ETV Bharat / business

ବେଙ୍ଗାଲୁରୁରେ ବନ୍ଦ ହେବ ଓଲା, ଉବେର ଓ ରାପିଡୋର ଅଟୋ ସେବା - ଓଲା ନ୍ୟୁଜ

ବେଙ୍ଗାଲୁରୁରେ ବନ୍ଦ ହେବ ଓଲା, ଉବେର ଓ ରାପିଡୋର ଅଟୋ ସେବା । ତିନି ଦିନ ଭିତରେ ବନ୍ଦ କରିବାକୁ ନୋଟିସ ଜାରି କଲା ପରିବହନ ବିଭାଗ । ଅଧିକ ପଢନ୍ତୁ

କର୍ଣ୍ଣାଟକରେ ବନ୍ଦ ହେବ ଓଲା, ଉବେର ଓ ରାପିଡୋର ଅଟୋ ସେବା

author img

By

Published : Oct 8, 2022, 11:03 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଓଲା, ଉବେର ଓ ରାପିଡୋ କମ୍ପାନୀକୁ ବଡ ଝଟ୍‌କା । ଆପ୍ ଆଧାରିତ ସେବା ଯୋଗାଉଥିବା ଏହି କମ୍ପାନୀ ଗୁଡିକରୁ ହଟିବ ଅଟୋ ସେବା । ଆସନ୍ତା ତିନି ଦିନ ମଧ୍ୟରେ ବେଙ୍ଗାଲୁରୁରେ ଓଲା, ଉବେର ଓ ରାପିଡୋର ଅଟୋରିସ୍କା ସେବା ବନ୍ଦ କରିବାକୁ କ୍ୟାବ୍ ଏଗ୍ରିଗେଟରମାନଙ୍କୁ ନୋଟିସ ଜାରି ହୋଇଛି । ଏହି କମ୍ପାନୀ ଗୁଡିକୁ ଯାତ୍ରୀଙ୍କ ଠାରୁ ଅଧିକ ଭଡା ଆଦାୟ କରୁଥିବା ଅଭିଯୋଗରେ କର୍ଣ୍ଣାଟକ ପରିବହନ ବିଭାଗ ଏହି ନୋଟିସ୍ କରିଛି(Karnataka Directs Uber, Ola And Others To Stop Autorickshaw Services) ।

ନିୟମ ଅନୁସାରେ, ପ୍ରଥମ ଦୁଇ କିଲୋମିଟର ଯାତ୍ରା ପାଇଁ ୩୦ ଟଙ୍କା ଓ ତା ପରେ ପ୍ରତି କିମିକୁ ୧୫ ଟଙ୍କା ହିସାବରେ ଭଡା ନେବାର ନିୟମ ରହିଛି । ହେଲେ ଏହି ଅଟୋ ସେବା ଯୋଗାଉଥିବା କମ୍ପାନୀଗୁଡିକ ନିୟମର ଉଲ୍ଲଂଘନ କରି ଯାତ୍ରୀଙ୍କୁ ଠାରୁ ଅଧିକ ଟଙ୍କା ନେଉଛନ୍ତି । ଓଲା, ଉବେର ଓ ରାପିଡୋ ଦୁଇ କିଲୋମିଟରରୁ କମ୍ ଦୂରତା ପାଇଁ ୧୦୦ ଟଙ୍କା ଭଡା ଚାର୍ଜ କରୁଥିବା ଅନେକ ଯାତ୍ରୀ ପରିବହନ ବିଭାଗ ନିକଟରେ ଅଭିଯୋଗ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଗୁଜୁରାଟ ଉପକୂଳରୁ 350 କୋଟିର ହେରୋଇନ ଜବତ, 6 ପାକିସ୍ତାନୀ ଗିରଫ

ପରିବହନ କମିଶନର ଟିଏଚଏମ କୁମାରଙ୍କ ଅନୁସାରେ, ରାଜ୍ୟର ଅନ ଡିମାଣ୍ଡ ପରିବହନ ପ୍ରାଦୌଗିକ ଏଗ୍ରିଗେଟର ନିୟମ ଏହି କମ୍ପାନୀଗୁଡିକୁ ଅଟୋରିସ୍କା ସେବା ଯୋଗାଇବାକୁ ଅନୁମତି ଦିଏ ନାହିଁ । କାରଣ ଏହା କେବଳ ଟ୍ୟାକ୍ସି ଯାଏଁ ସୀମିତ ଅଟେ । ଏଗ୍ରିଗେଟର ସରକାରୀ ନିୟମର ଉଲ୍ଲଙ୍ଘନ କରି ଅଟୋରିକ୍ସାକୁ ନିଜ ଆପ୍‌ରେ ସାମିଲ କରିଛନ୍ତି । ଏହାସହିତ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଦରରୁ ଅଧିକ ଟଙ୍କା ନେଉଛନ୍ତି । ତେଣୁ ତିନି ଦିନ ମଧ୍ୟରେ ନିଜ ଆପ୍‌ରୁ ଅଟୋରିକ୍ସା ରାଇଡ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତୀତ ସରକାରଙ୍କ ଦ୍ବାରା ଧାର୍ଯ୍ୟ ରାଶିରୁ ଅଧିକ ଭଡା ଆଦାୟ ନ କରିବାକୁ କୁହାଯାଇଛି । ନିୟମ ଉଲ୍ଲଙ୍ଘନ କରି କେହି ଅଧିକ ଭଡା ନେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.