ETV Bharat / business

ଦିଲ୍ଲୀ-ଅଯୋଧ୍ୟା ମଧ୍ୟରେ ଉଡ଼ିଲା ଇଣ୍ଡିଗୋ ବିମାନ

author img

By ETV Bharat Odisha Team

Published : Jan 8, 2024, 6:50 AM IST

Indigo commences operations from Ayodhya : ଉତ୍ତରପ୍ରଦେଶର ଅଯୋଧ୍ୟାରେ ନୂତନ ଭାବେ ଉଦ୍ଘାଟିତ ହୋଇଛିବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦର । ଶନିବାର ଇଣ୍ଡିଗୋ ବିମାନ ଦିଲ୍ଲୀ ଏବଂ ଅଯୋଧ୍ୟା ମଧ୍ୟରେ ଚଳାଚଳ ଆରମ୍ଭ କରିଛି । ଆଗକୁ ପଢ଼ନ୍ତୁ,

ଇଣ୍ଡିଗୋର ବିମାନ
ଇଣ୍ଡିଗୋର ବିମାନ

ନୂଆଦିଲ୍ଲୀ : ସଜେଇ ହେଉଛି ଅଯୋଧ୍ୟା । ଉତ୍ତରପ୍ରଦେଶର ଅଯୋଧ୍ୟାରେ ନୂତନ ଭାବେ ଉଦ୍ଘାଟିତ ହୋଇଛି ମହାରାଣୀ ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦର । ସେନେଇ ଶନିବାର ଦିନ ଇଣ୍ଡିଗୋର ବିମାନ ଦିଲ୍ଲୀ ଏବଂ ଅଯୋଧ୍ୟା ମଧ୍ୟରେ ଚଳାଚଳ ଆରମ୍ଭ କରିଛି ।

ଦୁଇ ସହର ମଧ୍ୟରେ ଦୈନିକ ଉଡାଣ ଜାନୁଆରୀ 10ରୁ ଆରମ୍ଭ ହେବ ବୋଲି ଏୟାରଲାଇନ୍ସ ଏକ ବିବୃତିରେ କହିଛନ୍ତି । ଗ୍ଲୋବାଲ ସେଲ୍ସ ହେଡ, ଇଣ୍ଡିଗୋ କହିଛନ୍ତି ଯେ, "ଆମେ ଦିଲ୍ଲୀ ଏବଂ ଅଯୋଧ୍ୟା ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବାକୁ ଆନନ୍ଦିତ, ଯାହା 86ତମ ଘରୋଇ ଗନ୍ତବ୍ୟସ୍ଥଳ ଏବଂ 6E ନେଟୱାର୍କରେ 118 ତମ ସାମଗ୍ରିକ ଗନ୍ତବ୍ୟସ୍ଥଳ ଅଟେ । ଆମେ ଆଗାମୀ ସପ୍ତାହରେ ଅହମ୍ମଦାବାଦ ଏବଂ ମୁମ୍ବାଇକୁ ଏହି ପବିତ୍ର ସହର ସହିତ ସଂଯୋଗ କରିବାକୁ ମଧ୍ୟ ଅପେକ୍ଷା କରିଛୁ ।"

ଇଣ୍ଡିଗୋ ଏୟାରଲାଇନ୍ସ କହିବା ମୁତାବକ ଭାରତର ଅଗ୍ରଣୀ ବାହକ ଭାବରେ ସେ ତାଙ୍କର ଗ୍ରାହକଙ୍କୁ ସମଗ୍ର ଭାରତରେ ତଥା ବିଦେଶରେ ଥିବା 6E ନେଟୱର୍କ ମାଧ୍ୟମରେ ନିରନ୍ତର ସଂଯୋଗ ଯୋଗାଇବା ଏବଂ ସୁଲଭ, ଅନ-ଟାଇମ୍, ସାର୍ବଜନ୍ୟମୂଳକ ଏବଂ ଅସୁବିଧାମୁକ୍ତ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଜାନୁଆରୀ 22ରେ ଅଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ବିଶାଳ ସମାରୋହ ପୂର୍ବରୁ ଏହି ଘୋଷଣା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... ଆସନ୍ତା ସପ୍ତାହରେ ଚେନ୍ନାଇରେ ଖୋଲିବ ରିଲାଏନ୍ସ-ବ୍ରୁକଫିଲ୍ଡ ଡାଟା ସେଣ୍ଟର

ଜାନୁଆରୀ 22ରେ ଅଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ବିଶାଳ ସମାରୋହ ହେବାକୁ ଯାଉଛି । ସମାରୋହ ପୂର୍ବରୁ ଏହି ସହରଟି ପୃଥିବୀର ବିଭିନ୍ନ ସ୍ଥାନରୁ ଯାତ୍ରୀ ଏବଂ ଧାର୍ମିକ, ସାଂସ୍କୃତିକ ଏବଂ ଐତିହାସିକ ମାନଙ୍କୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଏକତ୍ରିତ କରିବ । ତେବେ ଏହି ଭବ୍ୟ ସମାରୋହ ପାଇଁ ଉତ୍ସାହିତ ସମଗ୍ର ଭାରତବାସୀ । ସେଥି ମଧ୍ୟରେ ବିମାନ ପାଇଲଟ ନୂତନ ବିମାନବନ୍ଦରକୁ ପ୍ରଥମ ବିମାନରେ ଯାତ୍ରୀମାନଙ୍କୁ ସ୍ୱାଗତ କରିବା ସମୟରେ 'ଜୟ ଶ୍ରୀ ରାମ' କହି ସ୍ୱାଗତ କରିଥିଲେ ।

ସେପଟେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ମଝିରେ ଆଉ ମାତ୍ର ଦୁଇ ସପ୍ତାହ ବାକି ଥିବା ବେଳେ କାର୍ଯ୍ୟକ୍ରମକୁ ଭବ୍ୟ କରିବାର କୌଣସି ଅବସର ହାତଛଡା କରୁନାହିଁ ଉତ୍ତର ପ୍ରଦେଶ ସରକାର । ନିର୍ମାଣ ସ୍ଥଳରେ ବିଭିନ୍ନ କାର୍ଯ୍ୟ ଜାରି ରହିଛି । ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରସ୍ତୁତି କାର୍ଯ୍ୟର ପ୍ରତ୍ୟେକ୍ଷ ତତ୍ତ୍ବାବଧାନ କରୁଛନ୍ତି । ଅଯୋଧ୍ୟାକୁ ପୂରାଣରେ ବର୍ଣ୍ଣିତ ରାମରାଜ୍ୟ ପରି ସଜେଇବାକୁ ପ୍ରୟାସ କରାଯାଉଛି । ଅନ୍ୟପଟେ ଆଜି ମନ୍ଦିରର ସିଂହଦ୍ବାରର ଫଟୋ ମଧ୍ୟ ଜାରି କରିଛି ଟ୍ରଷ୍ଟ । ଯେଉଁଥିରେ ମୁଖ୍ୟଦ୍ବାରରେ 32 ଟି ପାହାଚ ସହ ଦୁଇଟି ସିଂହ ଓ ହସ୍ତୀ ସ୍ଥାନ ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.