ETV Bharat / business

RBI MPC meet: ପୁଣି ଥରେ ରେପୋ ରେଟ୍ ବଢାଇଲା ରିଜର୍ଭ ବ୍ୟାଙ୍କ, ମହଙ୍ଗା ହେବ EMI - ଶକ୍ତିକାନ୍ତ ଦାସ

ସେପ୍ଟେମ୍ବର ୨୮ରୁ ଚାଲିଥିବା ରିଜର୍ଭ ବ୍ୟାଙ୍କର ତିନି ଦିବସୀୟ ମୁଦ୍ରାନୀତି କମିଟି ବୈଠକ(MPC Meet) ଆଜି ଶେଷ ହୋଇଛି । ବୈଠକରେ ପୁଣିଥରେ ସୁଧହାର ବୃଦ୍ଧି ନେଇ ଘୋଷଣା କରାଯାଇଛି । କେନ୍ଦ୍ରୀୟ ବ୍ୟାଙ୍କ ପୁଣି ରେପୋ ରେଟରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛନ୍ତି ।

RBI MPC meet: ପୁଣିଥରେ ରେପୋ ରେଟ୍ ବଢାଇଲା ରିଜର୍ଭ ବ୍ୟାଙ୍କ, ବଢିବ EMI

author img

By

Published : Sep 30, 2022, 10:58 AM IST

ନୂଆଦିଲ୍ଲୀ: ପୁଣି ବଢିଲା ସୁଧହାର । ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ପୁଣିଥରେ ସୁଧହାର ବା ରେପୋ ରେଟ୍ ବୃଦ୍ଧି କରିଛି(RBI Hike Repo Rate) । ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇଛି । ଏହାସହିତ ଏବେ ରେପୋ ରେଟ୍ ୫.୪୦%ରୁ ବୃଦ୍ଧି ପାଇ ୫.୯୦%ରେ ପହଞ୍ଚି ଯାଇଛି । ସେପ୍ଟେମ୍ବର ୨୮ରୁ ଚାଲିଥିବା ତିନି ଦିବସୀୟ ମୁଦ୍ରାନୀତି କମିଟି ବୈଠକ(MPC Meet)ଆଜି ଶେଷ ହୋଇଥିବା ବେଳେ ବୈଠକରେ ସୁଧହାର ବୃଦ୍ଧି ନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି । ଦରଦାମ୍ ନିୟନ୍ତ୍ରଣ ପାଇଁ ଆରବିଆଇ କ୍ରମାଗତ ଚତୁର୍ଥ ଥର ପାଇଁ ମୁଦ୍ରାନୀତି ବୈଠକରେ ରେପୋ ରେଟ ବୃଦ୍ଧି କରିଛି(RBI MPC raise repo rate) ।

ରେପୋ ରେଟ୍ ବଢିବା ଅର୍ଥ ବ୍ୟାଙ୍କ ଋଣ ମହଙ୍ଗା ହୋଇଯିବ । ବ୍ୟାଙ୍କ ହୋମ ଲୋନ, କାର ଲୋନ ଉପରେ ସୁଧହାର ବଢାଇବେ । ଯାହାକି ସବୁ ବର୍ଗର ଗ୍ରାହକଙ୍କୁ ପ୍ରଭାବିତ କରିବ । ସାଧାରଣ ଲୋକଙ୍କୁ ଋଣ ପାଇଁ ଅଧିକ ପରିମାଣର ଇଏମଆଇ ଦେବାକୁ ପଡିବ । ଆମେରିକାର ଫେଡେରାଲ ରିଜର୍ଭ ସୁଧହାର ବୃଦ୍ଧି କରିଥିବାରୁ ଏବଂ ଆର୍ଥିକ ମାନ୍ଦାବସ୍ଥା ଓ ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ ବୃଦ୍ଧି କରିପାରନ୍ତି ବୋଲି ପୂର୍ବରୁ ଅର୍ଥନୀତିଜ୍ଞ ଏବଂ ବିଶ୍ଲେଷକମାନେ ମଧ୍ୟ ଆଶଙ୍କା ବ୍ୟକ୍ତ କରିଥିଲେ । ଯାହାକି ସତ ହୋଇଛି ।

ଏହାମଧ୍ୟ ପଢନ୍ତୁ: ଟାଇମ୍୧୦୦ ନେକ୍ସଟ୍ ତାଲିକାରେ ଆକାଶ ଅମ୍ବାନୀ

ଚଳିତ ବର୍ଷ ମେ' ମାସରୁ ଅଦ୍ୟାବିଧି ବ୍ୟାଙ୍କ ରେପୋ ରେଟରେ ୧୯୦ ବେସିସ୍ ପଏଣ୍ଟ ବୃଦ୍ଧି କରିସାରିଲାଣି । ପ୍ରଥମେ ମେ' ମାସରେ ୪୦ ବେସିସ୍ ପଏଣ୍ଟ, ଦ୍ବିତୀୟ ଥର ଜୁନରେ ୫୦ ବେସିସ୍ ପଏଣ୍ଟ ଏବଂ ତୃତୀୟ ଥର ଅଗଷ୍ଟରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇଥିଲା । ଏବେ ପୁଣିଥରେ ୫୦ ବେସିସ୍ ପଏଣ୍ଟ ବଢିଛି । ଏହାସହିତ ରେପୋ ରେଟ ୫.୯୦%କୁ ବୃଦ୍ଧି ପାଇଛି । ସେହିପରି କେନ୍ଦ୍ରୀୟ ବ୍ୟାଙ୍କ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ଆକଳନକୁ ୭.୨ ପ୍ରତିଶତରୁ ୭ ପ୍ରତିଶତକୁ କମାଇଛି । ବର୍ତ୍ତମାନେ ଦେଶରେ ମୁଦ୍ରାସ୍ଫୀତି ୭ ପ୍ରତିଶତ ପାଖାପାଖି ଥିବା ବେଳେ ଏହା ୬ ପ୍ରତିଶତକୁ ହ୍ରାସ ପାଇବ ବୋଲି ଶକ୍ତିକାନ୍ତ ଦାସ ଆଶା ପ୍ରକଟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.