ETV Bharat / business

୨୪ ଦିନରେ ନବମ ତ୍ରୁଟି, ବିଳମ୍ବ ହେଲା ଦୁବାଇ-ମଦୁରାଇ ସ୍ପାଇସଜେଟ ବିମାନ ଉଡାଣ - ସ୍ପାଇସଜେଟରେ ଯାନ୍ତ୍ରିକ ତ୍ରୁଟି

ଗତ ୨୪ ଦିନରେ ସ୍ପାଇସଜେଟ ବିମାନରେ ନବମ ଯାନ୍ତ୍ରିକ ସମସ୍ୟା । ନୋଜ ହ୍ବିଲରେ(nose wheel) ତ୍ରୁଟି ଦେଖାଦେବାରୁ ବିଳମ୍ୱ ହେଲା ଦୁବାଇ-ମଦୁରାଇ ବିମାନ ଉଡାଣ । ଅଧିକ ପଢନ୍ତୁ

୨୪ ଦିନରେ ନବମ ତ୍ରୁଟି, ବିଳମ୍ବ ହେଲା ଦୁବାଇ-ମଦୁରାଇ ସ୍ପାଇସଜେଟ ବିମାନ ଉଡାଣ

author img

By

Published : Jul 12, 2022, 8:35 PM IST

ନୂଆଦିଲ୍ଲୀ: ସ୍ପାଇସଜେଟ୍ ବିମାନରେ ପୁଣି ଯାନ୍ତ୍ରିକ ସମସ୍ୟା । ନୋଜ ହ୍ବିଲରେ (nose wheel) ତ୍ରୁଟି ଦେଖାଦେବାରୁ ବିଳମ୍ବ ହେଲା ଦୁବାଇ-ମଦୁରାଇ ବିମାନ ଉଡାଣ । ମିଳିଥିବା ସୂଚନା ମୁତାବକ, ସୋମବାର ଦୁବାଇରୁ ମଦୁରାଇ ଆସିବାକୁ ଥିବା ସ୍ପାଇସଜେଟ ବିମାନ B737ର ନୋଜ ହ୍ବିଲରେ ଶେଷ ମୁହୂର୍ତ୍ତରେ ଯାନ୍ତ୍ରିତ ତ୍ରୁଟି ଥିବା ଜଣାପଡିଥିଲା । ଏହାପରେ ଏୟାରଲାଇନ୍ସ ମୁମ୍ବାଇରୁ ଦୁବାଇକୁ ଅନ୍ୟ ଏକ ବିମାନ ପଠାଇଥିଲା । ଏଥିରେ ଯାତ୍ରୀମାନେ ବିଳମ୍ବରେ ମଦୁରାଇ ଫେରିଥିଲେ । ଏନେଇ ଆଜି(ମଙ୍ଗଳବାର) DGCA ପକ୍ଷରୁ ସୂଚନା ଦିଆଯାଇଛି । ତେବେ କହିରଖୁଛୁ କି, ଗତ ୨୪ ଦିନରେ ସ୍ପାଇସଜେଟ ବିମାନରେ ଏହା ହେଉଛି ନବମ ତ୍ରୁଟି ଘଟଣା ।

ଏହାପୂର୍ବରୁ ଗତ ଜୁଲାଇ ୫ ତାରିଖରେ ସ୍ପାଇସଜେଟର ଏକ ମାଲବାହୀ ବିମାନ କୋଲକାତାରୁ ଚୀନ ଅଭିମୁଖେ ଯାଉଥିଲା । କିନ୍ତୁ ବିମାନର ୱେଦର ରାଡାର (weather radar) କାମ ନ କରିବାରୁ ବିମାନଟି ପୁଣି ଥରେ କୋଲକାତା ଫେରି ଆସିଥିଲା । ଏହିଦିନ ମଝି ଆକାଶରେ ବିମାନର ୱିଣ୍ଡସିଲ୍ଡ(windshield)ରେ ଫାଟ ସୃଷ୍ଟି ହେବାରୁ ସ୍ପାଇସଜେଟର ଅନ୍ୟ ଏକ ବିମାନ ମୁମ୍ବାଇରେ ଅଚାନକ ଅବତରଣ କରିଥିଲା । ସେହିପରି ଦିଲ୍ଲୀରୁ ଦୁବାଇ ଅଭିମୁଖେ ଉଡାଣ ଭରିଥିବା ସ୍ପାଇସଜେଟର ଏକ ବିମାନ କରାଚିରେ ଜରୁରୀ ଅବତରଣ କରିଥିଲା । ପାକିସ୍ତାନ ଆକାଶରେ ଉଡୁଥିବାବେଳେ ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣକୁ କରାଚୀ ବିମାନବନ୍ଦରରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା ।

ଏପରି ବାରମ୍ବାର ବିମାନରେ ଯାନ୍ତ୍ରିକ ତ୍ରୁଟି ପରେ ଗତ ୬ ତାରିଖରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ(DGCA) ସ୍ପାଇସଜେଟକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ଏହି ଏୟାରଲାଇନ୍ସ ଯାତ୍ରୀଙ୍କୁ ସୁରକ୍ଷିତ, ଦକ୍ଷ ଓ ଭରସାଯୋଗ୍ୟ ସେବାରେ ବିଫଳ ହୋଇଥିବା DGCA କହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.