ETV Bharat / business

ସେପ୍ଟେମ୍ବର ଶେଷ ସୁଦ୍ଧା ଦରଦାମରୁ ବୃଦ୍ଧିରୁ ମିଳିପାରେ ଆଶ୍ବସ୍ତି - ଭାରତରେ ମୁଦ୍ରାସ୍ଫୀତି

ସେପ୍ଟେମ୍ବର ଶେଷ ସୁଦ୍ଧା ଦରଦାମ ବୃଦ୍ଧିରୁ ମିଳିପାରେ ଆଶ୍ବସ୍ତି । ଗଣମାଧ୍ୟମ ଆଗରେ କହିଲେ ଷ୍ଟେଟ୍ ବ୍ୟାଙ୍କ ଅଧ୍ୟକ୍ଷ ଦୀନେଶ ଖାରା । ଅଧିକ ପଢନ୍ତୁ

ସେପ୍ଟେମ୍ବର ଶେଷ ସୁଦ୍ଧା ଦରଦାମରୁ ମିଳିପାରେ ଆଶ୍ବସ୍ତି, କହିଲେ SBI ଅଧ୍ୟକ୍ଷ

author img

By

Published : Aug 17, 2022, 12:42 PM IST

ବେଙ୍ଗାଲୁରୁ: ଦେଶରେ ଦରଦାମ୍ ବୃଦ୍ଧି ମଧ୍ୟରେ ଆଉଟୁପାଉଟୁ ହେଉଛନ୍ତି ସାଧାରଣ ଲୋକ । ଇନ୍ଧନ ଠାରୁ ଆରମ୍ଭ ଖାଦ୍ୟସାମଗ୍ରୀ ମୂଲ୍ୟ ଆକାଶ ଛୁଆଁ ରହିଛି । ଏହା ବିଶେଷକରି ମଧ୍ୟବିତ୍ତ ଓ ଗରୀବ ଶ୍ରେଣୀଙ୍କୁ ଅଧିକ ପ୍ରଭାବିତ କରୁଛି । ମଧ୍ୟବିତ୍ତ ପରିବାରର ଲୋକେ ଖାଇବେ କ'ଣ ଓ ସଞ୍ଚିବେ କ'ଣ ସେନେଇ ଚିନ୍ତାରେ ପଡିଛନ୍ତି । ତେବେ ଆଗାମୀ ଦିନରେ ଖୁବଶୀଘ୍ର ଦରଦାମ୍‌ରୁ ମୁକ୍ତି ମିଳିବ । ସେପ୍ଟେମ୍ବର ଶେଷ ସୁଦ୍ଧା ଦେଶରେ ଉଚ୍ଚ ମୁଦ୍ରାସ୍ଫୀତି(Inflation)ରେ ସୁଧାର ଆସିପାରେ । ଷ୍ଟେଟ୍ ବ୍ୟାଙ୍କ ଅପ୍ ଇଣ୍ଡିଆର ଅଧ୍ୟକ୍ଷ ଦିନେଶ ଖାରା(SBI Chairman Dinesh Khara) ଗଣମାଧ୍ୟମକୁ ଏହା କହିଛନ୍ତି ।

SBI ଅଧ୍ୟକ୍ଷଙ୍କ କହିବା ମୁତାବକ, ''ମୁଦ୍ରାସ୍ଫୀତିର ପ୍ରମୁଖ କାରଣ ହେଉଛି ଅଶୋଧିତ ତୈଳ ଦର ବୃଦ୍ଧି । ଆଗାମୀ ଦିନରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବ । ଯୋଗାଣ ଶୃଙ୍ଖଳରେ ଦେଖାଦେଉଥିବା ସମସ୍ୟାଗୁଡିକୁ ଦୂର କରାଯାଉଛି । ଯାହାକି ଉଚ୍ଚ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ । ବର୍ତ୍ତମାନ ଦେଶରେ ମୁଦ୍ରାସ୍ଫୀତି ୬.୭% ପ୍ରତିଶତ ରହିଛି । ଯୋଗାଣ କ୍ଷେତ୍ରରେ ପ୍ରତିବନ୍ଧକଗୁଡିକୁ ଏଡାଇବା ପାଇଁ ଚେଷ୍ଟା ଚାଲିଛି । ତେଣୁ ଆସନ୍ତା ମାସ ଶେଷ ସୁଦ୍ଧା ସ୍ଥିତିରେ ଉନ୍ନତି ଆସିବ ବୋଲି ସମସ୍ତଙ୍କ ଆଶା ରହିଛି ।''

ଦିନେଶ ଖାରା ବେଙ୍ଗାଲୁରୁରେ ଷ୍ଟାଟ୍-ଅପ୍ ପାଇଁ ବ୍ୟାଙ୍କର ଷ୍ଟେଟ୍ ଅଫ୍ ଆର୍ଟ ଶାଖା ଲଞ୍ଚ କରିବା ଅବସରରେ ଗଣାମାଧ୍ୟମ ପ୍ରତିନିଧିଙ୍କ ସହ ମୁଦ୍ରାସ୍ଫୀତି ସମ୍ପର୍କରେ ଏହି ଆଲୋଚନା କରିଛନ୍ତି । ସେ ଆହୁରିମଧ୍ୟ କହିଛନ୍ତି ଯେ, ''ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ମୁଦ୍ରାସ୍ଫୀତି କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରେ । ସୁଧହାର ସମ୍ପର୍କରେ କୌଣସି ନିଷ୍ପତ୍ତି ନେବା ଆଗରୁ ଆରବିଆଇର ମୁଦ୍ରାନୀତି କମିଟି ବୈଠକ(MPC) ଅନେକଗୁଡିଏ ଦିଗକୁ ବିଚାରକୁ ନେଇଥାନ୍ତି । ତେଣୁ ପରବର୍ତ୍ତୀ MPC ବୈଠକରେ କ'ଣ ପଦକ୍ଷେପ ଗ୍ରହଣ କରାଯାଉଛି ତାହାକୁ ମଧ୍ୟ ଅପେକ୍ଷା କରିବାକୁ ହେବ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.