ETV Bharat / business

ଭାରତ କରୁ ସିଙ୍ଗାପୁର ଏବଂ ଥାଇଲ୍ୟାଣ୍ଡ ସହ ଦ୍ବିପାକ୍ଷିକ ଏଫଟିଏର ସମୀକ୍ଷା: ଜିଟିଆରଆଇ

author img

By ETV Bharat Odisha Team

Published : Nov 26, 2023, 6:07 PM IST

Need to review Bilateral Free Trade Agreements: ଗ୍ଲୋବାଲ ଟ୍ରେଡ ରିସର୍ଚ୍ଚ ଇନିସିଏଟିଭ ଭାରତ ସରକାରଙ୍କୁ ଆସିଆନର 10 ସଦସ୍ୟ ରାଷ୍ଟ୍ର ମାନଙ୍କ ସହ ବ୍ୟାପାର ସମ୍ବନ୍ଧିତ ଚୁକ୍ତିର ସମୀକ୍ଷା କରିବାକୁ ପରାମର୍ଶ ଦେଇଛି । ଏହା ସହ ସିଙ୍ଗାପୁର ଏବଂ ଥାଇଲ୍ୟାଣ୍ଡ ସହ ଦ୍ବିପାକ୍ଷିକ ମୁକ୍ତ ବ୍ୟାପାର ଚୁକ୍ତି ଉପରେ ଧ୍ୟାନ ଦେବାକୁ କୁହାଯାଇଛି । ଅଧିକ ପଢ଼ନ୍ତୁ

ଭାରତ କରୁ ସିଙ୍ଗାପୁର ଏବଂ ଥାଇଲ୍ୟାଣ୍ଡ ସହ ଦ୍ବିପାକ୍ଷିକ ଏଫଟିଏର ସମୀକ୍ଷା : ଜିଟିଆରଆଇ

ନୂଆଦିଲ୍ଲୀ: ରବିବାର ଦିନ ଜିଟିଆରଆଇ ନାମକ ଅର୍ଥନୈତିକ ଶୋଧ ସଂସ୍ଥାନ ନିଜର ଏକ ରିପୋର୍ଟରେ ଭାରତ ସରକାରଙ୍କୁ ଆସିଆନର 10 ସଦସ୍ୟ ରାଷ୍ଟ୍ର ମାନଙ୍କ ସହ ବ୍ୟାପାର ସମ୍ବନ୍ଧିତ ଚୁକ୍ତିର ସମୀକ୍ଷା କରିବାକୁ ପରାମର୍ଶ ଦେଇଛି । ଏହା ସହ ଭାରତ ସହିତ ସିଙ୍ଗାପୁର ଏବଂ ଥାଇଲ୍ୟାଣ୍ଡ ସହ ଦ୍ବିପାକ୍ଷିକ ମୁକ୍ତ ବ୍ୟାପାର ଚୁକ୍ତି ଉପରେ ଧ୍ୟାନ ଦେବାକୁ କୁହାଯାଇଛି । ସିଙ୍ଗାପୁର ସହ ଭାରତ 2010 ମସିହାଠାରୁ ପଣ୍ୟଦ୍ରବ୍ୟକୁ ନେଇ ଏକ ମୁକ୍ତ ବ୍ୟାପାର ବୁଝାମଣା କରିଛି । ସେହିପରି 2005 ମସିହାରୁ ସିଙ୍ଗାପୁର ସହ ଭାରତର ଏକ ଫ୍ରି ଟ୍ରେଡ ଏଗ୍ରିମେଣ୍ଟ ରହିଛି । 2006ରେ ଭାରତ ସହ ଥାଇଲ୍ୟାଣ୍ଡର ଏକ ମୁକ୍ତ ସୀମିତ ବ୍ୟାପାର ବୁଝାମଣା ରହିଛି । ଏହି ପରାମର୍ଶ ବହୁତ ଗୁରୁତ୍ବ ବହନ କରୁଛି କାରଣ ଭାରତ ଏବଂ ଅନ୍ୟ ଆସିଆନ ରାଷ୍ଟ୍ର ମାନେ ନିଜର ବ୍ୟାପାର ବୁଝାମଣାକୁ ସମୀକ୍ଷା କରିବାକୁ ରାଜି ହୋଇଛନ୍ତି । 2025 ମସିହା ପର୍ଯ୍ୟନ୍ତ ଏହି ଅଭ୍ୟାସକୁ ପୁରା କରିବାର ଯୋଜନା ରହିଛି ।

ଆସିଆନ ଦେଶ ସମୂହ ମଧ୍ୟରେ ବ୍ରୁନେଇ, କାମ୍ବୋଡିଆ , ଇଣ୍ଡୋନେସିଆ, ଲାଓସ, ମାଲେସିଆ ,ମିଆଁମାର, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ଫିଲିପିନ ଏବଂ ଭିଏତନାମ ସାମିଲ ଅଛନ୍ତି । ଏମାନଙ୍କ ମଧ୍ୟରୁ ଭାରତ 5ଟି ଦେଶ ଯଥା ଇଣ୍ଡୋନେସିଆ, ସିଙ୍ଗାପୁର, ଥାଇଲ୍ୟାଣ୍ଡ , ମାଲେସିଆ ଏବଂ ଭିଏତନାମ ସହ 92.7 ପ୍ରତିଶତ ରପ୍ତାନୀ ଏବଂ 97.4 ପ୍ରତିଶତ ଆମଦାନୀ କରିଥାଏ । ଆର୍ଥିକ ବର୍ଷ 2022-23 ରେ ଆସିଆନ ଦେଶ ଗୁଡିକୁ ଭାରତର 44 ଆରବ ଆମେରିକୀୟ ଡଲାର ଆମଦାନୀ ସହ ଆସିଆନ ଦେଶ ଗୁଡିକରୁ ଆମଦାନୀ 87.6 ଆରବ ଆମେରିକୀୟ ଡଲାର ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ... ଭାରତୀୟ ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବ ଅମୃତ ଭାରତ ଷ୍ଟେସନ ଯୋଜନା

ଜିଟିଆରଆଇର ତଥ୍ୟ ଅନୁସାରେ ସିଙ୍ଗାପୁର ସହ ହୋଇଥିବା ଚୁକ୍ତିରେ ଉତ୍ପାଦର ଉତ୍ପତ୍ତିର ନିୟମରେ କିଛି ମାତ୍ରାରେ ଛାଡ କରାଯାଇଛି । ଭାରତ ସହ ଥାଇଲ୍ୟାଣ୍ଡର ଏକ ଅଲଗା ଏଫଟିଆଇ ଯାହାକୁ ଅର୍ଲି ହାରଭେଷ୍ଟ ସ୍କିମ କୁହାଯାଏ ଯାହା ପାଇଁ ମୂଳ ଏସିଆନ ଏଫଟିଆଇ ତୁଳନାରେ କେତେକାଂଶରେ ଛାଡ କରାଯାଇଥାଏ । ଇଣ୍ଡୋନେସିଆ ସହ ଭାରତ 2022-23 ଆର୍ଥିକ ବର୍ଷରେ 28.8 ଆରବ ଆମେରିକୀୟ ଡଲାରର ସାମଗ୍ରୀର ଆମଦାନୀ କରିଥିଲା । ଏଥିରେ 14.4 ଆରବ ଡଲାରର କୋଇଲାର ଆମଦାନୀ ମଧ୍ୟ ସାମିଲ । ଏହା ଅତିରିକ୍ତ ଭାରତ ଇଣ୍ଡୋନେସିଆରୁ 5.6 ଆରବ ଡଲାରର ପାମ ଅଏଲ ଏବଂ 0.9 ଆରବ ଡଲାରର ତମ୍ବା ଆମଦାନୀ କରିଥାଏ । ସିଙ୍ଗାପୁରରୁ ଭାରତକୁ ଗତ ଆର୍ଥିକ ବର୍ଷରେ 7.2 ଆରବ ଡଲାରର ଇଲେକ୍ଟ୍ରୋନିକ ସାମଗ୍ରୀ ଆମଦାନୀ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.