ETV Bharat / business

LIC IPO: ଆଜି ଆସିବ ଏଲଆଇସି ଆଇପିଓ - ଆଜି ଖୋଲିବ ଏଲଆଇସି ଆଇପିଓ

ସର୍ବସାଧାରଣଙ୍କ ପାଇଁ ଆଜି ଖୋଲିବ ଦେଶର ସବୁଠୁ ବଡ ଆଇପିଓ(IPO) । ଆଙ୍କର ନିବେଶକଙ୍କ ଠାରୁ ଆଇପିଓକୁ ମିଳୁଛି ଭଲ ରେସପନ୍ସ । ଅଧିକ ପଢନ୍ତୁ

LIC IPO: ଆଜି ଆସିବ ଏଲଆଇସି ଆଇପିଓ
LIC IPO: ଆଜି ଆସିବ ଏଲଆଇସି ଆଇପିଓ
author img

By

Published : May 4, 2022, 8:05 AM IST

ନୂଆଦିଲ୍ଲୀ: ଆଜି ଆସିବ ଦେଶର ସବୁଠୁ ବଡ ଆଇପିଓ(IPO) । ଭାରତୀୟ ଜୀବନ ବୀମା ନିଗରର ବମ୍ପର ପ୍ରାରମ୍ଭିକ ସର୍ବସାଧାରଣ ଅଫର(initial public offering) ଆଜି ଖୋଲିବ । ତେବେ IPO ପ୍ରତି ବଜାରରେ ରେସପନ୍ସ ଭଲ ରହିଛି । ଆଙ୍କର ନିବେଶକଙ୍କ ଠାରୁ ଭଲ ରେସପନ୍ସ ମିଳୁଛି । ଆଜି ସର୍ବସାଧାରଣଙ୍କ ପାଇଁ ଆଇପିଓ ଖୋଲୁଥିଲେ ହେଁ ସୋମବାର ଠାରୁ ଆଙ୍କର ନିବେଶକ(anchor investors)ଙ୍କ ପାଇଁ ଆଇପିଓ ଖୋଲି ସାରିଛି । ଆଙ୍କର ନିବେଶକଙ୍କ ଲାଗି ସଂରକ୍ଷିତ ଥିବା ୫,୬୨୦ କୋଟି ଟଙ୍କା ମୂଲ୍ୟର ସମସ୍ତ ସେୟାର ସବ୍‌ସ୍କ୍ରିପସନ ହୋଇଯାଇଛି । ଏହି ନିବେଶକ ଏଲଆଇସି ଇସ୍ୟୁ ପ୍ରାଇସର ଅପର ଲିମିଟ ଅର୍ଥାତ୍ ସେୟାର ପିଛା ୯୪୯ ଟଙ୍କା ମୂଲ୍ୟରେ ୫,୯୨,୯୬,୮୫୩ ଇକ୍ବିଟି ସେୟାର କିଣିଛନ୍ତି ।

ଏଲଆଇସିର ଆଙ୍କର ନିବେଶକ ମଧ୍ୟରେ ଆଇସିଆଇସିଆଇ ପ୍ରୁଡେନସିଆଲ(ICICI Prudential), ଏସବିଆଇ ଇକ୍ବିଟି ହାଇବ୍ରିଡ ଫଣ୍ଡ(SBI Equity Hybrid Fund), ଏସବିଆଇ ବ୍ଲୁ ଚିଫ୍ ଫଣ୍ଡ(SBI Blue Chip Fund), ଏଚଡିଏଫସି ହାଇବ୍ରିଡ ଇକ୍ବିଟି ଫଣ୍ଡ(HDFC Hybrid equity Fund), ଆଦିତ୍ୟ ବିର୍ଲା ସନ ଲାଇଫ୍(Aditya Birla Sun Life), ଏକ୍ସିସ୍ ମ୍ୟୁଚୁଆଲ ଫଣ୍ଡ(Axis Mutual Fund), ଏଚସିଏଲ କର୍ପୋରେସନ(HCL Corporation), ଏସବିଆଇ ଫ୍କେକ୍ସି କ୍ୟାପ ଫଣ୍ଡ(SBI flexi cap Fund), ନିପ୍ପୋନ ଲାଇଫ୍(Nippon Life), କୋଟକ ମହିନ୍ଦ୍ରା ଲାଇଫ୍ ଇନସ୍ୟୁରାନ୍ସ(Kotak Mahindra Life Insurance) ପ୍ରମୁଖ ନାମ ସାମିଲ ରହିଛି ।

LICର ଆଇପିଓ ବନ୍ଦ ହେବାର ଗୋଟିଏ ସପ୍ତାହ ପରେ ଏହା ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ(LIC to list on stock exchanges) । ମେ ୧୭ରେ LIC ତାଲିକାଭୁକ୍ତ ହେବା ନେଇ ସୂଚନା ମିଳିଛି । ଭାରତ ସରକାର ଭାରତୀୟ ଜୀବନ ବୀମା ନିଗମ( LIC)ର ୨୨.୩ କୋଟିରୁ ଅଧିକ ସେୟାର 902-949 ଟଙ୍କାର ପ୍ରାଇସ ବ୍ୟାଣ୍ଡରେ ବିକ୍ରି କରୁଛନ୍ତି । ମେ ୯ ତାରିଖରେ ଏହି ଆଇପିଓ ବନ୍ଦ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.