ETV Bharat / business

RBI Monetary Policy: ରେପୋ ରେଟ୍ ୪%ରେ ଅପରିବର୍ତ୍ତିତ - ରେପୋ ରେଟ

ପୁଣିଥରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ(RBI) । ଏକାଦଶ ଥର ପାଇଁ ରେପୋ ରେଟ୍ ୪ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ । ଅଧିକ ପଢନ୍ତୁ

RBI Monetary Policy: ରେପୋ ରେଟ୍ ୪%ରେ ଅପରିବର୍ତ୍ତିତ

author img

By

Published : Apr 8, 2022, 11:44 AM IST

ନୂଆଦିଲ୍ଲୀ: ପୁଣିଥରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ(RBI) । ନୂଆ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତିରେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ୪ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି(RBI keeps repo, reverse repo rates unchanged ) । ଲଗାତାର ଏକାଦଶ ଥର ପାଇଁ ସୁଧହାରରେ କୌଣସି ପରିବର୍ତ୍ତନ କରିନାହିଁ ରିଜର୍ଭ ବ୍ୟାଙ୍କ । ଆଜି ଆରବିଆଇ(RBI) ମୁଦ୍ରାନୀତି କମିଟି(MPC) ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ଆକଳନ କମାଇଛି ଆରବିଆଇ । ଚଳିତ ଆର୍ଥିକ ବର୍ଷରେ ୭.୨ ପ୍ରତିଶତ ଜିଡିପି ଅଭିବୃଦ୍ଧି ହାର ରହିବା ନେଇ ଅନୁମାନ କରାଯାଇଛି । ଏହା ପୂର୍ବରୁ ବୈଠକରେ ୭.୮ ପ୍ରତିଶତ ଅଭିବୃଦ୍ଧି ରହିବା ନେଇ ଆକଳନ କରାଯାଇଥିଲା । ସେହିପରି ମୁଦ୍ରାସ୍ଫୀତି ହାର ୫.୭ ପ୍ରତିଶତ ରହିପାରେ ବୋଲି କୁହାଯାଇଛି । ପ୍ରଥମ ତ୍ରୟ ମାସରେ ମୁଦ୍ରାସ୍ଫୀତି ୬.୩ ପ୍ରତିଶତ, ଦ୍ବିତୀୟ ତ୍ରୟ ମାସରେ ୫ ପ୍ରତିଶତ, ତୃତୀୟରେ ୫.୪ ପ୍ରତିଶତ ଏବଂ ଚତୁର୍ଥ ତ୍ରୟ ମାସରେ ୫.୧ ପ୍ରତିଶତ ରହିବ ବୋଲି ଆକଳନ କରିଛି ରିଜର୍ଭ ବ୍ୟାଙ୍କ ।

ଉଲ୍ଲେଖଯୋଗ୍ୟ, ରିଜର୍ଭ ବ୍ୟାଙ୍କ ଯେଉଁ ହାରରେ ବ୍ୟାଙ୍କଗୁଡିକୁ ଋଣ ଦିଏ, ତାହାକୁ ରେପୋ ରେଟ୍ କୁହାଯାଏ । ରିଜର୍ଭ ବ୍ୟାଙ୍କ ଯେଉଁ ରେଟ୍‌ରେ ବାଣିଜ୍ୟିକ ବ୍ୟାଙ୍କଗୁଡିକ ଠାରୁ ଋଣ ନିଏ ତାହାକୁ ରିଭର୍ସ ରେପୋ ରେଟ୍ କୁହାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.