ETV Bharat / business

ଆଜି ଜାତୀୟ ଖାଉଟି ଦିବସ: ଗ୍ରାହକଙ୍କ ଅଧିକାରର ସୁରକ୍ଷା ମୂଳ ଲକ୍ଷ୍ୟ

author img

By ETV Bharat Odisha Team

Published : Dec 24, 2023, 6:32 AM IST

National Consumer Rights Day: ପ୍ରତିବର୍ଷ ଡିସେମ୍ବର ୨୪ ତାରିଖକୁ ଜାତୀୟ ଖାଉଟି ଦିବସ ଭାବେ ଆମ ଦେଶରେ ପାଳନ କରାଯାଏ । ପ୍ରତ୍ୟେକ ଖାଉଟିଙ୍କ ଅଧିକାର ଏବଂ ଦାୟିତ୍ବ ସମ୍ବନ୍ଧରେ ସଚେତନତା ବାର୍ତ୍ତାର ପ୍ରଚାର ପ୍ରସାର କରିବା ଏହି ଦିବସର ମୂଳ ଲକ୍ଷ୍ୟ । ଅଧିକ ପଢନ୍ତୁ

ଆଜି ଜାତୀୟ ଖାଉଟି ଦିବସ , ଗ୍ରାହକଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ ମୂଳ ଲକ୍ଷ୍ୟ

ହାଇଦ୍ରାବାଦ: କଥାରେ ଅଛି ଗ୍ରାହକ ହିଁ ଭଗବାନ । ଆଜି ଜାତୀୟ ଖାଉଟି ଦିବସ ଅଟେ । ପ୍ରତିବର୍ଷ ଡିସେମ୍ବର ୨୪ ତାରିଖକୁ ଜାତୀୟ ଖାଉଟି ଦିବସ ଭାବେ ଆମ ଦେଶରେ ପାଳନ କରାଯାଏ । ଖାଉଟି ଆନ୍ଦୋଳନର ଗୁରୁତ୍ବ ଉପରେ ଜୋର ଦେବା ଏବଂ ପ୍ରତ୍ୟେକ ଖାଉଟିଙ୍କ ଅଧିକାର ଏବଂ ଦାୟିତ୍ବ ସମ୍ବନ୍ଧରେ ସଚେତନତା ବାର୍ତ୍ତାର ପ୍ରଚାର ପ୍ରସାର କରିବା ଏହି ଦିବସର ମୂଳ ଲକ୍ଷ୍ୟ ।

ଖାଉଟି ସଂରକ୍ଷଣ ଅଧିନିୟମ, ୧୯୮୬ - ୧୮୮୬ ମସିହାରେ ଏହି ଆଇନ ପ୍ରଣୟନ କରାଯାଇଥିଲା ଯାହାର ଲକ୍ଷ୍ୟ ଖାଉଟିଙ୍କୁ ତ୍ରୁଟିପୂର୍ଣ୍ଣ ବସ୍ତୁ କିମ୍ବା ସେବା ଏବଂ ଅନୁଚିତ ବ୍ୟବସାୟିକ ଉପାୟ ସହିତ ଶୋଷଣ ବିରୋଧରେ ସୁରକ୍ଷା ପ୍ରଦାନ କରିବା ଥିଲା । ଏହି ବିଧେୟକ ୧୯୮୬ରେ ସଂସଦର ଉଭୟ ସଦନରେ ପାରିତ ହୋଇଥିଲା ଏବଂ ସେହି ବର୍ଷ ଡିସେମ୍ବର ୨୪ ତାରିଖକୁ ଏହା ରାଷ୍ଟ୍ରପତିଙ୍କ ଦ୍ବାରା ସ୍ବୀକୃତି ପ୍ରାପ୍ତ ହୋଇଥିଲା । ସେବେଠାରୁ ଡିସେମ୍ବର ୨୪ ଜାତୀୟ ଖାଉଟି ଦିବସ ଭାବେ ପାଳନ କରାଯାଏ । ଏହି ବିଧେୟକ ଯୋଗୁଁ ଖାଉଟିମାନଙ୍କ ବିଭିନ୍ନ ଅଭିଯୋଗ ଆଧାରରେ କ୍ଷତିପୂରଣର ବ୍ୟବସ୍ଥା ରହିଛି । ଯାହାଦ୍ବାରା ଖାଉଟିଙ୍କ ଯଥୋଚିତ ସେବା ଓ ଦ୍ରବ୍ୟର ମୂଲ୍ୟ ମିଳିବା ସହ ସେମାନଙ୍କ ଅଧିକାରକୁ ସଶକ୍ତ କରିଥାଏ ।

ଏହି ଅଧିନିୟମ ସମସ୍ତ ଭାରତୀୟ ନାଗରିକମାନଙ୍କୁ ଦିଆଯାଇଥିବା ୬ ଗୋଟି ମୌଳିକ ଖାଉଟି ଅଧିକାରକୁ ସ୍ପଷ୍ଟ କରିଥାଏ । ଗ୍ରାହକଙ୍କୁ ଦିଆଯାଇଥିବା ଅଧିକାରଗୁଡିକ ହେଲା- କ୍ଷତିକାରକ ଉତ୍ପାଦ କିମ୍ବା ସେବାରୁ ସୁରକ୍ଷା, ବସ୍ତୁ ଓ ସେବାର ଗୁଣବତ୍ତା ଏବଂ ମୂଲ୍ୟ ସମ୍ବନ୍ଧରେ ଜାଣିବା ଅଧିକାର, ପ୍ରତିସ୍ପର୍ଧୀ ମୂଲ୍ୟରେ ବିଭିନ୍ନ ଦ୍ରବ୍ୟ ଓ ସେବାକୁ ବାଛିବାର ଅଧିକାର, ଖାଉଟି ମଞ୍ଚରେ ନିଜର ଅଭିଯୋଗ ଜଣାଇବାର ଅଧିକାର, ଅସତ୍ ବ୍ୟବସାୟିକ ଉପାୟ ବିରୋଧରେ ସୁରକ୍ଷା ଓ ଖାଉଟି ଶିକ୍ଷାର ଅଧିକାର ।

ଏହା ମଧ୍ୟ ପଢନ୍ତୁ... ଜାତୀୟ ଗଣିତ ଦିବସ, ମନେ ପଡେ ରାମାନୁଜନଙ୍କ ଅତୁଳନୀୟ ଅବଦାନ

ଖାଉଟି ସଂରକ୍ଷଣ ଅଧିନିୟମ ୨୦୧୯ ଜରିଆରେ କେନ୍ଦ୍ରୀୟ ଖାଉଟି ସଂରକ୍ଷଣ ପ୍ରାଧିକରଣ (ସିସିପିଏ)ର ପ୍ରତିଷ୍ଠା ହୋଇଛି ଯାହାକୁ ଖାଉଟିଙ୍କ ଅଧିକାର ସୁରକ୍ଷାର ଉତ୍ତରଦାୟିତ୍ବ ଦିଆଯାଇଛି । ଖାଉଟିର ପରିଭାଷା ହେଉଛି ଯେଉଁ ବ୍ୟକ୍ତି ବ୍ୟକ୍ତିଗତ ବ୍ୟବହାର ପାଇଁ ଉଚିତ ମୂଲ୍ୟ ବଦଳରେ ଦ୍ରବ୍ୟ ବା ସେବା କିଣି ଥାଏ । ଉଭୟ ଅଫଲାଇନ ଏବଂ ଅନଲାଇନ ଉପାୟରେ ଯଥା ଇଲେକଟ୍ରୋନିକ, ଟେଲି ସପିଙ୍ଗ, ମଲଟି ଲେଭଲ ମାର୍କେଟିଙ୍ଗ ଇତ୍ୟାଦି କିଣା ଯାଇଥିବା ଦ୍ରବ୍ୟ ବା ସେବା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ।

ସମସ୍ତ ପ୍ରକାର ବିଭ୍ରାନ୍ତକାରୀ ବିଜ୍ଞାପନ ଉପରେ ଅଙ୍କୁଶ ଲଗାଇବା ପାଇଁ ସିସିପିଏ ନିର୍ମାତା ବା କମ୍ପାନୀକୁ ମିଥ୍ୟା ବିଜ୍ଞାପନ ପାଇଁ ଅଧିକତମ ୨ ବର୍ଷ ଜେଲଦଣ୍ଡ ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି । ଏହା ପରେ ମଧ୍ୟ ଆଉଥରେ ଏପରି ଅପରାଧ କଲେ ୫୦ ଲକ୍ଷ ଟଙ୍କା ଜରିମାନା ସହ ୫ ବର୍ଷ ଜେଲଦଣ୍ଡର ବ୍ୟବସ୍ଥା ରହିଛି । ସିସିପିଏ ବାରମ୍ବାର ଏପରି ଅପରାଧ ପାଇଁ ଉକ୍ତ ସେବା ଓ ଦ୍ରବ୍ୟ ଉପରେ ୩ ବର୍ଷର ପ୍ରତିବନ୍ଧକ ଲଗାଇପାରିବ । ଏଥି ସହିତ ଖାଉଟି ମଞ୍ଚର ଉପସ୍ଥିତି ଗ୍ରାହକମାନଙ୍କ ପାଇଁ ନିଜ ପ୍ରତି ହେଉଥିବା ଶୋଷଣ ବିରୋଧରେ ସ୍ବର ଉତ୍ତୋଳନର ଶକ୍ତି ପ୍ରଦାନ କରିଥାଏ । ଜାଗୋ ଗ୍ରାହକ ଜାଗୋ ଏହାର ମୋଟୋ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.