ETV Bharat / business

ସିଙ୍ଗାପୁର-ଆମେରିକାରେ YONO ଗ୍ଲୋବାଲ ଆପ୍ ଲଞ୍ଚ କରିବ SBI

author img

By ETV Bharat Odisha Team

Published : Nov 18, 2023, 8:02 AM IST

ଭାରତୀୟ ଷ୍ଟେଟ ବ୍ୟାଙ୍କ ସିଙ୍ଗାପୁର ଓ ଆମେରିକାରେ SBI YONO ଗ୍ଲୋବାଲ ଆପ ଲଞ୍ଚ କରିବ । SBI YONOର ଗ୍ଲୋବାଲ ଆପ ସହିତ ପେ-ନାଓକୁ ମଧ୍ୟ ଲଞ୍ଚ କରାଯିବ । ଆଗକୁ ପଢ଼ନ୍ତୁ

ଲଞ୍ଚ ହେବ SBI YONOର ଗ୍ଲୋବାଲ ଆପ
ଲଞ୍ଚ ହେବ SBI YONOର ଗ୍ଲୋବାଲ ଆପ

ସିଙ୍ଗାପୁର: ପ୍ରବାସୀ ଭାରତୀୟଙ୍କ ପାଇଁ ଖୁସି ଖବର । ଭାରତୀୟ ଷ୍ଟେଟ ବ୍ୟାଙ୍କ ସିଙ୍ଗାପୁର ଓ ଆମେରିକାରେ YONO ଗ୍ଲୋବାଲ ଆପ୍ ଲଞ୍ଚ କରିବାକୁ ଯାଉଛି । SBI YONOର ମୋବାଇଲ ବ୍ୟାଙ୍କିଙ୍ଗ ସାହାଯ୍ୟରେ ଗ୍ରାହକଙ୍କୁ ଡିଜିଟାଲ ପେମେଣ୍ଟ ତଥା ଅନ୍ୟ ସେବାଗୁଡି଼କ ମିଳିପାରିବ । SBI YONOର ସର୍ବୋତ୍ତମ ସେବା ଦେବା ପାଇଁ ଆଇଟି (IT) ସେଥିରେ ଆବଶକ୍ୟ ଅନୁଦାନ ଦେବେ । ଗ୍ଲୋବାଲ ଆପ ସହିତ ପେ-ନାଓକୁ ମଧ୍ୟ ଲଞ୍ଚ କରାଯିବ । ଏନେଇ ଆଇଟି (IT)ର ଡେପ୍ୟୁଟି ଏମଡି ବିଦ୍ୟା କୃଷ୍ଣନନ ତିନି ଦିନିଆ ସିଙ୍ଗାପୁର ଫିନଟେକ ଫେଷ୍ଟିଭାଲ(SFF)ରେ ଏହି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ପ୍ରଡ୍‌ ମେସେଜଠାରୁ ହୋଇଯାଆନ୍ତୁ ସାବଧାନ, SBI କରୁଛି ଆର୍ଲଟ

ଆଇଟି (IT)ର ଡେପ୍ୟୁଟି ଏମଡି SBI YONOର ସର୍ବୋତ୍ତମ ସେବା ଯୋଗାଇବା ପାଇଁ, ସିଙ୍ଗାପୁର ସ୍ଥିତ ଡିଜିଟାଲ ମାର୍କେଟ ସହିତ ନିୟମିତ ବ୍ୟାଙ୍କ ଓ କେନ୍ଦ୍ରୀୟ ବ୍ୟାଙ୍କର ସହଯୋଗ ନେଉଛନ୍ତି । ସିଙ୍ଗାପୁରରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ଅଧିକ ରହିଛି । ଏହି ସଂଖ୍ୟାକୁ ନଜରରେ ରଖି ଭାରତ ଓ ସିଙ୍ଗାପୁର ମଧ୍ୟରେ ପ୍ରେରଣକୁ ଖୁବଶୀଘ୍ର ଆରମ୍ଭର କରିବା ଯୋଜନା ରହିଛି । SBI YONOର ମୋବାଇଲ ବ୍ୟାଙ୍କିଙ୍ଗ ସେବା 9ଟି ଦେଶରେ YONO ଗ୍ଲୋବାଲ ନାମରେ ଉପଲବ୍ଧ ରହିଛି । 2019ରେ ଏହି ବ୍ୟବସ୍ଥାର ଆରମ୍ଭ ବ୍ରିଟେନରୁ ହୋଇଥିଲା । ଯଦି ଆମେ ଏସବିଆଇର (SBI) ବିଦେଶୀ ପରିଚାଳନାର ବାଲାନ୍ସ ସିଟ୍‌କୁ ଦେଖିବା ତେବେ ତାହା 78 ଆୟୁତ ଆମେରିକୀୟ ଡଲାର ହେବ । ସିଙ୍ଗାପୁରରେ ଏସବିଆଇ YONOର ଗ୍ଲୋବାଲ ଆପ ସହିତ ପେ-ନାଓକୁ ମଧ୍ୟ ଲଞ୍ଚ କରିବ ।

ଏହା ମଧ୍ୟ ପଢ଼ନ୍ତୁ: 11.5 cr PAN Cards Deactivated: ଆଧାର ଲିଙ୍କ ନଥିବା ପାନ୍‌ କାର୍ଡ ଡିଆକ୍ଟିଭେଟ୍ କଲା CBDT

ତେବେ ସିଙ୍ଗାପୁର ଫିନଟେକ ଫେଷ୍ଟିଭାଲରେ ଉପସ୍ଥିତ ବକ୍ତାମାନେ କୃତିମ ବୁଦ୍ଧିମତା (AI)ର ସମ୍ମିଳନ ଆହୁରିମଧ୍ୟ ଲାଭଦାୟକ ହୋଇପାରେ ବୋଲି ମତ ଦେଇଛନ୍ତି । କୃତିମ ବୁଦ୍ଧିମତା (AI)ର ବ୍ୟବହାର ଜଣେ ଜଣଙ୍କ ଠାରୁ ଅଲଗା ରହିଥାଏ । ତେଣୁ ତାହା ମାନବୀୟ ଭାବନା ଓ ତାଙ୍କ ସ୍ପର୍ଶରୁ ତାଙ୍କ ଆବଶ୍ୟକତାକୁ ଜାଣିବା କଷ୍ଟସାଧ୍ୟ ହୋଇପାରେ । ଏହି ଅବସରରେ ପରୀକ୍ଷଣ ପ୍ରଯୁକ୍ତିବିଦ୍ୟା ଉପରେ ଆୟୋଜିତ ପ୍ରତିଯୋଗିତାରେ ସିଙ୍ଗାପୁରର ବେଲିଡସ କ୍ୟାପିଟାଲର ସହ ସଂସ୍ଥାପକ ଭାରତୀୟ ଯୁବକ ନିଖିଲେସ ଗୋୟେଲ ବ୍ୟକ୍ତିଗତ ଶ୍ରେଣୀରେ ବିଜୟୀ ହୋଇଛନ୍ତି । ସେ ସି-ସୁଟ୍‌ ଲିଡରର୍ସର ମାନ୍ୟତା ପାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.