ETV Bharat / business

ଗୌତମ ଆଦାନୀଙ୍କ ପୁଅ ହେଲେ ଆଦାନୀ ପୋର୍ଟର ନୂଆ ଏମଡି

author img

By ETV Bharat Odisha Team

Published : Jan 5, 2024, 7:16 AM IST

Adani Ports and SEZ New MD Karan Adani: ଭାରତର ପ୍ରମୁଖ ଧନୀ ତଥା ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀଙ୍କ ପୁଅ କରଣ ଆଦାନୀ ହେଲେ ଆଦାନୀ ପୋର୍ଟସର ମ୍ୟାନେଜିଙ୍ଗ ଡାଇରେକ୍ଟର । ପୂର୍ବରୁ କରଣ ଆଦାନୀ କମ୍ପାନୀର ସିଇଓ ରୂପେ ଥିଲେ କାର୍ଯ୍ୟରତ । ଅଧିକ ପଢନ୍ତୁ

ଗୌତମ ଆଦାନୀଙ୍କ ପୁଅ ହେଲେ ଆଦାନୀ ପୋର୍ଟର ନୂଆ ଏମଡି
ଗୌତମ ଆଦାନୀଙ୍କ ପୁଅ ହେଲେ ଆଦାନୀ ପୋର୍ଟର ନୂଆ ଏମଡି

ନୂଆଦିଲ୍ଲୀ: ଭାରତର ପ୍ରମୁଖ ଧନୀ ବିଜନେସମ୍ୟାନ ଗୌତମ ଆଦାନୀଙ୍କ ପୁଅ କରଣ ଆଦାନୀ 'ଆଦାନୀ ପୋର୍ଟସ ଆଣ୍ଡ ସ୍ପେସିଆଲ ଇକୋନୋମିକ ଜୋନ'ର(APSEZ) ମ୍ୟାନେଜିଙ୍ଗ ଡାଇରେକ୍ଟର ହୋଇଛନ୍ତି । ଏହା ପୂର୍ବରୁ କରଣ କମ୍ପାନୀର ସିଇଓ ରୂପେ କାର୍ଯ୍ୟରତ ଥିଲେ । ଫୋର୍ବସ ଅନୁସାରେ, ପୂର୍ବରୁ ଏହି ଏମଡି ପଦ ଗୌତମ ଆଦାନୀଙ୍କ ପାଖେ ଥିଲା । ଏହା ବ୍ୟତୀତ କରଣ ଆଦାନୀ ଗତ ସେପ୍ଟେମ୍ବର ୨୦୨୨ ଠାରୁ ସିମେଣ୍ଟ ନିର୍ମାଣ କମ୍ପାନୀ ଏସିସିର ନିର୍ଦ୍ଦେଶକ ପଦ ସମ୍ଭାଳୁଛନ୍ତି । ଲ ଫାର୍ମ ସିରିଲ ଅମର ଚନ୍ଦ ମଙ୍ଗଲଦାସର ମ୍ୟାନେଜିଙ୍ଗ ପାର୍ଟନର ସିରିଲ ସ୍ରଫଙ୍କ ଝିଅ ପରିଧି ସ୍ରଫ କରଣ ଆଦାନୀଙ୍କ ପତ୍ନୀ ଅଟନ୍ତି । ଉଭୟଙ୍କର ଗୋଟିଏ କନ୍ୟା ସନ୍ତାନ ମଧ୍ୟ ଅଛି ।

ସୂଚନାଯୋଗ୍ୟ ଯେ, କରଣ ଆମେରିକାରେ ପରଡ୍ୟୁ ୟୁନିଭର୍ସିଟିରେ ଅର୍ଥନୀତିରେ ଡିଗ୍ରୀ ହାସଲ କରିଛନ୍ତି । ଏହାପରେ ସେ ୨୦୦୯ ମସିହାରେ ମୁନ୍ଦ୍ରା ପୋର୍ଟରେ ଆଦାନୀ ଗ୍ରୁପ ସହିତ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ୨୦୧୬ରେ ସେ କମ୍ପାନୀର ସିଇଓ ଭାବେ ଦାୟିତ୍ବଭାର ନେଇଥିଲେ । ନିଜର ପାଠପଢା ସାରିବା ପରେ ସେ ଆଦାନୀ ଗ୍ରୁପର ଫାଇନାନ୍ସ, ମାର୍କେଟିଙ୍ଗ ଏବଂ ଅପରେସନ ସହିତ ବିଭିନ୍ନ ବିଭାଗରେ କାମ କରିସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ନାନା ବାଧା ସତ୍ତ୍ବେ ଝୁଙ୍କିଲାନି ଆଦାନୀ ଗ୍ରୁପ, ଶୀର୍ଷରେ ରହି ଶେଷ କରିବ 2023

APSEZରେ ସିଇଓ ଭାବେ ସେ କମ୍ପାନୀର ପରିଚାଳନା ଓ ବ୍ୟବସାୟକୁ ଘରୋଇ ଏବଂ ଅନ୍ତର୍ଜାତୀୟ ସ୍ତରରେ ବିସ୍ତାରିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ତାଙ୍କ ନେତୃତ୍ବରେ ନୂଆ ପୋର୍ଟ ଓ ଟର୍ମିନାଲଗୁଡିକୁ ବିକଶିତ କରିବା ସହିତ ସେ ବର୍ତ୍ତମାନର ବନ୍ଦରଗୁଡିକର ଅଧିଗ୍ରହଣ ଓ ମ୍ୟାନେଜମେଣ୍ଟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଯାହାଫଳରେ ବିଶ୍ବ ସ୍ତରରେ ସବୁଠୁ ଦ୍ରୁତତର ବିକଶିତ ପୋର୍ଟ ଅପରେଟରମାନଙ୍କ ମଧ୍ୟରେ ଅନ୍ୟତମ APSEZର ଖ୍ୟାତି ରହିଛି ।

ଆଦାନୀ ପୋର୍ଟସ ଛଡା କରଣ ଆଦାନୀ ଅମ୍ବୁଜା ସିମେଣ୍ଟସ ପାଇଁ ଏକ ଅଣ-କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରିଛନ୍ତି । ଏତଦ୍ ବ୍ୟତୀତ ଆଦାନୀ ଗ୍ରୁପର ଏୟାରପୋର୍ଟ ପ୍ରୋଜେକ୍ଟର ପ୍ରୋଜେକ୍ଟ ମ୍ୟାନେଜମେଣ୍ଟର ମଧ୍ୟ ନେତୃତ୍ବ ନେଇଛନ୍ତି । କରଣ ଆଦାନୀଙ୍କ ଆନୁମାନିକ ମୋଟ ସମ୍ପତ୍ତି ପ୍ରାୟ ୧.୨ ବିଲିୟନ ଡଲାର ଅଟେ । ଫୋର୍ବସ ଅନୁସାରେ ୨୦୨୩ରେ ତାଙ୍କ ପିତା ଗୌତମ ଆଦାନୀ ୪୭ ବିଲିୟନ ଡଲାର ମୋଟ ସମ୍ପତ୍ତି ସହିତ ଭାରତର ଦ୍ବିତୀୟ ଧନୀ ବ୍ୟକ୍ତି ଅଟନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.