ETV Bharat / business

ୱାର୍କ ଫ୍ରମ୍‌ ହୋମ ବନ୍ଦ କରିବ ଇନଫୋସିସ୍‌ ! କର୍ମଚାରୀଙ୍କୁ ସପ୍ତାହରେ 3ଦିନ ଆସୁବାକୁ ପଡ଼ିବ ଅଫିସ

author img

By ETV Bharat Odisha Team

Published : Dec 12, 2023, 4:37 PM IST

Infosys is going to end work from home : ଇନଫୋସିସ୍ କର୍ମଚାରୀଙ୍କୁ ସପ୍ତାହରେ ଅତି କମରେ ତିନି ଦିନ ଆସିବାକୁ ପଡ଼ିବ ଅଫିସ । କମ୍ପାନୀ ଖୁବଶୀଘ୍ର 3 ଦିନ ୱାର୍କ ଫ୍ରମ ଅଫିସ ବାଧ୍ୟତାମୂଳକ କରିବାକୁ ଯାଉଛି । ଅଧିକ ପଢ଼ନ୍ତୁ

Infosys is going to end work from home
Infosys is going to end work from home

ବେଙ୍ଗାଲୁରୁ: ଇନଫୋସିସ୍ କର୍ମଚାରୀଙ୍କ ପାଇଁ ବଡ଼ ଖବର । କର୍ମଚାରୀଙ୍କୁ ଏବେ ସପ୍ତାହରେ ଅତି କମରେ ତିନି ଦିନ ଅଫିସକୁ ଆସିବା ବାଧ୍ୟତାମୂଳକ କରାଯାଇଛି । ଦେଶର ଦ୍ୱିତୀୟ ବୃହତ୍ତମ ଆଇଟି (IT) କମ୍ପାନୀ ଖୁବଶୀଘ୍ର 3 ଦିନ ୱାର୍କ ଫ୍ରମ ଅଫିସ ବାଧ୍ୟତାମୂଳକ କରିବାକୁ ଯାଉଛି । ନିୟମିତ ଅଫିସ୍ ରୁଟିନ୍ ପୁନଃସ୍ଥାପନ ପାଇଁ ମ୍ୟାନେଜମେଣ୍ଟ ପକ୍ଷରୁ ବାରମ୍ବାର କଲ ଆସିବା ପରେ 3 ଦିନ ୱାର୍କ ଫ୍ରମ ଅଫିସ ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁ ସ୍ଥିତ କମ୍ପାନୀର ମ୍ୟାନେଜମେଣ୍ଟ ପକ୍ଷରୁ ଏକ ଇମେଲରେ କୁହାଯାଇଛି ଯେ, ସପ୍ତାହରେ ଅତି କମରେ 3 ଦିନ ଅଫିସକୁ ଆସିବାକୁ ହେବ । ଏହା କର୍ମଚାରୀଙ୍କ ପାଇଁ ଖୁବଶୀଘ୍ର ବାଧ୍ୟତାମୂଳକ ହେବ ।

ସୂଚନା ଅନୁସାରେ, ଇନଫୋସିସ୍ ପୂର୍ବରୁ ପୂର୍ବରୁ ୱିପ୍ରୋ ଏବଂ ଟିସିଏସ୍ ୱାର୍କ ଫ୍ରମ ଅଫିସ ନୀୟମ ଲାଗୁ କରିଛନ୍ତି । ନିକଟରେ ୱିପ୍ରୋ କହିଥିଲା ଯେ, ପର୍ସନାଲ ସପୋର୍ଟ ଏବଂ ଇନୋବେସନରେ ଅଧିକ ଲାଭକୁ ସ୍ୱୀକୃତି ଦେଇ ଆମେ ବର୍ତ୍ତମାନ ଆମର ୱାର୍କ ପ୍ଲେସ ନୀତିର ବିକାଶରେ ପରବର୍ତ୍ତୀ ପଦକ୍ଷେପ ନେଉଛୁ । ସମସ୍ତ କର୍ମଚାରୀଙ୍କ ପାଇଁ 2023 ନଭେମ୍ବର 15 ତାରିଖ ଠାରୁ ସପ୍ତାହରେ ତିନି ଦିନ ଅଫିସରୁ କାର୍ଯ୍ୟ କରିବା ବାଧ୍ୟତାମୂଳକ ହୋଇଥିଲା । ସେପଟେ ଟିସିଏସ୍ କମ୍ପାନୀ ମଧ୍ୟ ଏହାର କର୍ମଚାରୀମାନଙ୍କୁ ସପ୍ତାହରେ ପାଞ୍ଚ ଦିନ ଅଫିସରେ କାମ କରିବାପ ପାଇଁ ନିର୍ଦ୍ଦେଶ ଦେଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.....Infosys ବିରୋଧରେ ମାମଲା ରୁଜୁ, ଭାରତୀୟଙ୍କୁ ଚାକିରି ନଦେବାକୁ ଦେଇଥିଲା ନିର୍ଦ୍ଦେଶ

ସୂଚନା ଥାଉ କି, ଇନଫୋସିସ୍ ମୁଖ୍ୟ ଅର୍ଥିକ ଅଧିକାରୀ (CFO) ନିଲାଞ୍ଜନ ରାୟ ତାଙ୍କ ପଦବୀ ଛାଡିବାକୁ ଯାଉଛନ୍ତି । ଏହାସହ ଆଇଟି ସେବା ପ୍ରମୁଖ ଇନଫୋସିସ୍ ଜୟଶ ସଙ୍ଘରାଜକାଙ୍କୁ ନୂତନ CFO (chief financial officer) ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି । 2024 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ନିଲାଞ୍ଜନ ରୟ କମ୍ପାନୀରେ କାର୍ଯ୍ୟ କରିବେ । ତାଙ୍କ ପରେ ଜୟଶ ସଙ୍ଘରାଜକା 2024 ଏପ୍ରିଲ 1 ରୁ ଏହି ପଦ ଗ୍ରହଣ କରିବେ । ଇନଫୋସିସ୍ ଏକ ବିବୃତ୍ତିରେ କହିଛି ଯେ, 2018 ରେ ଏହି ପଦରେ ନିଯୁକ୍ତ ହୋଇଥିବା ନିଲାଞ୍ଜନ ରୟ ନିଜର ବ୍ୟକ୍ତିଗତ ଆଗକୁ ଜୀବନରେ ଆଗକୁ ବଢ଼ିବା ପାଇଁ ଇନଫୋସିସ୍‌ର ଏହି ପଦରୁ ଇସ୍ଥଫା ଦେବାର ନିଷ୍ପତ୍ତି ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.