ETV Bharat / business

Education Loan: ଉଚ୍ଚଶିକ୍ଷା ପାଇଁ ଶିକ୍ଷା ଋଣ ନେବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେଉଁ ବ୍ୟାଙ୍କର ଋଣ ବେଷ୍ଟ ରହିବ

author img

By ETV Bharat Odisha Team

Published : Oct 15, 2023, 5:50 PM IST

ଲଗାତାର ଶିକ୍ଷା ମହଙ୍ଗା ହେବାରେ ଲାଗିଛି । ଭାରତରେ ସାଧାରଣ ବର୍ଗର ଲୋକମାନେ ସେମାନଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ଦେବା କଷ୍ଟକର ହୋଇଗଲାଣି । ଏହା ମଧ୍ୟରେ ଲୋକମାନଙ୍କର ଉଚ୍ଚଶିକ୍ଷାର ଆବଶ୍ୟକତା ପୂରଣ କରିବା ପାଇଁ ଅନେକ ବ୍ୟାଙ୍କ ଶିକ୍ଷା ଋଣ ( Education Loan )ମଧ୍ୟ ଯୋଗାଉଛନ୍ତି । ଅଧିକ ପଢ଼ନ୍ତୁ

Education Loan
Education Loan

ନୂଆଦିଲ୍ଲୀ: ସମୟ ପରିବର୍ତ୍ତନ ହେବା ସହ ପ୍ରତ୍ୟେକ ଜିନିଷର ଦରଦାମ ମଧ୍ୟ ବୃଦ୍ଧି ପାଉଛି । ଏଥିରୁ ଶିକ୍ଷା କ୍ଷେତ୍ର ମଧ୍ୟ ବାଦ ପଡ଼ିନାହିଁ । ଲଗାତାର ଶିକ୍ଷା ମଧ୍ୟ ମହଙ୍ଗା ହେବାରେ ଲାଗିଛି । ଭାରତରେ ସାଧାରଣ ବର୍ଗର ଲୋକମାନେ ସେମାନଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ଦେବା କଷ୍ଟକର ହୋଇଗଲାଣି । ଏହା ମଧ୍ୟରେ ଲୋକମାନଙ୍କର ଉଚ୍ଚଶିକ୍ଷାର ଆବଶ୍ୟକତା ପୂରଣ କରିବା ପାଇଁ ସରକାରଙ୍କ ଦ୍ବାରା ସହାୟତା ଯୋଗାଇ ଦିଆଯାଉଅଛି । ଯାହାଦ୍ବାରା ଛାତ୍ରଛାତ୍ରୀମାନେ ଆଗକୁ ନିଜର ପାଠ ପଢ଼ା ଜାରି ରଖି ପାରିବେ । ଏଥିପାଇଁ ଅନେକ ବ୍ୟାଙ୍କ ଶିକ୍ଷା ଋଣ ( Education Loan )ମଧ୍ୟ ଯୋଗାଉଛନ୍ତି ।

ଯଦି Education Loan କଥା କୁହାଯାଏ ତେବେ ଭାରତରେ ଦୁଇ ପ୍ରକାର ଶିକ୍ଷା ଋଣ ମିଳିଥାଏ । ଭାରତରେ ବ୍ୟାଙ୍କ ଦ୍ବାରା ବିଭିନ୍ନ ପ୍ରକାରର ଶିକ୍ଷା ଋଣ ପ୍ରଦାନ କରାଯାଇଥାଏ । ଯାହା ଦ୍ବାରା ଆଗକୁ ନିଜର ପଢ଼ା ଜାରି ରଖିହେବ । ତେବେ କୋର୍ସ ଅନୁଯାୟୀ ଡିପ୍ଲୋମା ଓ ସାର୍ଟିଫିକେଟ କୋର୍ସ ପାଇଁ ଷ୍ଟୁଡେଣ୍ଟ ଲୋନ ଏବଂ ଦକ୍ଷତା ଭିର୍ତ୍ତିକ ପାଠ୍ୟକ୍ରମ ପାଇଁ ଲୋନ ଆବେଦନ କରିହେବ । ଏହା ବ୍ୟତୀତ ବିଦେଶରେ ପଢ଼ିବା ପାଇଁ ମଧ୍ୟ ଷ୍ଟୁଡେଣ୍ଟ ଲୋନ ଦିଆଯାଉଛି ।

ଲୋକେସନ ଆଧାରରେ ଲୋନ:- ଦୁଇ ପ୍ରକାର ଲୋନ ପ୍ରଦାନ କରାଯାଏ । ପ୍ରଥମଟି ହେଉଛି ଡୋମେଷ୍ଟିକ ଏଜୁକେସନ ଲୋନ । ତେବେ ଏହି ଲୋନ କେବଳ ଦେଶ ସୀମା ଭିତରେ ଥିବା କଲେଜ ଓ ୟୁନିଭର୍ସିଟିରେ ପଢ଼ିବା ପାଇଁ ଦିଆଯାଇଥାଏ । ସେହିପରି ଅନ୍ୟ ଲୋନଟି ବିଦେଶରେ ପାଠ ପଢ଼ିବା ପାଇଁ ଲୋନ ପ୍ରଦାନ କରାଯାଇଥାଏ ।

ପାଠ୍ୟକ୍ରମ ଆଧାରରେ ଲୋନ:- ଏହି ଆଧାରରେ ଦିଆଯାଉଥିବା ଲୋନ ତିନି ପ୍ରକାର ଦିଆଯାଇଥାଏ । ଉଚ୍ଚଶିକ୍ଷା ପାଇଁ ଲୋନ, ଡିପ୍ଲୋମା କୋର୍ସ ପାଇଁ ଲୋନ ଏବଂ ସାର୍ଟିଫିକେଟ କୋର୍ସ ପାଇଁ ଲୋନ । ଏହା ବ୍ୟତୀତ ବ୍ୟବସାୟ ଭିର୍ତ୍ତିକ ପାଠ୍ୟକ୍ରମ ପାଇଁ ମଧ୍ୟ ବିଜ୍‌ନେସ ଷ୍ଟଡି ଲୋନ ପ୍ରଦାନ କରାଯାଇଥାଏ ।

ଭାରତରେ ଅନେକ କମ୍ପାନୀ ଏଜୁକେସନ ଲୋନ ପ୍ରଦାନ କରିଥାନ୍ତି । ଏହା ମଧ୍ୟରେ ଏସବିଆଇ, ଏକ୍ସିସ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ବରୋଦା, କାନାଡ଼ା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଫେଡରାଲ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସାମିଲ ଅଟନ୍ତି । ସମସ୍ତ ବ୍ୟାଙ୍କର ଋଣ ଦେବାର ପ୍ରକିୟା ଅଲଗା ଅଲଗା ହୋଇଥାଏ । ବୟସ ସୀମା, ସୁଧ ହାର, ରି-ପେମେଣ୍ଟ ଅବଧି ଆଦି ପ୍ରତ୍ୟେକ ବ୍ୟାଙ୍କର ଅଲଗା ହୋଇଥାଏ । ତେବେ ପିଲାମାନଙ୍କ ପାଇଁ ପିତାମାତା ଦୁଇ ଜଣଙ୍କ ମଧ୍ୟରୁ ଯେକେହି ବି ଏଜୁକେସନ ଲୋନ ନେଇପାରିବେ ।

ଏହା ମଧ୍ୟ ପଢ଼ନ୍ତୁ...ପହିଲାରୁ ବଞ୍ଚିବ ଟଙ୍କା, ବଢିବ ସଞ୍ଚୟ

  • SBIରେ ଏଜୁକେସନ ଲୋନ ବାର୍ଷିକ ସୁଧହାର 8.55 ପ୍ରତିଶତରୁ ଆରମ୍ଭ ହୋଇଥାଏ । ଏସବିଆଇ ବ୍ୟାଙ୍କ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ଋଣ ପ୍ରଦାନ କରିଥାଏ ।
  • ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଧ୍ୟ ବାର୍ଷିକ 8.55 ପ୍ରତିଶତ ସୁଧହାରରେ ଋଣ ଦେଇଥାଏ । ଏହି ବ୍ୟାଙ୍କରେ ଲୋନ ଆମାଉଣ୍ଟର କୌଣସି ଲିମିଟ୍‌ ନଥାଏ ।
  • ବ୍ୟାଙ୍କ ଅଫ୍‌ ବରୋଦା ଏଜୁକେସନ ଲୋନର ଆରମ୍ଭ 9.51 ପ୍ରତିଶତରୁ ଆରମ୍ଭ ହୋଇଥାଏ । ଏହି ବ୍ୟାଙ୍କ 1.25 କୋଟି ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ଋଣ ଦେଇଥାଏ ।
  • ଆଇସିଆଇସିଆଇ ବ୍ୟାଙ୍କର ସୁଧହାର 9.85 ପ୍ରତିଶତରୁ ଆରମ୍ଭ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.