ETV Bharat / business

ବଢିବ ଓମଫେଡ କ୍ଷୀର ଦର, 21ରୁ ନୂଆ ଦାମ ଲାଗୁ - ବଢିଲା ଓମଫେଡ କ୍ଷୀର ଦର

ରାଜ୍ୟରେ ବଢିବ ଓମଫେଡ କ୍ଷୀର ଦର । ଓମଫେଡ କ୍ଷୀର ଲିଟର ପିଛା ୨ ଟଙ୍କା ମହଙ୍ଗା ହେବ । ଅଧିକ ପଢନ୍ତୁ

ରାଜ୍ୟରେ ୨ ଟଙ୍କା ବଢିବ ଓମଫେଡ କ୍ଷୀର ଦର
ରାଜ୍ୟରେ ୨ ଟଙ୍କା ବଢିବ ଓମଫେଡ କ୍ଷୀର ଦର
author img

By

Published : Apr 19, 2022, 10:55 AM IST

ଭୁବନେଶ୍ବର: ରାଜ୍ୟରେ ବଢିବ ଓମଫେଡ(OMFED) କ୍ଷୀର ଦର । ଓମଫେଡ କ୍ଷୀର ଲିଟର ପିଛା ୨ ଟଙ୍କା ମହଙ୍ଗା ହେବ । ଏପ୍ରିଲ ୨୧ ତାରିଖରୁ ଏହି ନୂଆ ଦର ଲାଗୁ ହେବ(Omfed milk price to go up from April 21) । ୨୦୨୦ରେ ଶେଷ ଥର ପାଇଁ ଓମଫେଡ କ୍ଷୀର ୨ ଟଙ୍କା ବଢିଥିଲା । ଦର ବୃଦ୍ଧି ପାଇଁ କ୍ଷୀର ଚାଷୀଙ୍କ ଦାବିକୁ ଦୃଷ୍ଟିରେ ରଖି ଓମଫେଡ ଏହି ନିଷ୍ପତ୍ତି ନେଇଛି । ବର୍ତ୍ତମାନ ରାଜ୍ୟରେ ଅଧାଲିଟର ଓମଫେଡ କ୍ଷୀର ୨୩ ଟଙ୍କାରେ ବିକ୍ରି ହେଉଛି । ବର୍ଦ୍ଧିତ ଦର ଲାଗୁ ହେବ ପରେ ଅଧାଲିଟର ପ୍ୟାକେଟ କ୍ଷୀର ୨୪ ଟଙ୍କାରେ ମିଳିବ ।

ରାଜ୍ୟରେ ୨ ଟଙ୍କା ବଢିବ ଓମଫେଡ କ୍ଷୀର ଦର
ରାଜ୍ୟରେ ୨ ଟଙ୍କା ବଢିବ ଓମଫେଡ କ୍ଷୀର ଦର

OMFED ଏକ ବିବୃତ୍ତିରେ କହିଛି ଯେ, ଦୁଗ୍ଧ ଉତ୍ପାଦନ ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡିତ ସମସ୍ତ ପ୍ରଦାର୍ଥର ମୂଲ୍ୟ ବୃଦ୍ଧି ପାଇଛି । ଏଥିରେ ବିଦ୍ୟୁତ ଶୁଳ୍କ, ପ୍ୟାକେଜିଂ, ପରିବହନ ଏବଂ ଗୋଖାଦ୍ୟ ଅନ୍ତର୍ଭୁକ୍ତ । ତେଣୁ କ୍ଷୀର ଦର ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାବ୍ୟତୀତ ଆସନ୍ତା ୨୧ରେ ଓମଫେଡ ପୁରୀ, ଭୁବନେଶ୍ବର ଓ କଟକରେ ଏକ ନୂଆ ଭେରାଇଟି କ୍ଷୀର ମଧ୍ୟ ଲଞ୍ଚ କରିବ । ଯାହାର ନାଁ 'ଚାଏ ସ୍ପେଶାଲ'(Chai Special) ରହିବ । ଅଧାଲିଟର ଚାଏ ସ୍ପେଶାଲ କ୍ଷୀର ପ୍ୟାକେଟ ୨୩ ଟଙ୍କାରେ ବିକ୍ରି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.