ETV Bharat / business

ୱିଣ୍ଡୋ ପାଖ ସିଟରେ ବସିବାକୁ ଦେବାକୁ ହେବ ଅଧିକ ଦେୟ, ଭଡ଼ା ଭଢ଼ାଇଲା ଇଣ୍ଡିଗୋ ଏୟାରଲାଇନ୍ସ

Indigo Airlines Increased Seat Selection Charges: ଭାରତର ସବୁଠାରୁ ବଡ଼ ଘରୋଇ ବିମାନ ସଂସ୍ଥା ଇଣ୍ଡିଗୋ ଏୟାରଲାଇନ୍ସ ଝରକା ପାଖ ସିଟ୍ ପାଇଁ ଦେୟ ବୃଦ୍ଧି କରିଛି । ଇଣ୍ଡିଗୋ ବିମାନରେ ଅଧିକ ଲେଗ ସ୍ପେସ ଥିବାସିଟ ପାଇଁ ଯାତ୍ରୀମାନଙ୍କୁ 2000 ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିବ ।

author img

By ETV Bharat Odisha Team

Published : Jan 9, 2024, 10:09 PM IST

ଭଡ଼ା ଭଢ଼ାଇଲା ଇଣ୍ଡିଗୋ ଏୟାରଲାଇନ୍ସ
ଭଡ଼ା ଭଢ଼ାଇଲା ଇଣ୍ଡିଗୋ ଏୟାରଲାଇନ୍ସ

ନୂଆଦିଲ୍ଲୀ: ବିମାନରେ ଯାତ୍ରା ସମୟରେ ସମସ୍ତେ ଝରକା ପାଖ ସିଟ୍‌ (ୱିଣ୍ଡୋ ସିଟ)ରେ ବସିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି । ଏଥିପାଇଁ ୱିଣ୍ଡୋ ପାଖ ସିଟର ବେସ ଚାହିଦା ଥାଏ । ଝରକା ପାଖ ସିଟରେ ବସି ବାହାର ଆକାଶକୁ ଦେଖିବାକୁ ଯାତ୍ରୀମାନେ ପସନ୍ଦ କରନ୍ତି । କିନ୍ତୁ ଏଥର ବିମାନରେ ଯାତ୍ରା କରିବା ସମୟରେ ୱିଣ୍ଡୋ ପାଖ ସିଟରେ ବସିବାକୁ ହେଲେ ଦେବାକୁ ପଡ଼ିବ ଅଧିକ ଦେୟ । ଦେଶର ସବୁଠାରୁ ବଡ଼ ଘରୋଇ ବିମାନ ସଂସ୍ଥା ଇଣ୍ଡିଗୋ ଏୟାରଲାଇନ୍ସ ଝରକା ପାଖ ସିଟ୍ ପାଇଁ ଦେୟ ବୃଦ୍ଧି କରିଛି । ଇଣ୍ଡିଗୋ ବିମାନରେ ଅଧିକ ଲେଗ ସ୍ପେସ ଥିବା ( ବସିବା ବେଳେ ଗୋଡ ରଖିବା ପାଇଁ ଅଧିକ ଯାଗା ) ସିଟ ପାଇଁ ଯାତ୍ରୀମାନଙ୍କୁ 2000 ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିବ । 04 ଜାନୁଆରୀ 2024 ରୁ ଇଣ୍ଡିଗୋ ଇନ୍ଧନ ଶୁଳ୍କ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା । କିନ୍ତୁ ବର୍ତ୍ତମାନ ସିଟ ଚୟନ ଶୁଳ୍କ ବୃଦ୍ଧି କରିଛି ଇଣ୍ଡିଗୋ ।

ତେବେ ଯାତ୍ରୀମାନଙ୍କୁ ନିଜ ପସନ୍ଦର ସିଟ ନେବାକୁ ହେଲେ ଦେବାକୁ ପଡ଼ିବ ଅଧିକ ଦେୟ । ଇଣ୍ଡିଗୋ ଏୟାରଲାଇନ୍ସର ଝରକା ପାଖ ସିଟରେ ବସି ବିମାନ ଯାତ୍ରା କରିବାକୁ ହେଲେ ଦେବାକୁ ପଡ଼ିବ ଅଧିକ ଟଙ୍କା । ଇଣ୍ଡିଗୋ ବିମାନର କିଛି ସିଟର ମୂଲ୍ୟରେ 1400 ଟଙ୍କାରୁ 2000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବିମାନର ଏକକ୍ସଟ୍ରା ଲେଗ ରୁମ ( XL) ଏବଂ ପ୍ରଥମ ଧାଡ଼ି ସିଟର ମୂଲ୍ୟ 14 ଶହରୁ 2 ହଜାର ଟଙ୍କା ଭିତରେ ରହିବ । ଏୟାରଲାଇନର ୱେବସାଇଟରେ ବିଭିନ୍ନ ସେବା ପାଇଁ ଉଲ୍ଲେଖ କରାଯାଇଥିବା ଫି ଏବଂ ଚାର୍ଜ ଅନୁଯାୟୀ, 232 ସିଟ୍ ବିଶିଷ୍ଟ A321 ବିମାନର ଆଗ ଧାଡିରେ ୱିଣ୍ଡୋ ସିଟ୍ ପାଇଁ 2,000 ଟଙ୍କା ଥିବାବେଳେ ମଝି ସିଟ୍ 1,500 ଟଙ୍କା ରହିଛି । 222 ସିଟ୍ ବିଶିଷ୍ଟ A321 ବିମାନ ଏବଂ 186 ସିଟ୍ ବିଶିଷ୍ଟ A320 ବିମାନର ସିଟ୍ ଭଡା ସମାନ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ.....ଅଯୋଧ୍ୟାରୁ ବିମାନ ସେବା ଆରମ୍ଭ କଲା ଇଣ୍ଡିଗୋ, 10ରୁ ଦିଲ୍ଲୀ-ଅଯୋଧ୍ୟା ନିୟମିତ ଉଡାଣ

ଏୟାରଲାଇନ ୱେବସାଇଟ ଅନୁସାରେ, 180 ସିଟ୍ ବିଶିଷ୍ଟ A320 ବିମାନରେ ସିଟ୍ ଚୟନ ପାଇଁ ସମାନ ଦେୟ ଲାଗୁ ହେବ । ଏଟିଆର ବିମାନ କ୍ଷେତ୍ରରେ ସିଟ୍ ଚୟନ କରିବା ଶୁଳ୍କ 500 ଟଙ୍କା ପର୍ଯ୍ୟନ୍ତ ରହିଛି । ଜେଟ ଇନ୍ଧନ ମୂଲ୍ୟରେ ବୃଦ୍ଧିକୁ ଦୃଷ୍ଟିରେ ରଖି ବିମାନ ସେବା 6 ଅକ୍ଟୋବର 2023 ରୁ ପ୍ରତ୍ୟେକ ଘରୋଇ ତଥା ଆନ୍ତର୍ଜାତୀୟ ଟିକେଟ୍ ଉପରେ ଇନ୍ଧନ ଶୁଳ୍କ ଆଦାୟ ଆରମ୍ଭ କରିଥିଲା । ତେବେ ଗତ ସପ୍ତାହରେ ବିମାନ ସେବା ଯାତ୍ରୀଙ୍କଠାରୁ ଆଦାୟ ହୋଉଥିବା ଇନ୍ଧନ ଶୁଳ୍କ 04 ଜାନୁଆରୀ 2024 ରୁ ପ୍ରତ୍ୟାହାର କରିନେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.