ETV Bharat / business

Meta layoffs: ଟ୍ୱିଟର ପରେ ଆଜିଠୁ ମେଟାରେ ଛଟେଇ - ମେଟା ସିଇଓ ମାର୍କ ଜୁକରବର୍ଗ

ଟ୍ୱିଟର ପରେ ବୃହତ୍ ସୋସିଆଲ ମିଡିଆ ସଂସ୍ଥା ମେଟାରେ ଆଜିଠୁ ଆରମ୍ଭ ହେବ ଛଟେଇ । ଚାକିରି ହରାଇବେ ହଜାର ହଜାର କର୍ମଚାରୀ । ଅଧିକ ପଢନ୍ତୁ

Meta layoffs: ଟ୍ବିଟର ପରେ ଆଜିଠୁ ମେଟାରେ ଛଟେଇ

author img

By

Published : Nov 9, 2022, 11:33 AM IST

ୱାଶିଂଟନ: ଟ୍ୱିଟର ପରେ ଆଜିଠୁ ବୃହତ୍ ସୋସିଆଲ ମିଡିଆ ସଂସ୍ଥା ମେଟାରେ ଆରମ୍ଭ ହେବ ଛଟେଇ । ମେଟା ଅଧିନରେ ପରିଚାଳିତ ହେଉଥିବା ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍‌ସ୍ଆପ୍‌ର ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯିବ । ଆଜିଠୁ ଛଟେଇ ପ୍ରକ୍ରିୟା ଆରମ୍ଭ ହେଉଥିବା ନେଇ କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ସ୍ପଷ୍ଟ ସୂଚନା ଦେଇଛନ୍ତି(Meta CEO Zuckerberg confirms laying off employees) । କିଛି ମାସ ହେବ କମ୍ପାନୀର ଆର୍ଥିକ ସ୍ଥିତି ଭଲ ନାହିଁ । କମ୍ପାନୀ ଅଧିକ କ୍ଷତି ସହୁଥିବାରୁ ଖର୍ଚ୍ଚ କାଟ୍ ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।

କର୍ମଚାରୀଙ୍କ ଛଟେଇ ପାଇଁ ମଙ୍ଗଳବାର ମାର୍କ ଜୁକରବର୍ଗ ନିଜର ଏକଜିକ୍ୟୁଟିଭମାନଙ୍କ ସହ ଆଲୋଚନା କରିଛନ୍ତି । ଚାକିରି ହରାଉଥିବା କର୍ମଚାରୀଙ୍କୁ ଆଜିଠାରୁ ନୋଟିଫିକେସନ ମିଳିବ । ତେବେ ମେଟା ଏଚଆର ଗ୍ରୁପର ମୁଖ୍ୟ ଲରି ଗୋଲେର(head of human resources, Lori Goler) କହିଛନ୍ତି, ଯେଉଁ କର୍ମଚାରୀ ଚାକିରି ହରାଇବେ ସେମାନଙ୍କୁ ଅତିକମରେ ୪ ମାସର ଦରମା ପ୍ରଦାନ କରାଯିବ ।

ଏହାମଧ୍ୟ ପଢନ୍ତୁ: Twitter High Drama: ବିତାଡିତ କର୍ମଚାରୀଙ୍କୁ ପୁଣି ଡାକିଲେ ମସ୍କ, ବିକଳ୍ପ ଖୋଜୁଛନ୍ତି ୟୁଜର୍ସ

କହିରଖୁଛୁ କି, ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟାରେ ସେପ୍ଟେମ୍ବର ଶେଷ ସୁଦ୍ଧା ୮୭ ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଚଳିତ ବର୍ଷ ମେଟାର ଷ୍ଟକ୍‌ ମୂଲ୍ୟରେ ୭୦ ପ୍ରତିଶତରୁ ଅଧିକ ହ୍ରାସ ଆସିଛି । ତେଣୁ ଖର୍ଚ୍ଚ କାଟ କରି କମ୍ପାନୀର ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ ବଡ ଧରଣର ଛଟେଇ କରାଯାଉଛି । ଏହାପୂର୍ବରୁ ଟ୍ବିଟର ଅଧିଗ୍ରହଣ ପରେ ବିଶ୍ବର ନମ୍ବର ୧ ଧନୀ ଏଲନ ମସ୍କ ବଡ ଧରଣର ଛଟେଇ କରିଥିଲେ । ସିଇଓ ପରାଗ ଅଗ୍ରୱାଲଙ୍କ ସମେତ କମ୍ପାନୀର ପ୍ରାୟ ଅର୍ଦ୍ଧେକ କର୍ମଚାରୀ ଚାକିରି ହରାଇଥିଲେ । ତେବେ ବିଦା କରିଥିବା କର୍ମଚାରୀଙ୍କୁ ପୁନଃନିଯୁକ୍ତ ଦେବାକୁ ଟ୍ୱିଟର ବର୍ତ୍ତମାନ ଯୋଜନା କରିଥିବା ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.