ETV Bharat / business

2028 ସୁଦ୍ଧା ଭାରତରେ ଖୋଲିବ ଷ୍ଟାରବକ୍ସର 1000 ଷ୍ଟୋର ! - Starbucks in India

Starbucks aims to expand presence in India: ଟାଟା ଷ୍ଟାରବକ୍ସ ପକ୍ଷରୁ ଏକ ଘୋଷଣାରେ କୁହାଯାଇଛି ଯେ, 2028 ସୁଦ୍ଧା ଭାରତରେ ଷ୍ଟାରବକ୍ସର ଷ୍ଟୋର ସଂଖ୍ୟା 390ରୁ ବୃଦ୍ଧି କରି 1000 କରାଯିବାର ଲକ୍ଷ୍ୟ ରଖାଯାଇଛି । ଅଧିକ ପଢ଼ନ୍ତୁ

ଷ୍ଟାରବକ୍ସ
ଷ୍ଟାରବକ୍ସ
author img

By ETV Bharat Odisha Team

Published : Jan 10, 2024, 9:39 AM IST

ମୁମ୍ବାଇ: ବର୍ତ୍ତମାନ ଭାରତରେ ଷ୍ଟାରବକ୍ସର 390ଟି ଷ୍ଟୋର ରହିଛି । ଟାଟା ଷ୍ଟାରବକ୍ସ ପକ୍ଷରୁ ଏକ ଘୋଷଣାରେ କୁହାଯାଇଛି ଯେ, 2028 ସୁଦ୍ଧା ଭାରତରେ ଷ୍ଟାରବକ୍ସର ଷ୍ଟୋର ସଂଖ୍ୟା 390ରୁ ବୃଦ୍ଧି କରି 1000 କରାଯିବାର ଲକ୍ଷ୍ୟ ରଖାଯାଇଛି । ଟାଟା ଗ୍ରୁପ୍ ଏବଂ ଗ୍ଲୋବାଲ୍ କଫି ଚେନ୍ ଷ୍ଟାରବକ୍ସର ମିଳିତ ଉଦ୍ୟମରେ ନୂତନ ଷ୍ଟୋର ଖୋଲିବାର ଯୋଜନା ହେଉଛି । ଚା’ ପ୍ରେମୀ ଭାରତରେ ଟାୟାର-2 ଏବଂ ଟାୟାର -3 ସହରରେ ଷ୍ଟାରବକ୍ସ ପ୍ରବେଶ କରିବା ସହ ଏହାର ଡ୍ରାଇଭ-ଥ୍ରୁ, ବିମାନବନ୍ଦର ଭିତ୍ତିକ ଏବଂ 24 ଘଣ୍ଟିଆ କାଫେ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା କରୁଥିବା କଫି ଚେନ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ନୂଆବର୍ଷରେ କର୍ମଚାରୀଙ୍କୁ ଝଟକା ଦେବ ଫ୍ଲିପକାର୍ଟ, କରିପାରେ ଛଟେଇ

ଏକ ବିବୃତ୍ତିରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, 2030 ସୁଦ୍ଧା ବିଶ୍ବର ତୃତୀୟ ବହୃତ ଅର୍ଥବ୍ୟବସ୍ଥା ହେବାକୁ ଯାଉଥିବା ଏବଂ ବିଶ୍ବର ଦ୍ରୁତତମ ଅଭିବୃଦ୍ଧିଶୀଳ ବଜାର ମଧ୍ୟରୁ ଅନ୍ୟତମ ଭାରତ ବଜାରରେ ଷ୍ଟାରବକ୍ସ ନିଜର ଷ୍ଟୋରସଂଖ୍ୟା ଦ୍ବିଗୁଣିତ କରିବ । ସର୍ବଭାରତୀୟ ସ୍ତରରେ କମ୍ପାନୀର ଚାହିଦା ବୃଦ୍ଧି ପାଉଛି । ତେବେ ଭାରତରେ ପ୍ରବେଶ କରିଥିବା ପ୍ରଥମ ବିଦେଶୀ କଫି ବ୍ରାଣ୍ଡ ମଧ୍ୟରେ, ଆମେରିକାର ବୃହତ୍ ବ୍ୟକ୍ତିଗତ ଇକ୍ୱିଟି ସମର୍ଥିତ ଥାର୍ଡ ୱେଭ୍ ଏବଂ ବ୍ଲୁ ଟୋକାଇ ବହୁତ ଚ୍ୟାଲେଞ୍ଜର ସାମ୍ନା କରିଛନ୍ତି । ଗତ ତିନିବର୍ଷ ମଧ୍ୟରେ ତାଙ୍କର ପ୍ରାୟ 150 ଷ୍ଟୋର୍‌ ଭାରତରେ ଖୋଲିଛି ।

ଷ୍ଟାରବକ୍ସ ସ୍କିମ୍ ମାଧ୍ୟମରେ ଲୋକମାନେ ପାଇବେ ଚାକିରୀ

2028 ସୁଦ୍ଧା ଭାରତରେ ଷ୍ଟାରବକ୍ସର ସମୁଦାୟ ଉପସ୍ଥିତିକୁ 1000 ଷ୍ଟୋରକୁ ନେବା ଲକ୍ଷ୍ୟ ରଖାଯାଇଛି । ତେଣୁ ଟାଟା ଷ୍ଟାରବକ୍ସ ତାଙ୍କ କର୍ମଚାରୀଙ୍କ ସଂଖ୍ୟା 8,600ର ଦୁଇ ଗୁଣ କରିବ । ଭାରତରେ ଟାୟାର-2 ଏବଂ ଟାୟାର-3 ସହରରେ ଷ୍ଟାରବକ୍ସ ପ୍ରବେଶ କରିବା ସହ ଏହାର ଡ୍ରାଇଭ-ଥ୍ରୁ, ବିମାନବନ୍ଦର ଭିତ୍ତିକ ଏବଂ 24 ଘଣ୍ଟିଆ କାଫେ ଖୋଲିବା ଯୋଜନା ଥିବାରୁ ଏହାର କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ତେବ ଏହି ଘୋଷଣା ଷ୍ଟାରବକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ନରସିଂହାନ କରିଛନ୍ତି ।

କ’ଣ କହିଥିଲେ ଷ୍ଟାରବକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ

ଷ୍ଟାରବକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ କହିଛନ୍ତି ଯେ, ବଢ଼ୁଥିବା ମଧ୍ୟବିତ୍ତ ଶ୍ରେଣୀ ସହିତ, ଆମେ ଏହାକୁ ସମ୍ମାନ ଦେଇ କଫି ଚେନର ବିକାଶରେ ସାହାଯ୍ୟ କରୁଥିବାରୁ ଗର୍ବିତ । ଏକ ମିଡିଆ ରିପୋର୍ଟ ଅନୁଯାୟୀ, FY23ରେ କମ୍ପାନୀର ବିକ୍ରି 71 ପ୍ରତିଶତ ବୃଦ୍ଧି ହୋଇ 1,087 କୋଟିରେ ପହଞ୍ଚିଛି । ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପରିଚାଳନା ନିର୍ଦ୍ଦେଶକ ସୁନୀଲ ଡିସୁଜା କହିଛନ୍ତି ଯେ, ଆମେ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟକୁ ଯିବାବେଳେ ଆମର ଗ୍ରାହକଙ୍କ ସହ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ଆମେ ଭାରତର କଫି ଚେନକୁ ବ୍ୟବହାର କରିବାକୁ ଅପେକ୍ଷା କରିଛୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.