ETV Bharat / business

ଜିଓର ଧମାକାଦାର ଅଫର, ଆରମ୍ଭ କଲା ପ୍ରିପେଡ ପ୍ଲାନ ସହ ସ୍ବିଗି ୱାନ ଲାଇଟ ସବସ୍କ୍ରିପସନ - ସ୍ବିଗି ୱାନ ଲାଇଟ ସବସ୍କ୍ରିପସନ

ଦୀପାବଳୀ ଅବସରରେ ପ୍ରତ୍ୟେକ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ବିଭିନ୍ନ ପ୍ରକାରର ରିହାତି ପ୍ରଦାନ କରୁଛନ୍ତି । ଏହି ସମୟରେ ଟେଲିକମ କମ୍ପାନୀ ଜିଓ ( JIO) ଏହାର ଦୀପାବଳି ପ୍ରମୋସନ ଭାବରେ ପ୍ରିପେଡ ପ୍ଲାନ ଉପରେ ସ୍ବିଗି ୱାନ ଲାଇଟ ସବସ୍କ୍ରିପସନ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

swiggy one lite subscription
swiggy one lite subscription
author img

By ETV Bharat Odisha Team

Published : Nov 8, 2023, 5:57 PM IST

ନୂଆଦିଲ୍ଲୀ: ଆଗକୁ ଆସୁଛି ଦୀପାବଳି । ଦୀପାବଳୀକୁ ଆଉ ଦିନ କେଇଟା ବାକି ଥିବା ବେଳେ ଗ୍ରାହକମାନେ ଜୋରଦାର ସପିଂ କରୁଛନ୍ତି । ଏନେଇ ଦୀପାବଳୀ ଅବସରରେ ପ୍ରତ୍ୟେକ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ବିଭିନ୍ନ ପ୍ରକାରର ରିହାତି ପ୍ରଦାନ କରୁଛନ୍ତି । କମ୍ପାନୀଗୁଡିକ କ୍ରୟ ଉପରେ ରିହାତି ଠାରୁ ଆରମ୍ଭ କରି ଅନେକ ପ୍ରକାରର ଅଫର୍ ମଧ୍ୟ ଦେଉଛନ୍ତି । ଏହି ସମୟରେ ଟେଲିକମ କମ୍ପାନୀ ଜିଓ ( JIO) ଏହାର ଦୀପାବଳି ପ୍ରମୋସନ ଭାବରେ ପ୍ରିପେଡ ପ୍ଲାନ ଉପରେ ସ୍ବିଗି ୱାନ ଲାଇଟ ସବସ୍କ୍ରିପସନ ଆରମ୍ଭ କରିଛି । ଏହା ଅଧିନରେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲିଏନ୍ସ ଜିଓ ଦୀପାବଳି ଅବସରରେ "ଖାଦ୍ୟ ବିତରଣ ସବସ୍କ୍ରିପସନ" ପାଇଁ ସ୍ବିଗି ସହ କାମ କରୁଛି ।

ଫେଷ୍ଟିବ ପ୍ରିପେଡ ପ୍ଲାନ କଣ ?

ଟେଲିକମ୍ କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଜିଓ ବ୍ୟବହାରକାରୀମାନେ ନୂତନ ଜିଓ-ସ୍ବିଗି ଫେଷ୍ଟିଭ୍ ପ୍ରିପେଡ୍ ପ୍ଲାନ ସହ ରିଚାର୍ଜ କରିବା ଉପରେ 3 ମାସର ସ୍ବିଗି ୱାନ୍ ଲାଇଟ ସବସ୍କ୍ରିପସନ୍ ପାଇପାରିବେ । କମ୍ପାନୀ ଏହା ମଧ୍ୟ କହିଛି ଯେ, ପାରବଣ ଋତୁରେ ଅଫର ଭାବରେ ଜିଓ-ସ୍ବିଗି ବଣ୍ଡଲ ପ୍ଲାନ ରିଚାର୍ଜ କରିବା ଉପଭୋକ୍ତାମାନଙ୍କୁ ସେମାନଙ୍କ ଆଇ ଜିଓ ( MyJio) ଆକାଉଣ୍ଟରେ 50 ଟଙ୍କା କ୍ୟାସବ୍ୟାକ ପାଇବେ । ଏହି ନୂତନ ପ୍ରିପେଡ ପ୍ଲାନ ରିଚାର୍ଜର ମୂଲ୍ୟ 866 ଟଙ୍କା ରହିଛି ।

ଏହି ରିଚାର୍ଜ ସହିତ ଜିଓ ପ୍ରିପେଡ୍ ଗ୍ରାହକମାନେ ଖାଦ୍ୟ, ଗ୍ରୋସରୀ ଏବଂ ଅନ୍ୟାନ୍ୟ ବର୍ଗରେ ସ୍ବିଗିର ଅନ-ଡିମାଣ୍ଡ ଫ୍ରି ଡେଲିଭରୀ ସୁବିଧା ମଧ୍ୟ ପାଇ ପାରିବେ । ତେବେ ଜିଓ-ସ୍ବିଗି ବଣ୍ଡଲ ପ୍ଲାନ ସହ ଗ୍ରହକମାନେ 84 ଦିନ ଅବଧି ପାଇଁ ଦୈନିକ 2 ଜିବି ଡାଟା, ଅସୀମିତ ଭଏସ କଲ ( unlimited voice) ଏବଂ ଅସୀମିତ 5 ଜିବିର ଡାଟା ମଧ୍ୟ ପାଇ ପାରିବେ । ଏହା ବ୍ୟତୀତ ଗ୍ରାହକମାନେ 3 ମାସ ପର୍ଯ୍ୟନ୍ତ ସ୍ବିଗି ୱାନ ଲାଇଟ ସବସ୍କ୍ରିପସନ ମଧ୍ୟ ପାଇପାରିବେ ଯେଉଁଥିରେ 600 ଟଙ୍କାର ଲାଭ ଅନ୍ତର୍ଭୁକ୍ତ ।

ଏହା ମଧ୍ୟ ପଢ଼ନ୍ତୁ.......ପାର୍ବଣ ଋତୁରେ କରନ୍ତୁ ସପିଂ, ଏହି ବ୍ୟାଙ୍କ ଦେଉଛନ୍ତି ଦମଦାର ରିହାତି ଅଫର

ତେବେ ଏହି ପ୍ଲାନ ଅନୁଯାୟୀ, 149 ଟଙ୍କାରୁ ଅଧିକ ଟଙ୍କାର ଖାଦ୍ୟ ଅର୍ଡର ଉପରେ 10 ଟି ମାଗଣା ହୋମ ଡେଲିଭରୀର ସୁବିଧା ମଧ୍ୟ ଉପସବ୍ଧ ହେବ । ସେହିପରି 199 ଟଙ୍କାରୁ ଅଧିକ ଇନଷ୍ଟାମାର୍ଟ ଅର୍ଡର ଉପରେ ମଧ୍ୟ 10 ଟି ଫ୍ରୀ ହୋମ ଡେଲିଭରୀର ସୁବିଧା ରହିବ । ଖାଦ୍ୟ ଏବଂ ଇନଷ୍ଟାମାର୍ଟ ଅର୍ଡର ଉପରେ କୌଣସି ଦେୟ ଲାଗୁ ହେବ ନାହିଁ । ଏହା ସହିତ ନିୟମିତ ଅଫର ଉପରେ 20 ହଜାର ଖାଦ୍ୟ ବିତରଣ ରେଷ୍ଟୁରାଣ୍ଟରେ 30 ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ରିହାତି ଏବଂ 60 ଟଙ୍କାରୁ ଅଧିକ ଜିନି ବିରତଣ ( Genie Deliveries) ଉପରେ 10 ଟଙ୍କା ରିହାତି ପ୍ରଦାନ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.