ETV Bharat / business

Budget 2023: କେଉଁଠୁ ଆସିବ ଅର୍ଥ ? ଜାଣନ୍ତୁ ସରକାରଙ୍କ ଏକ ଟଙ୍କିଆ ଗଣିତ

author img

By

Published : Jan 30, 2023, 2:21 PM IST

ଫେବୃୟାରୀ ୧ରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଜାଣନ୍ତୁ ବଜେଟରେ ବ୍ୟୟବରାଦ ପାଇଁ ଅର୍ଥ ଆସିବ କେଉଁଠୁ

Budget 2023
Budget 2023

ନୂଆଦିଲ୍ଲୀ: ଫେବୃୟାରୀ ୧ରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୩ରେ ଆର୍ଥିକ ମନ୍ଦାବସ୍ଥାର କଳାବାଦଲ ସମଗ୍ର ବିଶ୍ବକୁ ଘୋଟିବାର ଆଶଙ୍କା ରହିଛି । ଏପରି ସ୍ଥଳେ ଏବେ ସମସ୍ତଙ୍କ ନଜର ରହିଛି କେନ୍ଦ୍ର ବଜେଟ୍ ଉପରେ । ଦେଶର ପ୍ରତ୍ୟେକ ବର୍ଗର ଲୋକେ ବଜେଟକୁ ନେଇ ଆଶାବାଦୀ ଅଛନ୍ତି । ସାଧାରଣ ବ୍ୟକ୍ତିଟିଏ ହେଉ ଅବା ବଡ ବ୍ୟବସାୟୀ, ସମସ୍ତେ ଏବେ ବଜେଟ ଅପେକ୍ଷାରେ । ସେହିପରି ବଜେଟରେ ଟ୍ୟାକ୍ସ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ କିଛି ଉପହାର ମିଳିପାରେ ବୋଲି ଆଶା କରାଯାଉଛି । ଯେମିତିକି, ଆପଣ ଜାଣିଛନ୍ତି ବଜେଟ ହେଉଛି ସରକାରଙ୍କ ଆୟ ବ୍ୟୟର ତାଲିକା । ହେଲେ ସରକାର କେଉଁଠୁ ଆୟ କରନ୍ତି ଅଥବା ବଜେଟ ପାଇଁ ଅର୍ଥ କେଉଁଠୁ ଆସେ, ତାହା ଜାଣନ୍ତି କି ?

ଗୋଟିଏ ଆର୍ଥିକ ବର୍ଷରେ ସରକାର କେଉଁଠୁ ଆୟ କରିବେ ଓ କେଉଁଠି ବ୍ୟୟ ହେବ ତାହା ବଜେଟରେ ଉଲ୍ଲେଖ ଥାଏ । ୨୦୨୨ ବଜେଟ ଡକ୍ୟୁମେଣ୍ଟ ଆଧାରରେ ଭାରତର ୧ ଟଙ୍କିଆ ଆୟର ଏକ ବୃହତ୍ ଭାଗ ଋଣ ଓ ଅନ୍ୟାନ୍ୟ ଦେୟ ବ୍ୟତୀତ ଆୟକର, ଦ୍ରବ୍ୟ ଓ ସେବା କର, କର୍ପୋରେଟ ଟ୍ୟାକ୍ସ ଏବଂ ଆୟକରରୁ ମିଳିଥାଏ । ସେହିପରି ରାଜ୍ୟମାନଙ୍କୁ ଅନୁଦାନ, ସବସିଡି ପ୍ରଦାନ, ପେନସନ ଅର୍ଥ ପ୍ରଦାନ ଓ ପ୍ରତିରକ୍ଷା ବାବଦରେ ସରକାର ବ୍ୟୟ କରିଥାନ୍ତି । ଯଦି ଦେଶର ଆୟକୁ ୧ ଟଙ୍କା ଧରାଯାଏ, ତେବେ ଏହି ଆୟର ଉତ୍ସ ହେଉଛି-

ଋଣ ଓ ଅନ୍ୟାନ୍ୟ ଦେୟ- ୧୫ ପଇସା, ଦ୍ରବ୍ୟ ଓ ସେବା କର- ୧୬ ପଇସା, କର୍ପୋରେଟ ଟ୍ୟାକ୍ସ - ୧୫ ପଇସା, ଆୟକର - ୧୫ ପଇସା, କେନ୍ଦ୍ରୀୟ ଅବକାରୀ ଟିକସ- ୭ ପଇସା, କଷ୍ଟମ ଡ୍ୟୁଟି- ୫ ପଇସା, ଅଣଟିକସ ରାଜସ୍ବ- ୫ ପଇସା, ଅଣ ଋଣ ପୁଞ୍ଜି ରସିଦ୍- ୨ ପଇସା

ସରକାରଙ୍କ ମୋଟ ଆୟ ଓ ବ୍ୟୟ ମଧ୍ୟରେ ଥିବା ଅନ୍ତରକୁ ଆର୍ଥିକ ନିଅଣ୍ଟ କୁହାଯାଏ । ଅର୍ଥାତ୍ ସରକାର କେତେ ଆୟ କରିଛନ୍ତି ଓ କେତେ ଖର୍ଚ୍ଚ ହୋଇଛି ତାହା ମଧ୍ୟରେ ଥିବା ବ୍ୟବଧାନ ହିଁ ଆର୍ଥିକ ନିଅଣ୍ଟ ବା Fisical Deficit । ଏହା ସରକାରଙ୍କ ଦ୍ବାରା ହୋଇଥିବା ଋଣକୁ ଦର୍ଶାଇଥାଏ । ଆୟ ଓ ବ୍ୟୟ ମଧ୍ୟରେ ଅନ୍ତରକୁ ଦୂର କରିବାକୁ ସରକାର କରଜ ନେଇଥାନ୍ତି । ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ବଜେଟ ଆକାର ୩୯,୪୪,୧୫୭ କୋଟି ହେବ ବୋଲି ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.