ETV Bharat / business

ଇନଫୋସିସ ସହ 1.5 ବିଲିୟନ ଡଲାର ଚୁକ୍ତିନାମା ରଦ୍ଦ କଲା ବୈଶ୍ବିକ କମ୍ପାନୀ

author img

By ETV Bharat Odisha Team

Published : Dec 25, 2023, 6:27 AM IST

Global Company Cancels Infosys Billion Dollar Deal : ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ସେବା ପ୍ରଦାନକାରୀ ଇନଫୋସିସ୍ କହିଛି ଯେ, ଏକ ବୌଶ୍ବିକ କମ୍ପାନୀ ଇନଫୋସିସ୍‌ ସହିତ 1.5 ବିଲିୟନ ଡଲାର ମୂଲ୍ୟର ଏକ ବହୁ ବର୍ଷିୟ ଚୁକ୍ତିନାମା ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢ଼ନ୍ତୁ

infosys loses mega contract
infosys loses mega contract

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ସେବା ପ୍ରଦାନକାରୀ ଇନଫୋସିସ୍ କହିଛି ଯେ, ଏକ ବୌଶ୍ବିକ କମ୍ପାନୀ ଇନଫୋସିସ୍‌ ସହିତ 1.5 ବିଲିୟନ ଡଲାର ମୂଲ୍ୟର ଏକ ବହୁ ବର୍ଷିୟ ଚୁକ୍ତିନାମା ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଇନଫୋସିସ୍ ସେପ୍ଟେମ୍ବର 14 ତାରିଖରେ ଇନଫୋସିସ୍ ପ୍ଲାଟଫର୍ମ ଏବଂ AI (କୃତ୍ରିମ ବୁଦ୍ଧିମତା) ସାହାଯ୍ୟରେ ଆଧୁନିକୀକରଣ ଏବଂ ବ୍ୟବସାୟ ପରିଚାଳନା ସେବା ସହିତ ଉନ୍ନତ ଡିଜିଟାଲ ଅଭିଜ୍ଞତା ପ୍ରଦାନ କରିବା ନେଇ ଏକ ବୌଶ୍ବିକ କମ୍ପାନୀ ସହିତ ଏକ ଚୁକ୍ତିନାମା ଘୋଷଣା କରିଥିଲା ।

ଆଇଟି କମ୍ପାନୀ ଶନିବାର ଦିନ ଷ୍ଟକ୍‌ ମାର୍କେଟରେ କହିଛି ଯେ, ବୈଶ୍ୱିକ କମ୍ପାନୀ ବର୍ତ୍ତମାନ ଚୁକ୍ତିନାମା(ଏମଓୟୁ) ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏହାସହ ଉଭୟ ପକ୍ଷରୁ କରାଯାଇଥିବା ଚୁକ୍ତିନାମା ପାଳନ କରିବେ ନାହିଁ । ଆଇଟି କମ୍ପାନୀ କହିଛି ଯେ, ଏକ ବୈଶ୍ୱିକ ସ୍ତରୀୟ କମ୍ପାନୀ ସହିତ ଏମଓୟୁ ରହିବା ବିଷୟରେ ଦିଆଯାଇଥିବା ପ୍ରସଙ୍ଗରେ ସୂଚନା ଦିଆଯାଇଛି । ଇନଫୋସିସ୍ ପୂର୍ବରୁ କହିଥିଲା ​​ଯେ, କମ୍ପାନୀ ସହ ଏହି ଚୁକ୍ତି ମାଧ୍ୟମରେ ସମୁଦାୟ ଗ୍ରାହକ ଖର୍ଚ୍ଚ ପ୍ରାୟ 15 ବର୍ଷ ମଧ୍ୟରେ 1.5 ବିଲିୟନ ଡ଼ଲାର ହେବ ବୋଲି ଆଶା କରାଯାଉଛି । ଇନଫୋସିସ୍ ଏହା ମଧ୍ୟ କହଥିଲା ଯେ, ମାଷ୍ଟର ଚୁକ୍ତିନାମା କରୁଥିବା ପକ୍ଷଙ୍କ ଅଧୀନରେ ଚୁକ୍ତିରେ ହୋଇଥିବା କ୍ଷତି ଏକ ସମୟରେ ଆସିଥାଏ ଯେତେବେଳେ ବିଶ୍ୱ ଅନିଶ୍ଚିତତା ଏବଂ ମାକ୍ରୋ ହେଡୱିଣ୍ଡ୍‌ ସମଗ୍ର ବିଶ୍ୱରେ ଆଇଟି ଏବଂ ଟେକ୍ନୋଲୋଜି କମ୍ପାନୀଗୁଡ଼ିକୁ ଚ୍ୟାଲେଞ୍ଜ ଦେଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ.....ୱାର୍କ ଫ୍ରମ୍‌ ହୋମ ବନ୍ଦ କରିବ ଇନଫୋସିସ୍‌ ! କର୍ମଚାରୀଙ୍କୁ ସପ୍ତାହରେ 3ଦିନ ଆସୁବାକୁ ପଡ଼ିବ ଅଫିସ

ଏହା ମଧ୍ୟ ପଢ଼ନ୍ତୁ ......Infosys ବିରୋଧରେ ମାମଲା ରୁଜୁ, ଭାରତୀୟଙ୍କୁ ଚାକିରି ନଦେବାକୁ ଦେଇଥିଲା ନିର୍ଦ୍ଦେଶ

ତେବେ ଦେଶର ଦ୍ୱିତୀୟ ବୃହତ୍ତମ ଆଇଟି (IT) କମ୍ପାନୀ ଇନଫୋସିସ ପୂର୍ବରୁ ଖୁବଶୀଘ୍ର 3 ଦିନ ୱାର୍କ ଫ୍ରମ ଅଫିସ ବାଧ୍ୟତାମୂଳକ କରିବାକୁ ଯାଉଛି ବୋଲି ଜଣାଇଥିଲା । ନିୟମିତ ଅଫିସ୍ ରୁଟିନ୍ ପୁନଃସ୍ଥାପନ ପାଇଁ ମ୍ୟାନେଜମେଣ୍ଟ ପକ୍ଷରୁ ବାରମ୍ବାର କଲ ଆସିବା ପରେ 3 ଦିନ ୱାର୍କ ଫ୍ରମ ଅଫିସ ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶ ଆସିଥିଲା । ସପ୍ତାହରେ ଅତି କମରେ 3 ଦିନ ଅଫିସକୁ ଆସିବାକୁ ହେବ । ଏହା କର୍ମଚାରୀଙ୍କ ପାଇଁ ଖୁବଶୀଘ୍ର ବାଧ୍ୟତାମୂଳକ ହେବ ବୋଲି କମ୍ପାନୀ ଏକ ନୋଟିସ ଜାରି କର୍ମଚାରୀଙ୍କୁ ଜଣାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.