ETV Bharat / business

ଦୀପକ ଗୁପ୍ତା କୋଟାକ ମହିନ୍ଦ୍ରା ବ୍ୟାଙ୍କର ନୁଆ CEO, ଅନୁମୋଦନ ଦେଲା RBI

author img

By ETV Bharat Odisha Team

Published : Sep 8, 2023, 7:57 PM IST

କୋଟାକ ମହିନ୍ଦ୍ରା ବ୍ୟାଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ( ସିଇଓ ) ଭାବରେ ନିଯୁକ୍ତି ନେବେ ଦୀପକ ଗୁପ୍ତା। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗୁପ୍ତାଙ୍କୁ ନିଯୁକ୍ତି କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛି । ଅଧିକ ପଢ଼ନ୍ତୁ

ଦୀପକ ଗୁପ୍ତା
ଦୀପକ ଗୁପ୍ତା

ନୂଆଦିଲ୍ଲୀ: କୋଟାକ ମହିନ୍ଦ୍ରା ବ୍ୟାଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ( ସିଇଓ ) ଭାବରେ ନିଯୁକ୍ତି ନେବେ ଦୀପକ ଗୁପ୍ତା। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗୁପ୍ତାଙ୍କୁ ନିଯୁକ୍ତି କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛି। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ 2023 ସେପ୍ଟେମ୍ବର 7 ତାରିଖରେ ନିଜର ଏକ ନୋଟିସ ମାଧ୍ୟମରେ ଗୁପ୍ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ଏନେଇ କୋଟାକ ମହିନ୍ଦ୍ରା ବ୍ୟାଙ୍କ ସେୟାର ବଜାରକୁ ସୂଚନା ଦେଇଛି । ତେବେ ଗୁପ୍ତାଙ୍କ କାର୍ଯ୍ୟକାଳ ସ୍ବଳ୍ପ କାଳୀନ କହିଛି। ଏହା 2023 ସେପ୍ଟେମ୍ବର 2 ପରଠାରୁ ଦୁଇ ମାସ ପର୍ଯ୍ୟନ୍ତ ରହିଛି । ଏହା ମଧ୍ୟ ଆଶା କରାଯାଉଛି ଯେ, ଆରବିଆଇ ଏହି ସମୟ ମଧ୍ୟରେ ପୂର୍ଣ୍ଣକାଳୀନ ପରିଚାଳନା ନିର୍ଦ୍ଦଶକ ( ଏମଡି ) ନିଯୁକ୍ତିକୁ ଅନୁମୋଦନ ଦେବେ।

ଏହା ମଧ୍ୟ ପଢ଼ନ୍ତୁ...Ratan Tata: ପ୍ରଥମ ଚାକିରି ପାଇଁ କିପରି ଥିଲା ରତନ ଟାଟାଙ୍କ ବାୟୋଡାଟା ? ପଢ଼ନ୍ତୁ

ତେବେ ଉଦୟ କୋଟାକ 2023 ଡିସେମ୍ବର 31ରେ ଅବସର ନେବାର ଥିଲା। କିନ୍ତୁ ତାଙ୍କ କାର୍ଯ୍ୟକାଳର ପାଖାପାଖି 4 ମାସ ପୂର୍ବରୁ ନିଜ ପଦରୁ ଇସ୍ତପା ଦେଇଛନ୍ତି। ତେବେ ଉଦୟ ସେପ୍ଟେମ୍ବର 1 ତାରିଖରୁ ବ୍ୟାଙ୍କର ପରିଚାଳନା ନିର୍ଦ୍ଦଶକ ( ଏମଡି ) ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ( ସିଇଓ ) ପଦରୁ ଇସ୍ତପା ଦେଇଛନ୍ତି। ସୂଚନା ଅନୁସାରେ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଉଦୟ କୋଟାକଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିଲା। ନିଜ କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ସେ ଏହାକୁ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଭାବରେ ପରିଣତ କରିଛନ୍ତି। କୋଟାକ ବ୍ୟାଙ୍କରେ ଉଦୟ କୋଟାକ ଏବଂ ତାଙ୍କ ସମ୍ପର୍କୀୟମାନଙ୍କ ଇକ୍ୟୁଟି ସେୟାର କ୍ୟାପିଟାଲରେ 25.95 ପ୍ରତିଶତ ଅଂଶିଦାର ରହିଛି। ସେହିିପରି ବ୍ୟାଙ୍କର ପେଡ୍‌-ଅପ୍‌ କ୍ୟାପିଟାଲରେ ଉଦୟଙ୍କ 17.26 ପ୍ରତିଶତ ଅଂଶିଦାର ରହିଛି।

ଏହା ମଧ୍ୟ ପଢ଼ନ୍ତୁ...Bank Holiday: ସେପ୍ଟେମ୍ବରରେ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ୍‌, ଛୁଟି ତାଲିକା ପ୍ରକାଶ କଲା RBI

ନୂତନ ଭାବରେ ନିଯୁକ୍ତି ନେବାକୁ ଥିବା ଦୀପକ ଗୁପ୍ତା 1983ରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ଇଞ୍ଜିନିୟରିଂ ପାଠପଢା ସମାପ୍ତ କରିଛନ୍ତି। ଏହାପରେ IIM-Ahmedabad ରୁ ମ୍ୟାନେଜମେଣ୍ଟର ଶିକ୍ଷା ନେଇଛନ୍ତି। ତେବେ 1999 ମସିହା ଠାରୁ କୋଟାକ ମହିନ୍ଦ୍ରା ଫାଇନାନ୍ସ ସହ ଜଡ଼ିତ ହେବା ସହ ଆଜି ଏହାର ସିଇଓ ହୋଇଛନ୍ତି। ଦୀପକ ଗୁପ୍ତା କୋଟାକ ମହିନ୍ଦ୍ରା ବ୍ୟାଙ୍କର ଦ୍ବିତୀୟ ସିନିୟର ଏକ୍‌ଜିକ୍ୟୁଟିଭ୍‌ ଅଟନ୍ତି। ତେବେ ସେ ଆଇଟି, ସାଇବର, ସୁକ୍ୟୁରିଟି, କଷ୍ଟମର ଏକ୍ସପିରିଏନ୍ସ ଏବଂ ଇଣ୍ଟେଲିଜେଲ୍ସର ମୁଖ୍ୟ ଭାବରେ କାମ କରିଛନ୍ତି।

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.