ରମେ ନିବେଶ ପରିମାଣ ବୃଦ୍ଧି କରିବା ସବୁଠୁ ଗୁରୁତ୍ବପୂର୍ଣ୍ଣ ।

ଯେପରି ନିର୍ଦ୍ଧିଷ୍ଟ ସମୟ ପରେ ନିବେଶ ବୃଦ୍ଧି କରିପାରିବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ । ମନେକର ଚଳିତ ମାସ ୧୦ ତାରିଖରୁ ଜଣେ ବ୍ୟକ୍ତି SIPରେ ୫,୦୦୦ ଟଙ୍କା ନିବେଶ କରିବା ଆରମ୍ଭ କରିଛନ୍ତି । ତେବେ ପ୍ରତି ୬ ମାସରେ ଏହି ୧୦ ପ୍ରତିଶତ ବା ବର୍ଷରେ ୨୦ ପ୍ରତିଶତ ନିବେଶ ବୃଦ୍ଧି କରିବା ଦିଗରେ ପ୍ରଚେଷ୍ଟା କରିବା ଉଚିତ୍ । ଅର୍ଥାତ୍ ବର୍ଷରେ ୧୦୦୦ ଟଙ୍କା ଅଧିକ ନିବେଶ କରିବା ଆବଶ୍ୟକ । ଆପଣ ରୋଜଗାର କରିବା ଆରମ୍ଭ କରିବା ଦିନ ଠାରୁ ଅବସର ଗ୍ରହଣ ଯାଏଁ ଏହି ପ୍ରକ୍ରିୟା ଚାଲୁ ରଖିବା ଆବଶ୍ୟକ । ସମୟ ବଦଳିବା ସହ ଲୋକଙ୍କ ଜୀବନଶୈଳୀ ବଦଳୁଛି । ଦିନକୁ ଦିନ ଖର୍ଚ୍ଚ ବଢୁଛି । ତେଣୁ ଭବିଷ୍ୟତର ସମସ୍ତ ଆବଶ୍ୟକତା ପୂରଣ ପାଇଁ ଏବେଠାରୁ SIP ନିବେଶ ପ୍ରତି ଧ୍ୟାନ ଦେବା ଉଚିତ୍ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.