ନୂଆ ଦିଲ୍ଲୀ: ଭାରତ ତଥା ଭାରତ ବାହାରେ ବ୍ଲାକ ଫ୍ରାଇଡେ(Black friday)କୁ ନେଇ ଲୋକଙ୍କ ମନରେ ଉତ୍ସାହ ରହିଛି । ବ୍ଲାକ୍ ଫ୍ରାଇଡେ(Black friday) ଏକ ପ୍ରକାର ସେଲ୍ । ଯେଉଁଥିରେ ନାମୀ ଦାମୀ ବ୍ରାଣ୍ଡ ଆକର୍ଷଣୀୟ ଅଫର ସାଙ୍ଗକୁ ଡିସ୍କାଉଣ୍ଟ ଦେଇଥାନ୍ତି । ବ୍ଲାକ ଫ୍ରାଇଡେ(Black friday) ଆସୁଥିବାରୁ ଏହାହିଁ ଜାଣିବା ପାଇଁ ସଠିକ ସମୟରେ ଆପଣ ଏଇ ସିଜିନରେ କଣ କଣ ଶସ୍ତାରେ ପାଇ ପାରିବେ । ତେବେ ଜାଣନ୍ତୁ Netflix ଓ ଟପ୍ଫ୍ଲିକ୍ସ ଆପଣଙ୍କ ପାଇଁ କଣ ଅଫର୍ ଆଣିଛନ୍ତି ।
ତେବେ ଜାଣନ୍ତୁ Netflix ଏବର୍ଷ ବ୍ଲାକ ଫ୍ରାଇଡେ(Black friday)ରେ କଣ ଅଫର ଦେଉଛି । କିନ୍ତୁ ଯେଉଁମାନେ Netflixର ଶସ୍ତା ସବ୍ସିପ୍ଶନ ନେବା ଆଶାରେ ଅଛନ୍ତି ସେମାନେ ନିରାଶ ହୋଇପାରନ୍ତି । Netflixର ଶତ୍ରୁ କମ୍ପାନୀ ଡିଜନୀ+, ହୁଲୁ, ପାରାମଉଣ୍ଟ+ ଏବଂ ମ୍ୟାକ୍ସ ଆଦି ଆସନ୍ତା କିଛି ଦିନ ପାଇଁ ସବ୍ସ୍କ୍ରିପ୍ସନ୍ରେ ବହୁ ମାତ୍ରାରେ ଡିସ୍କାଉଣ୍ଟ ଦେବେ । କିନ୍ତୁ ଓଟିଟି ପ୍ଲାଟଫର୍ମ ଏହି ନିୟମକୁ ପାଳନ କରୁନାହିଁ । ଏହାର ଅର୍ଥ 2023ରେ ସବ୍ସ୍କ୍ରିପ୍ସନ୍ରେ କୌଣସି ପ୍ରକାର ଡିସ୍କାଉଣ୍ଟ୍ ମିଳିବ ନାହିଁ ।
ଏହା ମଧ୍ୟ ପଢ଼ନ୍ତୁ....ବିବାହ ଋତୁରେ ଆକାଶ ଛୁଆଁ ସୁନା ଦର
Netflix, ବ୍ଲାକ ଫ୍ରାଇଡେ(Black friday)କୁ ଅପେକ୍ଷା କରିଥିବା ଗ୍ରାହକଙ୍କ ପାଇଁ ସଠିକ୍ ଓଟିଟି ପ୍ଲାଟଫର୍ମ । ତେବେ ଏହି ବ୍ଲାକ ଫ୍ରାଇଡେ(Black friday) ସେଲ୍ରେ Netflixର ସବସ୍କ୍ରାଇବରଙ୍କ ପାଇଁ କୌଣସି ପ୍ରକାରର ଡିସ୍କାଉଣ୍ଟ ରହିବ ନାହିଁ । କିନ୍ତୁ Netflix ଷ୍ଟୋରରୁ ଆପଣ ଜିନିଷ ଡିସ୍କାଉଣ୍ଟର ସହ କିଣି ପାରିବେ । ଆସନ୍ତା କିଛି ଦିନ ପାଇଁ Netflix 30 ପ୍ରତିଶତ ଓ କିଛି ବସ୍ତୁ ଉପରେ 60 ପ୍ରତିଶତ ପର୍ଯ୍ୟନ୍ତ ଡିସ୍କାଉଣ୍ଟ ରହିବ ।
ତେବେ Netflix ଦେଉଥିବା କିଛି ଆକର୍ଷଣୀୟ ଅଫର
-ମନୋପୋଲି - ନେଟଫ୍ଲିକ୍ସ ଷ୍ଟିଜଂର ଥିଙ୍ଗସ୍ ଭର୍ସନ ଉପରେ 27.99ରୁ 10.08 ଡଲାର ପର୍ଯ୍ୟନ୍ତ ଡିସ୍କାଉଣ୍ଟ
- 50 ଡଲାରର ସମସ୍ତ ଷ୍ଟିଜଂର ଥିଙ୍ଗସ୍ ହୁଡିଜ 35 ଡଲାରରେ ମିଳିବ
- 50 ଡଲାରର ସମସ୍ତ କ୍ଲିନ୍ ଚାର୍ଲେଟ ଥ୍ରୀଡି ଉପହାର 35 ଡଲାରରେ ମିଳିବ
- 75 ଡଲାରର ସମସ୍ତ ବ୍ରିଜର୍ଟନ/ ମକଟେଲ ସେଟ୍ 52.20 ଡଲାରରେ ମିଳିବ
-120 ଡଲାରର ସମସ୍ତ ଲେକୋଷ୍ଟେ ପୋଲେ 84 ଡଲାରରେ ମିଳିବ
ଏହା ମଧ୍ୟରେ ବଲର୍ମାଟ ନେଟଫ୍ଲିକ୍ସ ହବ କୋକୋମେଲନ, ଷ୍ଟଜର ଥିଙ୍କସ, ଦ ବିଚର, ଗେବିଜ ଡାଲହାଉନ, କୋବରା କାଇ, କର୍ମାଜ ବଲ୍ଡେ ଆଦିରେ ମଧ୍ୟ ଡିସ୍କାଉଣ୍ଟ ରହିଛି ।