ETV Bharat / business

ଆସନ୍ତା ୨ ବର୍ଷରେ ସ୍ବୟଂଚାଳିତ କାର୍ ଲଞ୍ଚ କରିବ Ola Electric

author img

By

Published : Apr 24, 2022, 11:07 AM IST

ଆସନ୍ତା ୨ ବର୍ଷ ମଧ୍ୟରେ ସ୍ବୟଂଚାଳିତ କାର୍ ଲଞ୍ଚ କରିବ ଓଲା ଇଲେକ୍ଟ୍ରିକ । ସୂଚନା ଦେଲେ କମ୍ପାନୀ ସିଇଓ ଭବିଷ ଅଗ୍ରୱାଲ । ଅଧିକ ପଢନ୍ତୁ

ଆସନ୍ତା ୨ ବର୍ଷରେ ସ୍ବୟଂଚାଳିତ କାର୍ ଲଞ୍ଚ କରିବ ଓଲା ଇଲେକ୍ଟ୍ରିକ

ଚେନ୍ନାଇ: ଆସନ୍ତା ଦୁଇବର୍ଷ ମଧ୍ୟରେ ବଜାରକୁ ଆସିବ ଓଲା ଇଲେକ୍ଟ୍ରିକର ସ୍ବୟଂଚାଳିତ କାର(Ola Electric autonomous car) । ବର୍ତ୍ତମାନ ସ୍ବୟଂଚାଳିତ ଯାନ ଉପରେ କମ୍ପାନୀ ପରୀକ୍ଷଣ କରୁଛି । ଦୁଇବର୍ଷରେ ଓଲା ଇଲେକ୍ଟ୍ରିକ ବିଶ୍ବ ବଜାରରେ ନିଜର ସ୍ବଂୟଚାଳିତ କାର ଲଞ୍ଚ କରିବ ବୋଲି ସୂଚନା ଦେଇଛନ୍ତି ଓଲାର ପ୍ରତିଷ୍ଠାତା ତଥା ସିଇଓ ଭବିଷ ଅଗ୍ରୱାଲ(CEO Bhavish Aggarwal) । ତାମିଲନାଡୁର କ୍ରିଷ୍ଣାଗିରି ଜିଲ୍ଲା ଫ୍ୟୁଚର ଫ୍ୟାକ୍ଟ୍ରି ଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରି ଭବିଷ କହିଛନ୍ତି, ଓଲା ସ୍ବଦେଶୀ ଜ୍ଞାନକୌଶରେ ବିକଶିତ ଏକ ସ୍ବୟଂଚାଳିତ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ।

ପ୍ରାୟ ୬ ମାସ ହେବ କମ୍ପାନୀ ଏହି ସ୍ବୟଂଚାଳିତ ଯାନ ଉପରେ ପରୀକ୍ଷା ଆରମ୍ଭ କରିଛି । ୨୦୨୩ ଶେଷ ସୁଦ୍ଧା କିମ୍ବା ୨୦୨୪ ଆରମ୍ଭରୁ ଏହା ବଜାରରେ ଉପଲବ୍ଧ ହେବ । ଏହି ଗାଡିର ମୂଲ୍ୟ ପାଖାପାଖି ୧୦ ଲକ୍ଷ ଟଙ୍କା ରହିବ, ଯଦ୍ବାରା ଅଧିକ ସଂଖ୍ୟକ ଲୋକେ ଏହାକୁ କ୍ରୟ କରିପାରିବେ । ତାମିଲନାଡୁ ପୋଚମପଲ୍ଲୀ ସହରରେ ଥିବା କମ୍ପାନୀର ୫୦୦ ଏକର ଇଲେକ୍ଟ୍ରିକ ଦୁଇ ଚକିଆ ଯାନ ନିର୍ମାଣ ପ୍ରତିଷ୍ଠାନରେ ଓଲା ଇଲେକ୍ଟ୍ରିକ ଏକ ସ୍ବୟଂଚାଳିତ କାର୍ଟ(self-driving cart) ମଧ୍ୟ ପ୍ରଦର୍ଶନ କରିଛି । ଏଥିରେ LiDAR(Light Detection and Ranging) ଉପଯୋଗ ହୋଇଛି । କମ୍ପାନୀ ଏହାକୁ ବାହାର ଦେଶକୁ ରପ୍ତାନୀ କରିବ । ସେହିପରି କମ୍ପାନୀ ଚଳିତ ବର୍ଷ ସୁଦ୍ଧା କମ୍ ଦାମର Ola S1 ସ୍କୁଟର ମଧ୍ୟ ଲଞ୍ଚ କରିବ ବୋଲି ଯୋଜନା କରୁଛି ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.