ETV Bharat / business

କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି କି ? ଏମିତି ପାଇବେ ଅଧିକ ଫାଇଦା - କ୍ରେଡିଟ କାର୍ଡ ବ୍ୟବହାର

ଆକର୍ଷଣୀୟ ଅଫର ଓ ଡିସକାଉଣ୍ଟ ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର ବଢୁଛି । ତେବେ ଏହି କାର୍ଡରେ କିଣାକିଣି ସମୟରେ କିଛି ଗୁରୁତ୍ବପୂର୍ଣ୍ଣ ଟିପ୍ସ ଅନୁସରଣ କଲେ ଆପଣ ଅଧିକ ଫାଇଦା ପାଇବେ । ସେସବୁ କ'ଣ ଜାଣିବା ପାଇଁ ପଢନ୍ତୁ ବିସ୍ତୃତରେ

କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି କି ? ଏମିତି ଲାଭରେ ରହିବେ ଆପଣ

author img

By

Published : Oct 25, 2022, 2:08 PM IST

ହାଇଦ୍ରାବାଦ: ଆକର୍ଷଣୀୟ ଅଫର ଓ ଡିସକାଉଣ୍ଟ ପାଇଁ କ୍ରେଡିଟ୍ କାର୍ଡ(credit cards)ର ଆଦୃତି ବୃଦ୍ଧି ପାଉଛି । ଏଥିରେ ସନ୍ଦେହ ନାହିଁ ଯେ, କ୍ରେଡିଟ କାର୍ଡରେ ୫ରୁ ୧୦% ଅତିରିକ୍ତ ଡିସକାଉଣ୍ଟ ମିଳିଥାଏ । କିନ୍ତୁ ଏହି କାର୍ଡର ବ୍ୟବହାର ସମୟରେ କିଛି ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ । ଯଦ୍ବାରା ଆପଣ ଅଧିକ ଲାଭରେ ରହିପାରିବେ । କ୍ରେଡିଟ କାର୍ଡର କିପରି ସଠିକ୍ ଉପଯୋଗ କରିବେ ସେନେଇ ଜାଣିରଖନ୍ତୁ କିଛି ଟିପ୍ସ ।

କ୍ରେଡିଟ କାର୍ଡ ବ୍ୟବହାରର ସ୍ମାର୍ଟ ଟିପ୍ସ
କ୍ରେଡିଟ କାର୍ଡ ବ୍ୟବହାରର ସ୍ମାର୍ଟ ଟିପ୍ସ

ନିଜ କାର୍ଡ ସମ୍ପର୍କରେ ଜାଣନ୍ତୁ(Know your card): ଆପଣଙ୍କ କାର୍ଡର ଲିମିଟ୍ କେତେ ? ଏଥିରୁ ଆପଣ କେତେ ପରିମାଣ ବ୍ୟବହାର କରିସାରିଛନ୍ତି ? କେତେ ବକେୟା ବିଲ୍ ରହିଛି ? ଏସବୁ ଜାଣିବା ନିହାତି ଜରୁରୀ । ସେହିପରି କିଛି ନୂଆ ଜିନିଷ କିଣିବା ପୂର୍ବରୁ କାର୍ଡରେ ରିୱାର୍ଡ ପଏଣ୍ଟ(reward points) ଏବଂ ବିଲିଂ ଅର୍ଥ ପୈଠର ତାରିଖ ଯାଞ୍ଚ କରିବାକୁ ଭୁଲନ୍ତୁ ନାହିଁ । ଏହାପରେ କେଉଁ କ୍ରେଡିଟ କାର୍ଡ ବ୍ୟବହାର କରିବେ ଏବଂ କେତେ ଟଙ୍କା ଖର୍ଚ୍ଚ କରିବେ ତାହା ଆପଣ ଭଲ ଭାବେ ଜାଣିପାରିବେ ।

ବିଲିଂ ତାରିଖ ଧ୍ୟାନ ରଖନ୍ତୁ: ସାଧାରଣତଃ କ୍ରେଡିଟ କାର୍ଡରେ କିଛି ଜିନିଷ କିଣିବା ପରେ ଆପଣ ୩୦ରୁ ୪୦ ଦିନ ସମୟ ପାଇବେ । ବିଲିଂ ତାରିଖ ଆରମ୍ଭରୁ ହିଁ କାର୍ଡର ବ୍ୟବହାର କରାଗଲେ ଆପଣ ଏହି ସୁବିଧାର ଫାଇଦା ଉଠାଇ ପାରିବେ । ମନେକରନ୍ତୁ ୮ ତାରିଖରୁ ଆପଣଙ୍କ ବିଲିଂ ତାରିଖ ଆରମ୍ଭ ହେଉଛି, ତାହାହେଲେ ୯ରୁ ୧୫ ତାରିଖ ମଧ୍ୟରେ କିଣାକିଣି କଲେ ହିଁ ଆପଣ ସମୟ ସୁବିଧା ପାଇପାରିବେ ।

ଡିସ୍‌କାଉଣ୍ଟ ନେବା ଭୁଲନ୍ତୁ ନାହିଁ(Don't miss out on discounts): କିଛି କମ୍ପାନୀ ସହ କ୍ରେଡିଟ କାର୍ଡ କମ୍ପାନୀଗୁଡିକର ବୁଝାମଣା ରହିଥାଏ । ଯଦ୍ବାରା ସେହି ବ୍ରାଣ୍ଡଗୁଡିକ ନିୟମିତ ଡିସକାଉଣ୍ଟରୁ ଅଧିକ ଡିସକାଉଣ୍ଟ ପ୍ରଦାନ କରିଥାନ୍ତି । ବିଶେଷକରି ପାର୍ବଣ ସମୟରେ ଏହି ସୁବିଧା ଉପଲବ୍ଧ ହୋଇଥାଏ । ଯେଉଁ ଗ୍ରାହକଙ୍କ ପାଖରେ ତିନୋଟି କ୍ରେଡିଟ କାର୍ଡ ରହିଛି, ସୋନେ କେଉଁ କାର୍ଡରେ ଅଧିକ ଡିସକାଉଣ୍ଟ ମିଳୁଛି ବା କେଉଁଥିରେ ଅଧିକ ସଞ୍ଚୟ ହୋଇପାରୁଛି ତାହା ଭଲ ଭାବେ ବିଚାର କରିବା ପରେ ହିଁ ବ୍ୟବହାର କରିବା ଆବଶ୍ୟକ ।

ରିୱାର୍ଡ ପଏଣ୍ଟ(Reward points): କ୍ରେଡିଟ କାର୍ଡ ବ୍ୟବହାରକାରୀ ସବୁବେଳେ ରିୱାର୍ଡ ପଏଣ୍ଟ ଯାଞ୍ଚ କରିବା ଉଚିତ୍ । କିଣାକିଣି ସମୟରେ ଏହି ପଏଣ୍ଟର ବ୍ୟବହାର କରିବାକୁ ନ ଭୁଲନ୍ତୁ । କାରଣ ଏହି ପଏଣ୍ଟରେ କ୍ୟାସବ୍ୟାକ୍ ମିଳିଥାଏ । ଯଦି ଆପଣ ଏ ସମ୍ପର୍କରେ ଅଧିକ ଜାଣିନାହାନ୍ତି, ତେବେ କାର୍ଡ କଷ୍ଟମର ସର୍ଭିସ ସେଣ୍ଟରକୁ କଲ୍ କରି ସୂଚନା ପାଇପାରିବେ । କ୍ରୟ ସମୟରେ ଅଧିକ ରିୱାର୍ଡ ପଏଣ୍ଟ ଅର୍ଜନ କରୁଥିବା କାର୍ଡ ବ୍ୟବହାର କରିବା ଉଚିତ୍ ।

ଇଏମଆଇ(EMIs): ଅନେକ କ୍ରେଡିଟ କାର୍ଡ ନୋ-କଷ୍ଟ ଇଏମଆଇ(no-cost EMIs) ଅଫର୍ କରିଥାନ୍ତି । ଯଦି ଆପଣଙ୍କ ହାତରେ ଯଥେଷ୍ଟ ନଗଦ(cash) ନାହିଁ ତେବେ ଏହି ସମୟରେ ଆପଣ ଏହାକୁ ବ୍ୟବହାର କରିପାରିବେ । ଏହିଭଳି କିଛି ସୁଧମୁକ୍ତ ସୁବିଧା ଅନେକ ସମୟରେ ଡିସକାଉଣ୍ଟ ଦେଇଥାଏ । କିଛି କାର୍ଡ ଡ଼ିସକାଉଣ୍ଟ ସହ ଇଏମଆଇ ଅଫର କରିଥାନ୍ତି ।

ଏହାବ୍ୟତୀତ ଯେକୌଣସି ପରିସ୍ଥିତିରେ ନିଜ କାର୍ଡ ଲିମିଟର ୩୦ରୁ ୪୦ ପ୍ରତିଶତରୁ ଅଧିକ ଖର୍ଚ୍ଚ କରିବା ଅନୁଚିତ୍ । ଏଥିସହ ଠିକ୍ ସମୟରେ ବିଲ୍ ପୈଠ କରନ୍ତୁ । କାରଣ ଏଥିରେ ବ୍ୟତିକ୍ରମ ଆପଣଙ୍କ କ୍ରେଡିଟ ସ୍କୋର ପ୍ରଭାବିତ କରିଥାଏ । କ୍ରେଡିଟ ସ୍କୋର ଭଲ ରହିବେ ଆପଣ ଭବିଷ୍ୟତରେ ହୋମ ଲୋନ ଭଳି ବଡ ଲୋନ ନେବାକୁ ସକ୍ଷମ ହୋଇପାରିବେ । ଯଦି ପାର୍ବଣ ସମୟରେ ଆପଣ ଭାବିଚିନ୍ତି ନିଜ କାର୍ଡର ବ୍ୟବହାର କରିବେ ତେବେ ଫାଇଦାରେ ରହିବେ ବୋଲି Bankbazaar ସିଇଓ ଅଧିଲ ସେଟ୍ଟୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.