ETV Bharat / business

Retail Inflation: ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି, ଭାଙ୍ଗିଲା 8 ବର୍ଷର ରେକର୍ଡ - ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି

ଏପ୍ରିଲ ମାସରେ 8 ବର୍ଷର ରେକର୍ଡ ଭାଙ୍ଗିଛି ମୁଦ୍ରାସ୍ଫୀତି । ଖାଦ୍ୟ ଓ ଇନ୍ଧନ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି(Retail inflation) 7.79 ପ୍ରତିଶତକୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

Retail Inflation: 8 ବର୍ଷ ରେକର୍ଡ ଭାଙ୍ଗିଲା ମୁଦ୍ରାସ୍ଫୀତି

author img

By

Published : May 13, 2022, 9:43 AM IST

ନୂଆଦିଲ୍ଲୀ: ଲୋକଙ୍କୁ କଲବଲ କରୁଛି ମହଙ୍ଗା ମାଡ । ଖାଦ୍ୟ ଓ ଇନ୍ଧନ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଏପ୍ରିଲ ମାସରେ 8 ବର୍ଷର ରେକର୍ଡ ଭାଙ୍ଗିଛି ମୁଦ୍ରାସ୍ଫୀତି । ଗତମାସରେ ଦେଶର ଉପଭୋକ୍ତା ମୂଲ୍ୟ ସୂଚୀ ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି(Retail Inflation) 8 ବର୍ଷର ସର୍ବୋଚ୍ଚ ସ୍ତର 7.79 ପ୍ରତିଶତ ରହିଛି । ଏହାପୂର୍ବରୁ 2014 ମସିହା ମେ ମାସରେ ଖୁଚୁରା ମୁଦ୍ରାସ୍ଫୀତି 8.33 ପ୍ରତିଶତ ଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସରେ ଖୁଚୁରା ମୁଦ୍ରାସ୍ଫୀତି 6.95 ପ୍ରତିଶତ ଥିଲା । 2021 ବର୍ଷ ଏପ୍ରିଲରେ ଏହା 4.23 ପ୍ରତିଶତ ଥିଲା । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (National Statistical Office) ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି ।

ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ଖୁଚୁରା ମୁଦ୍ରାସ୍ଫୀତି 8.38 ପ୍ରତିଶତକୁ ବୃଦ୍ଧି ପାଇଛି । ଏପ୍ରିଲରେ ଖାଇବା ତେଲ କ୍ଷେତ୍ରରେ ମୁଦ୍ରାସ୍ଫୀତି 17.28 ପ୍ରତିଶତ ରହିଛି । ସେହିପରି ପନିପରିବା କ୍ଷେତ୍ରରେ 15.41 ପ୍ରତିଶତ ଏବଂ ବିଦ୍ୟୁତ କ୍ଷେତ୍ରରେ 10.80 ପ୍ରତିଶତ ରହିଛି । ମାର୍ଚ୍ଚ ମାସରେ ପନିପରିବା କ୍ଷେତ୍ରରେ ମୁଦ୍ରାସ୍ଫୀତି 11.64 ପ୍ରତିଶତ ରହିଥିଲା । ଚଳିତ ବର୍ଷ ଜାନୁଆରୀରୁ ଖୁଚୁରା ମୁଦ୍ରାସ୍ଫୀତି 6 ପ୍ରତିଶତ ଉପରେ ରହିଛି । ମୁଦ୍ରାସ୍ଫୀତିକୁ 4 ପ୍ରତିଶତରେ ରଖିବା ପାଇଁ ସରକାର, ରିଜର୍ଭ ବ୍ୟାଙ୍କ୍‌କୁ କହିଛନ୍ତି ।

ମୁଦ୍ରାସ୍ଫୀତି କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଆସନ୍ତା ମାସରେ ମୁଦ୍ରାନୀତି ସମୀକ୍ଷା ବୈଠକରେ ରିଜର୍ଭ ବ୍ୟାଙ୍କ(RBI) ପୁନର୍ବାର ସୁଧହାର ବଢାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି । ଗତ ସପ୍ତାହରେ ମଧ୍ୟ ରିଜର୍ଭ ବ୍ୟାଙ୍କ ରେପୋ ରେଟକୁ 4 ପ୍ରତିଶତରୁ 4.40 ପ୍ରତିଶତକୁ ବୃଦ୍ଧି କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.