ETV Bharat / business

ମେ’ ୧୭ରେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ LIC - ଷ୍ଟକ ମାର୍କେଟ ଲିଷ୍ଟିଂ

ମେ’ ୧୭ରେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ ଭାରତର ସର୍ବବୃହତ୍ ବୀମା କମ୍ପାନୀ LIC । କମ୍ପାନୀର ୨୨.୩ କୋଟିରୁ ଅଧିକ ସେୟାର ବିକ୍ରି କରୁଛନ୍ତି ସରକାର । ଅଧିକ ପଢନ୍ତୁ

ମେ ୧୭ରେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ LIC

author img

By

Published : Apr 28, 2022, 6:51 AM IST

ନୂଆଦିଲ୍ଲୀ: ଭାରତର ସର୍ବବୃହତ୍ ବୀମା କମ୍ପାନୀ LICର ବମ୍ପର ପ୍ରାରମ୍ଭିକ ସର୍ବସାଧାରଣ ଅଫର(initial public offering) ବନ୍ଦ ହେବାର ଗୋଟିଏ ସପ୍ତାହ ପରେ ଏହା ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ(LIC to list on stock exchanges) । ମେ ୧୭ରେ LIC ତାଲିକାଭୁକ୍ତ ହେବା ନେଇ ସୂଚନା ମିଳିଛି । ଭାରତ ସରକାର ଭାରତୀୟ ଜୀବନ ବୀମା ନିଗମ( LIC)ର ୨୨.୩ କୋଟିରୁ ଅଧିକ ସେୟାର 902-949 ଟଙ୍କାର ପ୍ରାଇସ ବ୍ୟାଣ୍ଡରେ ବିକ୍ରି କରୁଛନ୍ତି । ଯାହାକି ଆସନ୍ତା ମେ ୪ରେ ଖୋଲିବ ଏବଂ ମେ ୯ ତାରିଖରେ ବନ୍ଦ ହେବ । ସେବି(Sebi)ରେ ଦାଖଲ ହୋଇଥିବା ଅନ୍ତିମ ପେପର ଅନୁସାରେ, ବିଡରଙ୍କ ଡିମାଟ ଆକାଉଣ୍ଟରେ ସେୟାର ଆଲର୍ଟମେଣ୍ଟ ମେ ୧୬ରେ ହେବ ଏବଂ ଏହାପରେ LIC ଷ୍ଟକ ମାର୍କେଟରେ ଇକ୍ବିଟି ସେୟାରଗୁଡିକର କାରବାର ଆରମ୍ଭ କରିବ ।

ଆଙ୍କର ନିବେଶକ(anchor investors)ଙ୍କ ପାଇଁ ଏଲଆଇସି ଆଇପିଓ ମେ ୨ରେ ଏବଂ ସର୍ବସାଧାରଣଙ୍କ ପାଇଁ ମେ ୪ରେ ଖୋଲିବ । ସରକାର LIC (Life Insurance Corporation)ର 22,13,74,920 ସେୟାର ବିକ୍ରି କରୁଛନ୍ତି ଏବଂ ଏଥିରୁ 21,000 ସଂଗ୍ରହ କରିବାର ଲକ୍ଷ୍ୟ ରଖିଛନ୍ତି । 15,81,249ରୁ ଅଧିକ ସେୟାର ଓ 2,21,37,492 ଅଧିକ ସେୟାର କମ୍ପାନୀ କର୍ମଚାରୀ ଏବଂ ପଲିସିଧାରୀଙ୍କ ପାଇଁ ସଂରକ୍ଷିତ କରାଯାଇଛି । ସେହିପରି 2.96 କୋଟିରୁ ଅଧିକ ସେୟାର ଅଣ-ସଂସ୍ଥାଗତ ନିବେଶକ ପାଇଁ ଉଦ୍ଧିଷ୍ଟ ରହିଛି । ଆଇପିଓରେ ପଲିସିଧାରୀ ସେୟାର ପିଛା ୬୦ ଟଙ୍କା ରିହାତି ପାଇବେ । ରିଟେଲ ନିବେଶକ ଏବଂ ଏଲଆଇସି କର୍ମଚାରୀଙ୍କୁ ସେୟାର ପିଛା ୪୫ ଟଙ୍କା ରିହାତି ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.