ETV Bharat / business

3.7 ଲକ୍ଷ କୋଟିର ବ୍ୟାପାର ସହ ଏଥର ରେକର୍ଡ ଭାଙ୍ଗିଲା ଦୀପାବଳି ସେଲ୍ - ଆତ୍ମର୍ନିଭରଶୀଳ

ଦେଶରେ 3.7 ଲକ୍ଷ କୋଟିର ବ୍ୟାପାର । ପୂଜା ବଜାରରେ ସ୍ବଦେଶୀୟ ବସ୍ତୁର ଚାହିଦା ଅଧିକ । ଆହୁରୀ 50 ହଜାର କୋଟିର ସେଲ୍ ହୋଇପାରେ । ବିଦେଶୀ ଦ୍ରବ୍ୟ ତୁଳନାରେ ସ୍ବଦେଶୀୟ ବସ୍ତୁର ବିକ୍ରି ଅଧିକ । ଆଗକୁ ପଢ଼ନ୍ତୁ,

ଏଇ ବର୍ଷର ଦୀପାବଳି ସେଲ୍
ଏଇ ବର୍ଷର ଦୀପାବଳି ସେଲ୍
author img

By ETV Bharat Odisha Team

Published : Nov 13, 2023, 10:30 PM IST

ନୂଆଦିଲ୍ଲୀ: ଚଳିତ ବର୍ଷର ଦୀପାବଳିରେ ଦେଶରେ 3.7 ଲକ୍ଷ କୋଟିର ବ୍ୟାପାର ହୋଇଛି । ପୂଜା ବଜାରରେ ସ୍ବଦେଶୀୟ ବସ୍ତୁର ଚାହିଦା ଅଧିକ । ଆଗକୁ ଭାଇ ଦୁଜ ଓ ଛଟ ପୂଜା ଥିବାରୁ ଆହୁରି 50 ହଜାର କୋଟିର ସେଲ୍ ହୋଇପାରେ । ବିଦେଶୀ ଦ୍ରବ୍ୟ ତୁଳନାରେ ସ୍ବଦେଶୀୟ ବସ୍ତୁର ବିକ୍ରି ଅଧିକ ହୋଇଥିବା ସୂଚନା ଦେଇଛନ୍ତି ସେକ୍ରେଟେରୀ ଜେନେରାଲ,କନଫେଡେରେଶନ ଅଫ ଇଂଡିଆ(CAIT) ପ୍ରବିନ ଖଣ୍ଡେଲବାଲ ।

ସେ କହିଛନ୍ତି ଏବର୍ଷ ଚୀନକୁ ଦୀପାବଳିରେ ପାଖାପାଖି 1 ଲକ୍ଷ କୋଟିର କ୍ଷତି ହୋଇଛି । ପୂର୍ବରୁ ଦୀପାବଳିରେ 70 ପ୍ରତିଶତ ଚୀନର ବସ୍ତୁ ବିକ୍ରି ହେଉଥିବା ବେଳେ ଚଳିତ ବର୍ଷ ତାହା ହୋଇନାହିଁ । ଦେଶର କୌଣସି ବେପାରୀ ଏ ବର୍ଷ ଚୀନ ଠାରୁ ଦୀପାବଳି ସମ୍ବନ୍ଧୀୟ ସାମଗ୍ରୀ ଆମଦାନୀ କରିନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....Diwali Muhurat Trading: ଦୀପାବଳି ମୁହୂର୍ତ୍ତ ଟ୍ରେଡିଂ ପାଳିଲେ ନିବେଶକ, ଉଛୁଳିଲା ସେୟାର ମାର୍କେଟ

'ଭାରତୀୟ ଉତ୍ପାଦ,ସବକା ଉସ୍ତାଦ'ର ପ୍ରଭାବ

କେଟ (CAIT) ଏବର୍ଷ 'ଭାରତୀୟ ଉତ୍ପାଦ,ସବକା ଉସ୍ତାଦ'ର ଅଭିଯାନ ଆରମ୍ଭ କରିଥିଲେ, ଯାହା ସଫଳ ହୋଇଛି । ଗ୍ରାହକଙ୍କ ସର୍ମଥନ ଓ 3.7 ଲକ୍ଷ କୋଟିର ବ୍ୟାପାର ଏହାର ପ୍ରମାଣ । ଏବର୍ଷ ଦୀପାବଳିରେ ପ୍ୟାକିଂ ବ୍ୟବସାୟର ମଧ୍ୟ ଚାହିଦା ବଢ଼ିଛି । ପ୍ରଧାନମନ୍ତ୍ରୀ ନରେଦ୍ର ମୋଦିଙ୍କ ସ୍ଲୋଗାନ," ଭୋକାଲ ଫର ଲୋକାଲ" ତଥା ଆତ୍ମର୍ନିଭର ଭାରତ ମଧ୍ୟ ପ୍ରଭାବ ପକାଇଛି । ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ଦୀପାବଳିରେ ସ୍ବଦେଶୀୟ ବସ୍ତୁର କିଣିବା ଓ ଆତ୍ମର୍ନିଭର କରାଇବା ଉପରେ ଗୁରୁତ୍ବ ଦେଇଥିଲେ । ଦେଶର ସମସ୍ତ ସହରର ସ୍ଥାନୀୟ ନିର୍ମାତା, କାରୀଗର ଓ କଳାକାରଙ୍କ ଦ୍ବାରା ନିର୍ମିତ ବସ୍ତୁକୁ ଅଧିକ ମାତ୍ରା ବିକ୍ରିକୁ ପ୍ରୋସାହିତ କରିବା ଆମର ଲକ୍ଷ୍ୟ । ଯାହା ଦ୍ବାରା ଭାରତୀୟ ମାନେ ଆତ୍ମର୍ନିଭରଶୀଳ ହୋଇପାରିବେ ।

ଏହା ମଧ୍ୟ ପଢ଼ନ୍ତୁ.....ଦୀପାବଳି ବିକ୍ରି ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ, ଏହି ଜିନିଷ ଗୁଡିକର ରହିଛି ଚାହିଦା

3.7 ଲକ୍ଷ କୋଟିର ବ୍ୟବସାୟ

13% ଖାଦ୍ୟ ସାମଗ୍ରୀ 9% ଗହଣା 12% ଲୁଗା ପଟା 4% ମିଠା ଓ Dry fruits 3% ଘର ସଜା ସାମଗ୍ରୀ 6% କସମେଟିକସ୍ 8% ଇଲୋଟ୍ରୋନିକସ୍ 3% ପୂଜା ସାମଗ୍ରୀ 3% ରୋଷେଇ ସାମଗ୍ରୀ 2% ବେକରୀ 8% ଉପହାର 4% ଫର୍ନିଚର 20% ଅଟୋମୋବାଇଲ, ହାର୍ଡୱେୟାର ଓ ଖେଳନା ସମେତ ଅନ୍ୟ ସାମଗ୍ରୀର ବେପାର ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.