ETV Bharat / business

ବୀମା ପଲିସି ନେବା ସମୟରେ ଠକାମିରୁ ଦୂରେଇ ରୁହନ୍ତୁ - ବୀମା ପଲିସି ନେବା ସମୟରେ ଠକାମିରୁ ଦୂରେଇ ରୁହନ୍ତୁ

ସାମ୍ପ୍ରାତିକ ସ୍ଥିତିରେ ଠକେଇ ଅନେକ ନୂଆ ନୂଆ ଘଟଣା ସାମ୍ନାକୁ ଆସିଛି । ବିଶେଷକରି ଲୋକେ କୌଣସି ବୀମା ପଲିସି ନେବା ସମୟରେ ଠକର ଜାଲରେ ପଡୁଛନ୍ତି । ତେଣୁ ପଲିସି ସମ୍ବନ୍ଧୀୟ କ୍ଷେତ୍ରରେ ବ୍ୟାପକ ସଚେତନତା ପରଖିବା ଜରୁରୀ । ଅଧିକ ପଢନ୍ତୁ

ବୀମା ପଲିସି ନେବା ସମୟରେ ଠକାମିରୁ ଦୂରେଇ ରୁହନ୍ତୁ

author img

By

Published : Apr 26, 2022, 4:03 PM IST

ହାଇଦ୍ରାବାଦ: ନୂଆ ବୀମା ପଲିସି ନେବାକୁ ଚିନ୍ତା କରୁଛନ୍ତି କି ? ପଲିସି ନବୀକରଣ(renewal) ପାଇଁ ପ୍ରିମିୟମ ଭରୁଛନ୍ତି ? ବୀମା କ୍ଲେମ ପାଇଁ ଆବଦେନ ପରେ ଆପେକ୍ଷାରେ ଅଛନ୍ତି ? ଯଦି ଆପଣ ଏଭଳି କିଛି କାର୍ଯ୍ୟ କରୁଥାନ୍ତି ତେବେ ସାବଧାନ ! ବୀମା ସମ୍ବନ୍ଧୀୟ କାର୍ଯ୍ୟକଳାପରେ ବ୍ୟାପକ ଯତ୍ନବାନ ହେବା ଜରୁରୀ, କାରଣ ଏସବୁ କ୍ଷେତ୍ରରେ ବିଭିନ୍ନ ସମୟରେ ଠକେଇର ନୂଆ ନୂଆ ଘଟଣାମାନ ଘଟୁଛି । ତେଣୁ ବୀମା ଜନିତ ଠକେଇରୁ ବର୍ତ୍ତିବା ପାଇଁ କିଛି ଟିପ୍ସ ଜାଣିରଖିବା ଜରୁରୀ । ଯଦି ଆପଣଙ୍କ ନିକଟକୁ କୌଣସି କଲ୍ ଆସେ ଏବଂ କଲ୍ କରିଥିବା ବ୍ୟକ୍ତି ନିଜ ବୀମା କମ୍ପାନୀ ଏଜେଣ୍ଟ ବୋଲି ଦାବି କରନ୍ତି, ତେବେ ଏହାର ସତ୍ୟାସତ୍ୟ ସମ୍ପର୍କରେ ଗଭୀରତାର ସହ ଚିନ୍ତା କରିବା ଉଚିତ୍ ।

ସମ୍ପୃକ୍ତ ବ୍ୟକ୍ତି ନିର୍ଦ୍ଧିଷ୍ଟ ବୀମା ପଲିସି ସମ୍ପର୍କରେ ବୁଝାଇବା ସମୟରେ ଆପଣ ପ୍ରଥମେ ଚିନ୍ତା କରିବେ ଯେ, କୌଣସି ଅଜ୍ଞାତ ବ୍ୟକ୍ତି ଉପରେ ବିଶ୍ବାସ କରିବା କେତେଦୂର ଠିକ୍ । ତାଙ୍କ ଦ୍ବାରା ଦିଆଯାଇଥିବା ବୋନସ, ପ୍ରୋତ୍ସାହନ ଏବଂ ଅନ୍ୟାନ୍ୟ ଲାଭ ଦ୍ବାରା ପ୍ରଭାବିତ ହୋଇ ତାଙ୍କ କଥା ମାନିବା ଅନୁଚିତ୍ । ବରଂ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ସେମାନଙ୍କ କଷ୍ଟମର କେୟାର(customer care) ଅଥବା ପୋର୍ଟାଲରେ ଡବଲ ଚେକ୍ କରିବା ଆବଶ୍ୟକ । ପଲିସି ନେବାର ଶୀଘ୍ରତା ଆପଣଙ୍କୁ ଠକଙ୍କ ଜାଲରେ ଛନ୍ଦିପାରେ । ଯଦି ସେମାନେ କମ୍ ପ୍ରିମିୟମର ସୁବିଧା ଦେଉଥାନ୍ତି, ତେବେ ଆପଣ ତାହାସହ ଜଡିତ ବୀମା କମ୍ପାନୀ ଠାରୁ ସତ୍ୟାସତ୍ୟ ଯାଞ୍ଚ କରିନେବା ଭଲ ହେବ । ଯେକୌଣସି ପଲିସି ଦସ୍ତାବିଜ ଅବା ବ୍ୟାଙ୍କ କାଗଜରେ ଦସ୍ତଖସ୍ତ କରିବା ସମୟରେ ବ୍ୟାପକ ସଚେତନତା ପରଖିବା ଜରୁରୀ ।

ସର୍ବଦା ନଗଦ(Cash) ବଦଳରେ ଚେକ୍ କିମ୍ବା ଅନଲାଇନ ମାଧ୍ୟମରେ ପ୍ରିମିୟମ ପୈଠ କରନ୍ତୁ । କାରଣ ବୀମା କମ୍ପାନୀଗୁଡିକ ନିଜ ଏଜେଣ୍ଟମାନଙ୍କୁ କ୍ୟାସ୍ ପେମେଣ୍ଟରୁ ଦୂରେଇ ରହିବାକୁ କହିଥାନ୍ତି । ତଥାପି ଯଦି ଆପଣ ନଗଦ ଆକାରରେ ଅର୍ଥ ଦେବାକୁ ଚାହୁଁଥାନ୍ତି ତାହାହେଲେ ଆପଣ ବୀମା କମ୍ପାନୀ ଶାଖାକୁ ଯାଇ ଏହାକୁ ପ୍ରଦାନ କରିପାରିବେ । ଆପଣଙ୍କ ଦେୟ ଉପରେ ରସିଦ୍ ନିଶ୍ଚୟ ଆଣନ୍ତୁ ଏବଂ ତାହାକୁ ସୁରକ୍ଷିତ ରଖନ୍ତୁ । ନିଜର ପାନ୍ କାର୍ଡ, ଆଧାର କାର୍ଡ, ପାସପୋର୍ଟ ଏବଂ ପଲିସି ବିବରଣୀ କାହାକୁ ଦିଅନ୍ତୁ ନାହିଁ ଏବଂ ଦସ୍ତଖତ ବ୍ଲାକ୍ ଚେକ୍ ଠାରୁ ସର୍ବଦା ଦୂରେଇ ରୁହନ୍ତୁ । ଏହାମଧ୍ୟ ମନେରଖନ୍ତୁ ଯେ, କୌଣସି ବୀମା କମ୍ପାନୀ କେବେହେଲେ OTP, ଲଗ-ଇନ୍ ବିବରଣୀ ଏବଂ ପାସୱାର୍ଡ ମାଗେ ନାହିଁ ।

ଆଜିକାଲି ପ୍ରତ୍ୟେକ ପଲିସି ଏକ QR କୋଡ୍ ସହିତ ଟ୍ୟାଗ୍ ହୋଇଛି । କୋର୍ଡ ସ୍କାନ କରି ଆପଣ ପଲିସି ବିଷୟରେ ସବିଶେଷ ବିବରଣୀ ପାଇପାରିବେ । ଥରେ ପଲିସି ନେବା ପରେ ସଠିକ୍ ବିବରଣୀ ଜାଣିବା ପାଇଁ ଏହାକୁ ସ୍ମାର୍ଟଫୋନରେ ସ୍କାନ କରନ୍ତୁ । ବୀମା ପଲିସି ଫର୍ମ ପୂରଣ କରିବା ସମୟରେ ପ୍ରତ୍ୟେକ ଜିନିଷ ବିଷୟରେ ଭଲ ଭାବେ ଜାଣିରଖନ୍ତୁ । ପଲିସି ଟର୍ମକୁ ପୁନର୍ବାର ଯାଞ୍ଚ କରନ୍ତୁ ଏବଂ ଅସମାପ୍ତ ଫର୍ମରେ କଦାପି ଦସ୍ତଖତ କରନ୍ତୁ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.